1 ସେଟାର୍ ପାଇ ଏ ବାଇବଇନିମନ୍, ଆମର୍ ଉପ୍ରେ ପରମେସରର୍ ବଡ୍ ଜିବନ୍ଦୁକାନିର୍ ଲାଗି, ତମ୍କେ ମୁଇ ବାବୁଜିଆ କଲିନି, ପରମେସରର୍ ଲଗେ ଗଟେକ୍ ବଲି ଇସାବେ ନିଜର୍ ଜିବନ୍ ସର୍ପିଦିଆସ୍ । ଏନ୍ତାରି ବଲି ଅଇବାଟା ମର୍ବାକେ ନଏଁ, ମାତର୍ ତାର୍ ସେବାକର୍ବାକେ ନିଜେ ସର୍ପି ଅଇବାଟା । ସେନ୍ତି ଅଇଲେ ପର୍ମେସର୍ ସାର୍ଦା ଅଇସି । ପର୍ମେସର୍କେ ଏ ରକାମ୍ ଉପାସନା କର୍ବାର୍ ଆଚେ । 2 ଏ ଜଗତେ ରଇବା ଲକ୍ମନର୍ ପାରା ଚଲାଚଲ୍ତି ଇସାବେ ଜିଉନା କାଉନା କରାନାଇ । ପରମେସର୍ ତମର୍ ମନ୍ ନୁଆକରି ବାଦ୍ଲାଅ । ସେନ୍ତି ଅଇଲେ ସେ ମନ୍ କର୍ବାଟା ବୁଜିପାର୍ସା । ଆରି ଜନ୍ ଚଲାଚଲ୍ତି ତାର୍ ମୁଆଟେ ନିକ, ସିଦ୍ ଆରି ତାକେ ସାର୍ଦା କୁରାଇସି, ସେଟା ଜାନି ପାର୍ସା ।
Publicidade
Publicidade