2 ସେଡ୍କିବେଲେ ଅଟାତ୍ ଦର୍ତନି ଚୁଲ୍ବୁଲିଗାଲା । ଏଦେ ଦେକା ! ମାପ୍ରୁର୍ ଗଟେକ୍ ସରଗ୍ ଦୁତ୍ ଉତ୍ରି ଆସି, କବର୍ ମୁଆଟେ ଡାବିରଇଲା ପାକ୍ନା ଡୁଲ୍ଗୁଡାଇଦେଇ ତାର୍ ଉପ୍ରେ ବସି ରଇଲା । 3 ତାର୍ ଗୁଲାଇ ଗାଗଡ୍ ବିଜ୍ଲି ପାରା ଜଟକ୍ତେରଇଲା ଆରି ସେ ପିନ୍ଦିରଇବାଟା ବରପ୍ ପାରା ଚିଟ୍ ଦବ୍ ରଇଲା । 4 ଜାଗୁଆଲ୍ମନ୍ ଦୁତ୍କେ ଦେକି ଡରି ତର୍ତରି ଗାଲାଇ ଆରି ମଲା ଲକର୍ପାରା ଅଇଗାଲାଇ ।