12 କାଇଟାବଇଲେ, ଜିଉଦି ଆରି ଜିଉଦି ନଇଲା ଲକର୍ ବିତ୍ରେ କାଇ ସାନ୍ ବଡ୍ ନାଇ । ସେଟାର୍ ପାଇ ସବୁ ଲକର୍ ତା ଗଟେକ୍ ମାପ୍ରୁ, ଆରି ଜେତ୍କି ଲକ୍ ତାକେ ପାର୍ତନା କର୍ବାଇ ସେ ସବୁ ଲକ୍କେ ମଙ୍ଗଲ୍ କର୍ସି । 13 କାଇକେବଇଲେ "ଜେ ମିସା ମାପ୍ରୁର୍ ନାଉଁ ଦାରି ପାର୍ତନା କର୍ସି, ସେ ମୁକ୍ତି ପାଇସି ।"
14 ମାତର୍ ସେମନ୍ ତାକେ ବିସ୍ବାସ୍ ନ କଲେ, କେନ୍ତି ତାର୍ ନାଉଁ ଦାରି ପାର୍ତନା କର୍ବାଇ ? ଆରି ତାର୍ ବିସଇର୍ ସୁବ୍କବର୍ ନ ସୁନିରଇଲେ କେନ୍ତି ବିସ୍ବାସ୍ କର୍ବାଇ ? ଆରି ସେମନ୍କେ କବର୍ ନ ସୁନାଇଲେ, କେନ୍ତି ସୁନ୍ବାଇ ? 15 ଆରି କବର୍ ନେଉକେ ନ ପାଟାଇଲେ କେନ୍ତି ଜାନାଇସି ? ଏ ବିସଇ ସାସ୍ତରେ ଲେକା ଆଚେ "ସୁବ୍କବର୍ ଜାନାଉମନ୍ ଆଇବାଟା, କେଡେ ସାର୍ଦାର୍ କାତା !" 16 ମାତର୍ ସୁବ୍କବର୍ ଜାନାଇବାଟାନେ ସବୁ ଲକ୍ ମାନତ୍ ନାଇ । ସେଟାର୍ ପାଇ ଜିସାଇୟ ଲେକ୍ଲା ଆଚେ, "ଏ ମାପ୍ରୁ, ଆମେ କଇଲା କାତା ସୁନିକରି କେ ବିସ୍ବାସ୍ କରତ୍ନାଇ ।" 17 ତେବର୍ପାଇ ସୁବ୍କବର୍ ସୁନ୍ବାଟାନେଅନି ବିସ୍ବାସ୍ ଅଇସି । ଆରି କିରିସ୍ଟକେ ଜାନାଇବାଟା ସେ ସୁବ୍କବର୍ ।