ଜିସୁ ପର୍ମେସରର୍ ବିସଇ ଜାନାଇ ନିମାନ୍ କର୍ବାଟା
23 ୪:୨୩ ମାତିଉ ୯:୩୫; ମାର୍କ ୧:୩୯ ଜିସୁ ଗାଲିଲିର୍ ଗୁଲାଇବାଟେ ବୁଲି ବୁଲି ଜିଉଦିମନର୍ ସବୁ ପାର୍ତନା ଗର୍ମନ୍କେ ସିକିଆ ଦେଇ, ପର୍ମେସରର୍ ରାଇଜର୍ ବିସଇ ଜାନାଇଲା । ଆରି ବିନ୍ ବିନ୍ ରଗେ ରଇବା ଲକ୍ମନ୍କେ ସବୁ ରକାମର୍ ରଗ୍ ଆରି ସବୁ ଦୁକ୍ କସ୍ଟ, ନିମାନ୍ କଲା ।