ଜିସୁ ଚାର୍ଟା କେଉଟ୍ମନ୍କେ ଡାକ୍ଲା
18 ଜିସୁ ଗାଲିଲି ସମ୍ଦୁର୍ ପାଲି ରଇବା ଜାଗାମନ୍କେ ବୁଲ୍ବାବେଲେ ସିମନ୍ ଜାକେ କି ପିତର୍ ବଲି କଇବାଇ, ଆରି ତାର୍ ବାଇ ଆନ୍ଦ୍ରିୟ, ଏ ଦୁଇ ଲକ୍କେ ବେଟ୍ ଅଇଲା । ଏ ଦୁଇ ବାଇ ଗାଡେ ବଇଜାଲ୍ ମାରି ମାଚ୍ ଦାର୍ତେରଇଲାଇ । 19 ଜିସୁ ସେ ଦୁଇ ବାଇକେ ଡାକି କଇଲା, "ମର୍ ସଙ୍ଗ୍ ଆସା, ମୁଇ ତମ୍କେ ଲକ୍ମନ୍କେ ମାପ୍ରୁର୍ବାଟେ ଆନ୍ବାଟା ସିକାଇବି ।" 20 ସେଦାପ୍ରେ ସେମନ୍ ଜାଲ୍ ଚାଡି, ଜିସୁର୍ ପଚେ ପଚେ ଗାଲାଇ ।
21 ଜିସୁ ଆରି ତେଇଅନି କଣ୍ଡେକ୍ ଦୁର୍ ଆଗେ ଜାଇ ଜେବଦିର୍ ପଅ ଜାକୁବ୍ ଆରି ତାର୍ ବାଇ ଜଅନ୍କେ ବେଟ୍ ଅଇଲା । ସେଡ୍କିବେଲେ ଏ ଦୁଇବାଇ ତାକର୍ ବାବା ସଙ୍ଗ୍ ଡଙ୍ଗାଇ ଜାଲ୍ ସାଜାଡ୍ତେ ରଇଲାଇ ।
22 ଜିସୁ ସେମନ୍କେ ମିସା ଡାକ୍ଲା ଆରି ସେମନ୍ ଦାପ୍ରେ ଡଙ୍ଗା ଆରି ତାକର୍ ବାବାକେ ଚାଡିକରି ଜିସୁର୍ ସଙ୍ଗ୍ ଗାଲାଇ ।