ପାର୍ତନା ବିସଇ ନେଇ ସିକିଆ
5 ୬:୫ ଲୁକ୍ ୧୮:୧୦-୧୪ ପାର୍ତନା କର୍ବା ବେଲେ କୁଟିଆଲ୍ ବିସ୍ବାସିମନର୍ ପାରା ଉଆନାଇ । କାଇକେ ବଇଲେ ସେମନ୍ ଲକ୍ମନ୍କେ ଦେକାଇ ଅଇବାକେ ପାର୍ତନା ଗର୍ମନ୍କେ ଆରି ଗାଉଁର୍ ମଜା ଡାଣ୍ଡେ ଟିଆ ଅଇକରି ପାର୍ତନା କର୍ବାକେ ମନ୍ କର୍ବାଇ । ମୁଇ ତମ୍କେ ସତ୍ କଇଲିନି, ସେମନ୍ ନିଜର୍ ନିଜର୍ ପୁରୁସ୍କାର୍ ପାଇଲାଇବେ ।