ଜାଇରସର୍ ଟକି ଆରି ଜିସୁର୍ ପଚିଆ ଜାଲି ଚିଇଲା ମାଇଜି
18 ଜିସୁ ସେମନ୍କେ ଏ ସବୁ କାତା କଇଲା ବେଲେ, ଦେକା ଗଟେକ୍ ଜିଉଦିମନର୍ ପାର୍ତନା ଗରର୍ ନେତା ଜିସୁର୍ ଲଗେ ଆସି ମାଣ୍ଡିକୁଟା ଦେଇ କଇଲା, "ମର୍ ଟକି ଏବେସେ ମରିଗାଲା ଆଚେ, ମାତର୍ ତୁଇ ଆସି ତାର୍ ଉପ୍ରେ ଆତ୍ ସଙ୍ଗଇଲେ ସେ ବଁଚ୍ସି ।"
19 ଜିସୁ ଦାପ୍ରେ ଉଟିକରି ତାର୍ ସିସ୍ମନର୍ ସଙ୍ଗ୍ ଗାଲା ।
20 ତେଇ ଗଟେକ୍ ମାଇଜି ଜିସୁର୍ ପଚ୍ବାଟେ ଆଇଲା । ତାକେ ବାର ବରସ୍ ଜାକ ବନି ଜାଇତେ ରଇବା ରଗ୍ ଅଇରଇଲା । ସେ ମାଇଜି ପଚେ ଜାଇ ଜିସୁର୍ ଲୁଗା ଚିଇଲା । 21 ସେ ମନେ ମନେ ବାବ୍ଲା ମୁଇ ତାର୍ ପିନ୍ଦ୍ଲାଟା ଚିଇଲେ ନିମାନ୍ ଅଇଜିବି ।
22 ମାତର୍ ଜିସୁ ପାସ୍ଲି କରି ତାକେ ଦେକି କଇଲା, "ଏ ନୁନି, ଡର୍ନାଇ ସାଆସ୍ ଦାର୍, ତର୍ ବିସ୍ବାସ୍ ତକେ ନିମାନ୍ କରିଆଚେ ।" ଏତ୍କି କଇଲା ଦାପ୍ରେ ସେ ମାଇଜି ନିମାନ୍ ଅଇଗାଲା । 23 ତାର୍ ପଚେ ଜିସୁ ଜିଉଦିମନର୍ ପାର୍ତନା ଗରର୍ ମୁକିଆର୍ ଗରେ କେଟ୍ଲା । ତେଇ ଦନ୍କର୍ବାକେ ଆସି ରଇଲା ଲକ୍ମନ୍, ଆରି ବାଜ୍ନିଆମନ୍ କାନ୍ଦାବୁବା ଅଇବାଟା ଦେକି, 24 ଜିସୁ କଇଲା, "ସବୁ ଲକ୍ ଇତିଅନି ବାରଇଜା । ଏ ଟକିତା ମରେନାଇ, ସଇଆଚେ ।" ତାର୍ କାତା ସୁନି ତେଇ ରଇଲା ଲକ୍ମନ୍ ତାକେ କିଜାଇବାର୍ ଦାର୍ଲାଇ । 25 ମାତର୍ ଲକ୍ମନ୍କେ ବାର୍କଲା ପଚେ ଜିସୁ ବାକ୍ରାଇ ଜାଇ ଟକିର୍ ଆତେ ଦାରି ତାକେ ଉଟାଇଲା । ଟକି ଦାପ୍ରେ ଉଟିକରି ଟିଆଅଇଲା । 26 ଏ ଗଟ୍ନାର୍ କବର୍ ସେ ଜାଗାର୍ ଗୁଲାଇ ବାଟର୍ ଲକ୍ ସୁନ୍ଲାଇ ।