2 ତେବେ ଗଟେକ୍ ଗରିବ୍ ଲକ୍କେ ଦାନ୍ ଦେବା ବେଲେ କୁଟିଆଲ୍ମନର୍ ପାରା ଦେକାଇ ନ ଉଆ । ସେମନ୍ ଲକ୍ମନର୍ତେଇ ଅନି ଡାକ୍ପୁଟା ପାଇବାକେ ପାର୍ତନା ଗରେ ଆରି ସାଇ ମଜାଇ ଦାନ୍ଦରମ୍ ଦେକାଇବାଇ । ମୁଇ ସତ୍ କଇଲିନି ଜେ, ସେମନ୍ ଇତିଅନି ସେମନର୍ ବୁତି ପୁରାପୁରୁନ୍ ପାଇସାରି ଆଚତ୍ । 3 ମାତର୍ ତମେ ଅବାବେ ରଇଲା ଲକ୍କେ ସାଇଜ କଲାବେଲେ, ଏନ୍ତାରି କରା, ଜେନ୍ତିକି ତମର୍ ଲଗର୍ ମଇତର୍ ମିସା ଏ କାତା ନାଜାନ । 4 ତମର୍ ଏ ଦାନ୍ ଲୁଚ୍ତେ ଅଇରଇଲେ ମିସା ସବୁ ଦେକ୍ବା ବାବା ପର୍ମେସର୍ ସେଟା ଦେକି ତମ୍କେ ପୁରୁସ୍କାର୍ ଦେଇସି ।
Publicidade
Publicidade