20 ତେଇ ଗଟେକ୍ ମାଇଜି ଜିସୁର୍ ପଚ୍ବାଟେ ଆଇଲା । ତାକେ ବାର ବରସ୍ ଜାକ ବନି ଜାଇତେ ରଇବା ରଗ୍ ଅଇରଇଲା । ସେ ମାଇଜି ପଚେ ଜାଇ ଜିସୁର୍ ଲୁଗା ଚିଇଲା । 21 ସେ ମନେ ମନେ ବାବ୍ଲା ମୁଇ ତାର୍ ପିନ୍ଦ୍ଲାଟା ଚିଇଲେ ନିମାନ୍ ଅଇଜିବି ।
22 ମାତର୍ ଜିସୁ ପାସ୍ଲି କରି ତାକେ ଦେକି କଇଲା, "ଏ ନୁନି, ଡର୍ନାଇ ସାଆସ୍ ଦାର୍, ତର୍ ବିସ୍ବାସ୍ ତକେ ନିମାନ୍ କରିଆଚେ ।" ଏତ୍କି କଇଲା ଦାପ୍ରେ ସେ ମାଇଜି ନିମାନ୍ ଅଇଗାଲା ।