ଡୁବନ୍ ଦେଉ ଜଅନର୍ ବିସଇ
1 ସେବେଲେ ଡୁବନ୍ ଦେଉ ଜଅନ୍ ଜିଉଦା ରାଇଜର୍ ମରୁବାଲି ବୁଏଁ ଆସି ଜାନାଇବାର୍ ଦାର୍ଲା । 2 ୩:୨ ମାତିଉ ୪:୧୭; ମାର୍କ ୧:୧୫ସେ ଏନ୍ତି ବଲି କଇତେରଇଲା, "ପାପ୍ଟାନେଅନି ବାଉଡା, କାଇକେବଇଲେ ସରଗ୍ ରାଇଜ୍ ଲଗେ କେଟ୍ଲାନି ।" 3 ଜିସାଇୟ ବବିସତ୍ବକ୍ତା ଜନ୍ ଲକର୍ ବିସଇନେଇ ଏ ବାକିଅ କଇରଇଲା, ଜଅନ ସେ, ସେ ଲକ୍ ।
ମରୁବାଲି ବୁଏଁ ଗଟେକ୍ ଲକ୍ ଆକ୍ମାରି କଇଲାନି,
"ମାପ୍ରୁର୍ ବାଟ୍ ତିଆର୍ କରା,
ସେ ଆଇବାକେ ଗଟେକ୍ ସଲକ୍ ବାଟ୍ କରା ।"
4 ଜଅନ୍ ପିନ୍ଦ୍ବାଟା ଉଁଟ୍ ଚାମ୍ ସଙ୍ଗ୍ ତିଆର୍ ଅଇ ରଇଲା । ଆରି ଚାମର୍ ଆଁଟାବେଡା ବାନ୍ଦିଅଇତେ ରଇଲା । ସେ ଚିଟ୍କା ଆରି ବନେ ରଇବା ମୁଉ କାଇତେରଇଲା ।
5 ସେ ବେଲେ ଜିରୁସାଲମ୍ ଅନି ଗୁଲାଇ ଜିଉଦା ଦେସ୍ ଆରି ଜର୍ଦନର୍ ପାକର୍ ସବୁଟାନର୍ ଲକ୍ମନ୍ ବାରଇ ଜଅନର୍ ଲଗେ ଆଇତେରଇଲାଇ । 6 ଆରି ନିଜର୍ ନିଜର୍ ପାପ୍ କଲାଟା ମାନିଅଇକରି ଜଅନର୍ ଟାନେ ଜାଇ ଜର୍ଦନ୍ ଗାଡେ ଡୁବନ୍ ନେଇତେ ରଇଲାଇ ।