ଜିସୁର୍ ବିରୁଦେ ପାଁଚ୍ବାଟା
1 ଜିସୁ ଏ ସବୁ ସିକିଆ ଦେଇ ସାରାଇଲା ପଚେ ସିସ୍ମନ୍କେ, 2 "ନିସ୍ତାର୍ ପରବ୍ ଅଇବାକେ ଆରି ଦୁଇ ଦିନ୍ ଆଚେ । ସେଟା ତମେ ଜାନାସ୍ । ସେଡ୍କିବେଲେ ନର୍ପିଲା ମୁଇ କୁର୍ସେ ମର୍ବାକେ ଲକ୍ମନ୍କେ ସର୍ପି ଅଇବି ।"
3 ସେବେଲେ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ବଡ୍ ପୁଜାରି କୟାପାର୍ ଗରେ ରୁଣ୍ଡ୍ ଅଇଲାଇ । 4 ସେମନ୍ କେ ନାଜାନ୍ଲାପାରା ଜିସୁକେ ଦାରି ମରାଇବାକେ ପାଁଚ୍ନା କଲାଇ । 5 ମାତର୍ ସେମନ୍ କଇଲାଇ, "ଆମେ ପରବ୍ ବେଲେ ଏ କାମ୍ କର୍ବାଟା ଟିକ୍ ନଏଁ । ସେ ବେଲେ ଲକ୍ମନ୍ ଗଣ୍ଡ୍ଗଲ୍ ମିସା କରିପାରତ୍ ।"
ଜିସୁକେ ବେତ୍ନିଆଇ ଚିକନ୍ ଲାଗାଇଲାଇ
6 ଜିସୁ ଦିନେକ୍ ବେତ୍ନିଆଇ, ଆଗେଅନି ବଡ୍ରଗ୍ ଅଇ ରଇବା ସିମନର୍ ଗରେ ରଇଲା । 7 ୨୬:୭ ଲୁକ୍ ୭:୩୭,୩୮ସିମନର୍ ଗରେ ସେ କାଇବାକେ ବସି ରଇଲା ବେଲେ, ଏଦେ ଦେକା ! ଗଟେକ୍ ମାଇଜି ଆଲାବାସ୍ଟା ନାଉଁର୍ ପାକ୍ନାସଙ୍ଗ୍ ତିଆର୍କଲା କଣ୍ଡିତେଇ ବେସି ଦାମର୍ ବାସ୍ନା ଚିକନ୍ ବର୍ତି କରି ଆନି ତାର୍ ମୁଣ୍ଡେ ଡାଲି ଦେଲା । 8 ଏଟା ଦେକିକରି ତାର୍ ସିସ୍ମନ୍ ରିସା ଅଇଗାଲାଇ । ସେମନ୍ ତାକେ ପାଚାର୍ଲାଇ, "ଏତେକ୍ପାରା ଚିକନ୍ କାଇକେ ଚୁଚାଇ ଚୁଚାଇ ଡାଲିପାକାଇଲୁସ୍ ? 9 ଏ ବାସ୍ନା ଚିକନ୍ ବିକ୍ଲେ ସରି, ବେସି ଡାବୁ ମିଲ୍ତା ଆରି ସେଟା ଗରିବ୍ ଲକ୍ମନ୍କେ ଦାନ୍ ଦେବାର୍ ଅଇତା ।"
10 ସେମନ୍ କାଇଟା ବଲି କଇଲାଇନି, ଏଟା ଜାନିକରି ଜିସୁ କଇଲା, "ତାକେ କାଇକେ ତମେ ଅଇରାନ୍ କଲାସ୍ନି ? ସେ ମର୍ ପାଇ ଗଟେକ୍ ନିକ ଆରି ସୁନ୍ଦର୍ କାମ୍ କଲାଆଚେ ।"
11 "ତମେ ସବୁବେଲେ ଗରିବ୍ ଲକ୍ମନର୍ ସଙ୍ଗ୍ ମିସ୍ସା । ମାତର୍ ମର୍ସଙ୍ଗ୍ ସବୁବେଲେ ରଇ ନାପାରାସ୍ । 12 ସେ ମର୍ ଉପ୍ରେ ବାସ୍ନା ଚିକନ୍ ରକଇକରି, ମକେ ସମାଦି ଦେବା ଆଗ୍ତୁ, ତିଆର୍ କରି ଦେଲାଆଚେ । 13 ମୁଇ ତମ୍କେ ସତ୍କାତା କଇଲିନି, ଗୁଲାଇ ଜଗତେ ଜନ୍ ଜାଗାଇ ମିସା ମାପ୍ରୁର୍ ନିକ କବର୍ ଜାନାଇଅଇସି, ଏ ମାଇଜି ଜାଇଟା କଲାଆଚେ, ତାକେ ଏତାଇକରି ସେଟା ମିସା କଇବାଇ ।"
ଜିସୁକେ ଦାରାଇଦେବାକେ ଜିଉଦାର୍ ରାଜି
14 ଜିସୁର୍ ବାର୍ଟା ସିସ୍ମନର୍ ବିତ୍ରେଅନି ଇସ୍କାରିୟତ୍ ଜିଉଦା ନାଉଁର୍ ଗଟେକ୍ ସିସ୍ ମୁକିଅ ପୁଜାରିମନର୍ ଲଗେ ଜାଇ ପାଚାର୍ଲା । 15 " ଜିସୁକେ ଦାରାଇଦେଲେ ମକେ କାଇଟା ଦେଇସା ?" ସେମନ୍ ତାକେ ତିରିସ୍ଟା ରୁପାଟାଙ୍ଗା ଏଜିକରି ଦେଲାଇ । 16 ସେ ଦିନେଅନି ଜିଉଦା ଜିସୁକେ ଦାରାଇ ଦେବାକେ ବେଲା କଜ୍ତେରଇଲା ।
ନିସ୍ତାର୍ ପରବର୍ ବଜି
17 ନିସ୍ତାର୍ ପରବର୍ ପର୍ତୁମ୍ ଦିନେ ସିସ୍ମନ୍ ଆସି ଜିସୁକେ ପାଚାର୍ଲାଇ, "ତମର୍ ପାଇ ଆମେ କନ୍ତି ନିସ୍ତାର୍ ପରବର୍ ବଜି ତିଆର୍ କର୍ବୁ ?"
18 ଜିସୁ କଇଲା, "ନଅରେ ଜାଇ ସେ ଲକ୍କେ କଇସା, ତାର୍ ଦିନ୍କାଲ୍ କେଟି ଆଇଲାନି ବଲି ଗୁରୁ କଇଲା ଆଚେ । ତାର୍ ସିସ୍ମନର୍ ସଙ୍ଗ୍ ତମର୍ ଗରେ ସେ ନିସ୍ତାର୍ ପରବ୍ ମାନ୍ସି ।"
19 ସିସ୍ମନ୍, ଜିସୁ କଇଲା ଇସାବେ ନିସ୍ତାର୍ ପରବର୍ ବଜି ତିଆର୍କଲାଇ ।
20 ସଞ୍ଜ୍ ଅଇଲାକେ ଜିସୁ ଆରି ତାର୍ ବାର୍ଟା ସିସ୍ମନ୍ କାଇବାର୍ ବସ୍ଲାଇ । 21 କାଇବା ବେଲେ ଜିସୁ କଇଲା, "ମୁଇ ତମ୍କେ ସତ୍ କଇଲିନି, ତମର୍ ବିତ୍ରେଅନି ଗଟେକ୍ ଲକ୍ ମକେ ବିସ୍ବାସେ ବିସ୍ଦେଲା ପାରା କର୍ସି ।"
22 ଏ କାତା ସୁନି ସିସ୍ମନ୍ କାବା ଅଇଗାଲାଇ । ଆରି ଗଟେକ୍ ଗଟେକ୍ ଲକ୍ ଜିସୁକେ ପାଚାର୍ଲାଇ "ମାପ୍ରୁ ସେ ଲକ୍ ମୁଇ କି ?"
23 ଜିସୁ କଇଲା, "ଜନ୍ ଲକ୍କି ମର୍ସଙ୍ଗ୍ ଗିନାତେଇ ରୁଟି ଚବାଲ୍ଲା, ସେ ଆକା ।" ସେ ମକେ ବିସ୍ବାସେ ବିସ୍ ଦେଲାପାରା କର୍ସି । 24 ସାସ୍ତରର୍ ଲେକା ଇସାବେ ମୁନୁସ୍ପିଲା ମୁଇ ମରିଜିବି, ମାତର୍ ଜେ ମକେ ଦାରାଇ ଦେଇସି, ତାର୍ ଦସା କେଡେ ଇନସ୍ତା ଅଇସି ! ସେ ଜନମ୍ ନ ଅଇରଇଲେ ନିକ ଅଇତା ।
25 ବିସ୍ବାସେ ବିସ୍ ଦେଉ ଜିଉଦା ଉଟି ପାଚାର୍ଲା, "ଗୁରୁ ତମେ ମକେ ଦେକାଇକରି କୁଆସ୍ନାଇ ତ ?" ଜିସୁ ତାକେ କଇଲା, "ସେଟା ତୁଇସେ କଇଲୁସ୍ନି ।"
ମାପ୍ରୁ ବଜି
26 ସେମନ୍ କାଇବା ବେଲେ ଜିସୁ ଗଟେକ୍ ରୁଟି ଦାରି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି ସେଟା ବାଙ୍ଗାଇ ସିସ୍ମନ୍କେ ଦେଇ କଇଲା, "ଏଟା ମର୍ ଗାଗଡ୍ । ନିଆ ଆରି କାଆ ।"
27 ତାର୍ପଚେ ଅଙ୍ଗୁର୍ରସ୍ ରଇଲା ମୁତା ଦାରି ପର୍ମେସର୍କେ ଦନିଅବାଦ୍ ଦେଲା ଆରି ତାର୍ ସିସ୍ମନ୍କେ କଇଲା, "ତମେ ସବୁ ଲକ୍ ଏ ମୁତାର୍ଟା କାଆ । 28 ଏଟା ମର୍ ବନି । ମୁନୁସ୍ମନର୍ ପାପ୍କେମାର୍ ଲାଗି ମୁଇ ମର୍ ଜନ୍ ବନି ଡାଲି ଦେବି ବଲି ଗାଲିନି, ସେଟା ପର୍ମେସର୍ ନୁଆ ନିୟମ୍ ଟିକ୍ କର୍ସି ।