ବିନ୍ ଲକ୍କେ ଦସ୍ ଦାର୍ବାଟା
1 ବିନ୍ ଲକର୍ ଦସ୍ କଜି ବୁଲାନାଇ । ତାକର୍ ବିଚାରର୍ ଦସ୍ ନ ଦାର୍ଲେ, ପର୍ମେସର୍ ତମର୍ ଦସ୍ ନ ଦାରେ । 2 କାଇକେବଇଲେ ତମେ ବିନ୍ ଲକର୍ ଦସ୍ ଜେନ୍ତି ବିଚାର୍ କର୍ତେରଇସା, ସେନ୍ତାରିସେ ପର୍ମେସର୍ ତମର୍ ବିଚାର୍ କର୍ସି । ତମେ ବିନ୍ ଲକ୍ମନ୍କେ ଜନ୍ ନିୟମ୍ କର୍ସା, ପର୍ମେସର୍ ତମ୍କେ ସେ ନିୟମ୍ କର୍ସି । 3 ତମର୍ ଆଁକିତେଇ ବଡ୍ କାଚ୍ରା ରଇଲେ ମିସା, କାଇକେ ତମର୍ ବାଇର୍ ଆଁକିଟାନେ ରଇବା କାଚ୍ରା, ନିକସଙ୍ଗ୍ ଦେକ୍ଲାସ୍ନି ? 4 ନିଜର୍ ଆଁକିତେଇ ବଡ୍ କାଚ୍ରା ରଉରଉ ତମେ କାଇ ସାଆସେ ତମର୍ ବାଇର୍ ଆଁକିତେଇ ରଇବା କାଚ୍ରା ବାର୍କରାଇ ଦେବି ବଲି କଇଲାସ୍ନି ? 5 ଏରେ କୁଟିଆଲ୍ମନ୍ ! ଆଗେ ନିଜର୍ ଆଁକିତେଇ ରଇଲା କାଚ୍ରା ବାର୍କରାଇ ପାକା, ତାର୍ ପଚେ ନିଜର୍ ବାଇର୍ ଆଁକିତେଇ ରଇବା କାଚ୍ରା ବାର୍କରାଇବାକେ ନିମାନ୍ କରି ଦେକି ପାରାସ୍ ।