9 ସେଟାର୍ ପାଇ ତମେ ଏନ୍ତାରି ପାର୍ତନା କର୍ବାର୍ ଆଚେ ।
ଏ ଆମର୍ ସରଗର୍ ବାବା,
ତମର୍ ସୁକଲ୍ ନାଉଁ ଡାକ୍ପୁଟା ପାଅ ।
10 ତମର୍ ସାସନ୍ ଆସ । ସର୍ଗେ ତମର୍ ମନ୍ କଲାଟା ଜେନ୍ତାରି ସିଦ୍ ଅଇଲାନି,
ଏ ରାଇଜେ ମିସା ସେନ୍ତାରି ତମେ ମନ୍ କଲାଟା ସିଦ୍ ଅ ।
11 ଆଜି ଆମ୍କେ ଦର୍କାର୍ ରଇଲା କାଦି କାଇବାକେ ଦିଆ ।
12 ଆମର୍ ବିରଦେ ଦସ୍ କରିରଇବା ଲକ୍ମନ୍କେ
ଆମେ ଜେନ୍ତାର୍ କେମା କଲୁନି, ସେନ୍ତାରି ଆମର୍ ସବୁ ଦସ୍ କେମା କରା ।
13 ବେସି କସ୍ଟ ରଇବା ପରିକା ଆମ୍କେ ମୁରଚ୍ବାକେ ଦିଆ ନାଇ,
ମାତର୍ କାରାପ୍ କାମେଅନି ରକିଆ କରା
ଜେନ୍ତିକି ତମର୍ ରାଇଜ୍, ତମର୍ ବପୁ,
ଆରି ଡାକ୍ପୁଟା ସବୁ ଜୁଗେଜୁଗେ ତମର୍ ଅଇକରି ରଅ । ଆମେନ୍ !