2 ସେବେଲେ ଗଟେକ୍ ବଡ୍ ରଗି ଜିସୁର୍ ମୁଆଟେ ଆସି ମାଣ୍ଡିକୁଟା ଦେଇ କଇଲା, "ଏ ମାପ୍ରୁ, ତମେ ଜଦି ମନ୍ କଲାସ୍ନି ବଇଲେ ମକେ ସୁକଲ୍ କରି ପାରାସ୍ ।"
3 ତେଇ ଜିସୁ ଆତ୍ ଲାମାଇ ତାକେ ଚିଇ କଇଲା, "ମୁଇ ମନ୍ କଲିନି, ସୁକଲ୍ ଅ ।" ଜିସୁ ଏତ୍କି କଇଲା ଦାପ୍ରେ ସେ ଲକ୍ ବଡ୍ ରଗେଅନି ନିକ ଅଇଲା । 4 ଜିସୁ ତାକେ କଇଲା, "ସୁନ୍, ତୁଇ କେନ୍ତିଅଇ ନିକ ଅଇଲୁସ୍, ଏ କାତା କାକେ ମିସା କ ନାଇ, ମାତର୍ ସିଦା ପୁଜାରିର୍ ଲଗେ ଜାଇକରି ନିଜ୍କେ ଦେକାଇ ଅ, ଆରି ତୁଇ ନିକ ଅଇ ଆଚୁସ୍ ବଲି ସବୁ ଲକର୍ ଟାନେ ଜାନାଇଅଇବାକେ ମସାର୍ ନିୟମ୍ ଇସାବେ ପର୍ମେସର୍କେ ସର୍ପିଦେସ୍ ।"