ଗେତ୍ସିମନି ବାଡେ ଜିସୁର୍ ପାର୍ତନା
36 ତାର୍ ପଚେ ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଗେତ୍ସିମନି ନାଉଁର୍ ଗଟେକ୍ ଜାଗାଇ ଜାଇ ସେମନ୍କେ କଇଲା, "ତମେ ଇତି ଚନେକ୍ ବସି ରୁଆ । ମୁଇ ସେ ଲଗେ ଜାଇ ପାର୍ତନା କର୍ବି ।" 37 ସେ ପିତର୍କେ ଆରି ଜେବଦିର୍ ଦୁଇଟା ପିଲାମନ୍କେ ତାର୍ ସଙ୍ଗ୍ ଡାକିନେଲା । ସେଡ୍କି ବେଲେ ସେ ବେସି ଦୁକ୍ କସ୍ଟ ଆରି କିଲ୍ବିଲ୍ଅଇ, 38 ସେମନ୍କେ କଇଲା, "ଦୁକ୍ ଅଇ ମର୍ ଜିବନ୍ ଚିଡିଗାଲା ପାରା ଲାଗ୍ଲାନି । ଇତି ତମେ ମକେ ଜାଗିରୁଆ ।"
39 ଜିସୁ ତାକର୍ ଟାନେଅନି କଣ୍ଡେକ୍ ଦୁରିକେ ଜାଇ ବୁଏଁ ଉମ୍ତାଡିଅଇ ପାର୍ତନା କଲା, "ବାବା ଜଦି ଅଇସି ବଇଲେ ଏ ଦୁକ୍ ପୁରୁନର୍ ମୁତା ମର୍ଟାନେଅନି ଦାରି ଜା, ମାତର୍ ମୁଇ ମନ୍ କଲାଟା ନଏଁ, ତମେ ମନ୍ କଲାଟା ପୁରାପୁରୁନ୍ ଅ ।"
40 ତାର୍ପଚେ ସେ ତିନ୍ଟା ସିସ୍ମନର୍ ଲଗେ ବାଉଡି ଆସି ଦେକ୍ଲା, ସେମନ୍ ସଇଦେଇଆଚତ୍ । ଜିସୁ ପିତର୍କେ କଇଲା, "ତମେ ଗଟେକ୍ ଗଁଟା ମିସା ଜାଗି ନାପାର୍ଲାସ୍ ? 41 ଜେନ୍ତିକି ପରିକାର୍ ବେଲାଇ ନ ଆରିଜିବାକେ, ଜାଗିରଇ ପାର୍ତନା କରା । କାଇକେ ବଇଲେ ଆତ୍ମା କର୍ବି ବଲି ମନ୍ କଲାନି, ମାତର୍ ଗାଗଡ୍ ନିଚି ବଇଲାନି ।"
42 ଜିସୁ ଆରି ତରେକ୍ ଜାଇ ପାର୍ତନା କଲା, "ଏ ମର୍ ବାବା ଜଦି ଏ ଦୁକର୍ ମୁତା ମର୍ଟାନେଅନି ନ ନେଲେ, ମୁଇ ସେଟା କାଇବାକେ ସେ ପଡ୍ସି । ମାତର୍ ମୁଇ ମନ୍ କଲାଟା ନାଇ, ତମେ ମନ୍ କଲାଟା ପୁରାପୁରୁନ୍ ଅ ।" 43 ସେ ଆରି ତରେକ୍ ବାଉଡି ଆସି ସିସ୍ମନ୍ ସଇରଇଲାଟା ଦେକ୍ଲା । ସେମନ୍କେ ଗୁନ୍ ଡାବି ଆନ୍ତେ ରଇଲାଜେ ଆଁକି ଦେକି ନାପାର୍ତେ ରଇଲାଇ ।
44 ଏଟାସଙ୍ଗ୍ ତିନ୍ତର୍ ଅଇଲା ଜିସୁ ସେମନ୍କେ ଚାଡିକରି କଣ୍ଡେକ୍ ଦୁରିକେ ଜାଇ ସେନ୍ତାରି ପାର୍ତନା କଲା । 45 ତାର୍ ପଚେ ସିସ୍ମନର୍ ଲଗେ ଆସି କଇଲା, "ଏବେ ଜାକ ତମେ ସଇଆଚାସ୍ ? ଦେକା ପର୍ମେସରର୍ ନର୍ପିଲା ମୁଇ ପାପିମନ୍କେ ସର୍ପି ଅଇବା ବେଲା କେଟିଆଚେ । 46 ଉଟା, ଜୁ । ଏଦେ ଦେକା ! ମକେ ଦାରାଇ ଦେବା ଲକ୍ ଆସି କେଟ୍ଲାବେ ।"