ଦୁଇଟା ଗର୍ ବାନ୍ଦୁମନ୍
24 "ଜେ ମର୍ କାତା ସୁନି, ସେ ଇସାବେ ଚାଲ୍ସି, ସେ ବଡ୍ ରାଙ୍ଗ୍ନି ପାକ୍ନା ଉପ୍ରେ ଗର୍ କର୍ବା ଗିଆନ୍ଲକର୍ ପାରା । 25 ଅପର୍ବଲ୍ ବର୍ସା ମାର୍ଲାକେ ଗାଡ୍ ଉଚ୍ଲି ଗାଲା ଆରି ସେ ଗର୍ ଉପ୍ରେ ବେସି ପବନ୍ ଦାର୍ଲା । ମାତର୍ ସେ ଗର୍ ବସ୍ଲେ ନାଇ । କାଇକେ ବଇଲେ ସେଟା ପାକ୍ନା ଉପ୍ରେ ତିଆର୍ ଅଇରଇଲା ।"
26 "ମାତର୍ ଜନ୍ ଲକ୍ମନ୍ ମର୍ କାତା ସୁନିକରି ମିସା ସେ ଇସାବେ ଚଲାଚଲ୍ତି ନ କରତ୍, ସେମନ୍ ବାଲି ଗାଦି ଉପ୍ରେ ଗର୍ ତିଆର୍ କରି ରଇବା ବକୁଆ ଲକ୍ ପାରା । 27 ଅପର୍ବଲ୍ ବର୍ସା ଅଇଲାକେ ଗାଡ୍ ପୁରି ଉଚଲ୍ଲା, ଜବର୍ ବାଉଦୁକା ଆଇଲା ଆରି ଗର୍ କୁରୁପ୍ନାସ୍ ଅଇଗାଲା । ସେ କୁରୁପ୍ନାସ୍ ଅଇଲାଟା କେଡେ ଇନସ୍ତା ରଇଲା ! "