ଜିସୁ ଦୁଇଟା କାଣାକେ ନିକ କଲା
27 ଜିସୁ ସେ ଜାଗାଇଅନି ବାରଇ ଜିବାବେଲେ ଦୁଇଟା କାଣା, ତାର୍ ପଚେ ପଚେ ଇଣ୍ଡି ଆଇଲାଇ । ସେମନ୍ ଆଉଲି ଅଇକରି କଇବାର୍ ଦାର୍ଲାଇ । "ଏ ଦାଉଦ୍ ରାଜାର୍ ପଅ ! ଆମ୍କେ ଦୟା କରା ।"
28 ଜିସୁ ଗଟେକ୍ ଗରେ ଗାଲା ଆରି କାଣାମନ୍ ମିସା ତାର୍ ପଚ୍ ପଚ୍ ପୁର୍ଲାଇ । ପୁର୍ଲାକେ ଜିସୁ ସେମନ୍କେ ପାଚାର୍ଲା, "ମୁଇ ତମର୍ ଆଁକି ନିକ କରି ପାର୍ବି ବଲି ତମେ ବିସ୍ବାସ୍ କଲାସ୍ନି କି ?" ସେମନ୍ କଇଲାଇ "ଉଁ ମାପ୍ରୁ ।"
29 ତାର୍ ପଚେ ଜିସୁ ସେମନର୍ ଆଁକି ଚିଇକରି କଇଲା, "ମକେ ବିସ୍ବାସ୍ କଲାର୍ ଲାଗି ତମର୍ ଆଁକି ଡିସ ।" 30 ଜିସୁ କଇଲା ଦାପ୍ରେ କାଣାମନ୍ ଆଁକି ଦେକିପାର୍ଲାଇ । ଆରି ଜିସୁ, ସେମନ୍କେ ଡାଟ୍କରି, "ଏ ବିସଇ କାକେ ମିସା କୁଆ ନାଇ ।" ବଲି କଇଲା ।
31 ମାତର୍ ସେମନ୍ ବାରଇ ଜାଇ ଜିସୁର୍ ଏ କରିରଇବାଟା ଗୁଲାଇ ଦେସେ ଜାନାଇଲାଇ ।