6 ୧୨:୬ ୧ମ କରନ୍ତିୟ ୧୨:୪-୧୧ସେଟାର୍ ପାଇ ପରମେସର୍ ଆମ୍କେ ଜିବନ୍ ଦୁକାଇ ଜେତ୍କି ବିନ୍ ବିନ୍ ବପୁର୍ ଦାନ୍ ଦେଲା ଆଚେ, ସେ ସବୁ ବପୁ ଆମର୍ କାମେ ଲାଗାଇବାର୍ ଆଚେ । ଜଦି ଆମ୍କେ ପର୍ମେସରର୍ ବାକିଅ ଜାନାଇବା ବପୁ ଦେଲାଆଚେ, ସେନ୍ତାର୍ଆଲେ ଆମେ ପାଇରଇବା ବିସ୍ବାସ୍ ଇସାବେ ସେଟା କର୍ବାର୍ ଆଚେ । 7 ଜଦି ଆମର୍ ସଙ୍ଗର୍ ଲକ୍କେ ସାଇଜ କର୍ବା ବପୁ ଦେଲାଆଚେ, ତେବେ ସେଟା କର୍ତେ ରଇବାର୍ ଆଚେ । ଜଦି ପର୍ମେସରର୍ ବାକିଅ ସିକାଇବାଟା ଦେଲାଆଚେ, ତେବେ ସେଟା ଜତନ୍ ସଙ୍ଗ୍ କର୍ବାର୍ ଆଚେ । 8 ବିନ୍ ଲକ୍ମନ୍କେ ସାର୍ଦା କରାଇବାକେ ବପୁ ଦେଇରଇଲେ, ସେଟା କର୍ତେ ରଉଁ । ଅର୍କିତ୍ ଲକ୍ମନ୍କେ ଦାନ୍ କର୍ବା ବପୁ ଦେଇରଇଲେ, କାଇଟା ନ ବାବିକରି ଦାନ୍ କରୁ । ବିନ୍ ଲକର୍ କାମ୍କେ ଦେକାରକା କର୍ବା ଅଦିକାର୍ ଦେଇରଇଲେ, ନିଜେ ବେସି କାମ୍ କର୍ବାର୍ଆଚେ । ଜଦି ବିନ୍ ଲକ୍ମନ୍କେ ଦୟା ଦେକାଇବା ବପୁ ଦେଲାଆଚେ, ବିଜାର୍ ନ ଅଇ ସାର୍ଦା ସଙ୍ଗ୍ କର୍ବାର୍ ଆଚେ ।