25 ଏଟାର୍ପାଇ ମୁଇ ତମ୍କେ କଇଲିନି, ବଁଚ୍ବାକେ କାଇଟା କାଇବୁବେ ? ଆରି ଗାଗଡର୍ ପାଇ କାଇଟା ପିନ୍ଦ୍ବୁ ? ବଲି ବାବି ଚିନ୍ତା କରାନାଇ । କାଦିର୍ତେଇଅନି ଜିବନ୍, ଆରି ବସ୍ତର୍ ତେଇଅନି ଗାଗଡ୍ ମୁକିଅ ଆଚେ ।
26 ଚଡଇମନ୍କେ ଦେକା, ସେମନ୍ ନ ବୁନତ୍ କି ନ କାଟତ୍, କି କଲ୍କିତେଇ ନ ସଙ୍ଗଅତ୍, ଅଇଲେ ମିସା ସରଗର୍ ବାବା ସେମନ୍କେ କାଇବାପାଇ ଜାଗାଇଲାନି । ତମେ କାଇ ସେମନର୍ତେଇଅନି ମୁକିଅ ନୁଆସ୍ କି ? 27 ବଁଚ୍ବା ପାଇ ବଲି ନିଜେ ଚିନ୍ତାକରି ବିକଲ୍ ଅଇ ଜେ ତାର୍ କଣ୍ଡେକ୍ ମିସା ବଁଚ୍ବା ଦିନ୍ ପାର୍ସି କି ? ନାଇ ନାପାରେ ।
28 ବସ୍ତର୍ ପାଇ କାଇକେ ବିକଲ୍ ଅଇଲାସ୍ନି ? ଦେକା, ବନର୍ ପୁଲ୍ମନ୍ କେନ୍ତି ବଡ୍ଲାଇନି, ସେମନ୍ କାମ୍ଦାମ୍ କରତ୍ ନାଇ କି ନିଜର୍ ପାଇ ବସ୍ତର୍ ତିଆର୍ କରତ୍ ନାଇ, 29 ମାତର୍ ମୁଇ ତମ୍କେ କଇଲିନି, ରାଜା ସଲ୍ମନ୍ ତାର୍ ସବୁ ଦନ୍ ସଁପତି ସଙ୍ଗ୍ ମିସା ଏ ପୁଲ୍ ପାରା ସୁନ୍ଦର୍ ବସ୍ତର୍ କେବେ ପିନ୍ଦି ନ ରଇଲା । 30 ଆଜି ପଦାଇ ରଇଲା ଗାଁସ୍ କାଲିକେ ନ ମିସା ରଏ । କାଟିକରି ଜଇଟାନେ ପଡାଇଦେବାଇ । ଏଲେମିସା ତାକେ ପର୍ମେସର୍ ଏନ୍ତି ସୁନ୍ଦର୍ ବେସ୍ ଦେଇସି, ତେବେ ଏ ଅଲପ୍ ବିସ୍ବାସିମନ୍, ସେ ବାଇଦରେ ତମ୍କେ ଅଦିକ୍ ନିମାନ୍ ବସ୍ତର୍ ନ ଦେଏ କି ? ଦେଇସିସେ ।
31 ଏଟାର୍ ପାଇ କାଇଟା କାଇବି ? ଆରି କାଇଟା ପିଇବି ? ଆରି କାଇଟା ଅଡ୍ବି ବଲି ଚିନ୍ତା କରାନାଇ । 32 କାଇକେବଇଲେ ପର୍ମେସର୍କେ ନାଜାନ୍ଲା ଲକ୍ମନ୍ ଏ ସବୁ କଜିବୁଲ୍ବାଇ । ଆରି ଏ ସବୁ ବିସଇ ଜେ ତମ୍କେ ଲଡା, ସେଟା ତମର୍ ସରଗର୍ ବାବା ଜାନେ । 33 ମାତର୍ ତମେ ତାର୍ ରାଇଜ୍ ଆରି ସେ ତମର୍ଟାନେଅନି କାଇଟା ମନ୍ କଲାନି, ସେ ବିସଇ କଜା । ସେନ୍ତାର୍ କଲେ, ସେ ତମ୍କେ ଲଡାକେ ଆଇବା ସବୁ ବିସଇ ଜାଗାଇ ଦେଇସି । 34 ଆରି, କାଲିକର୍ ପାଇ ଚିନ୍ତା କରାନାଇ, କାଇକେବଇଲେ କାଲିକର୍ ଚିନ୍ତା କାଲିକେ କରା । ଜନ୍ ଦିନର୍ କସ୍ଟ, ସେଦିନର୍ପାଇ ଅଦିକ୍ ଅଇସି ।