17 ତେବର୍ପାଇ ସୁବ୍କବର୍ ସୁନ୍ବାଟାନେଅନି ବିସ୍ବାସ୍ ଅଇସି । ଆରି କିରିସ୍ଟକେ ଜାନାଇବାଟା ସେ ସୁବ୍କବର୍ ।
18 ମାତର୍ ମୁଇ ପାଚାର୍ଲିନି ଇସ୍ରାଏଲର୍ ଲକ୍ମନ୍ କାଇ, ସେ କବର୍ ସୁନତ୍ ନାଇ କି ? ବାଇଦରେ ସୁନିଆଚତ୍, କାଇକେବଇଲେ ଲେକାଆଚେ,
"ଜାନାଉମନର୍ ସବଦ୍ ଗୁଲାଇ ଜଗତ୍ ଡାବିଅଇଗାଲା ଆଚେ, ସେମନର୍ କାତା ରାଇଜ୍ ଚିଡ୍ଲା ଜାକ କେଟ୍ଲା ଆଚେ ।"