1 ଜଦି କେତେକ୍ ଲକ୍ କିରିସ୍ଟକେ ବିସ୍ବାସ୍ କଲାଇନି, ମାତର୍ ତାକର୍ ବିସ୍ବାସ୍ ଡାଁଟ୍ନାଇ, ସେମନ୍କେ ମିସା ଡାକି ମିସାଆ । ମାତର୍ ସେମନର୍ ଚିନ୍ତା କର୍ବାଟା ତମର୍ପାରା ନ ରଇଲେ, ତାକର୍ ସଙ୍ଗ୍ ଦଦାପେଲା ଉଆ ନାଇ । 2 କେତେକ୍ ଲକର୍ ବିସ୍ବାସ୍, ଜେନ୍ତି ରକାମର୍ କାଦିକେ ମିସା ଉଁ ବଲି କଇବାଇ । ମାତର୍ ଜାର୍ ବିସ୍ବାସ୍ ଏବେଜାକ ଡାଁଟ୍ନାଇ ସେମନ୍ କାଇ ମାଉଁସ୍ ମିସା କାଇବାର୍ ନଏଁ, ଅବ୍କା ସାଗ୍ଡାଲ୍ସେ କାଇବାଇ । 3 ଜନ୍ ଲକ୍ମନ୍ ସବୁଜାକ କାଇବାଇ, ସେମନ୍ ଆମେ ଅବ୍କା ସାଗ୍ଡାଲ୍ କାଇବା ଲକର୍ଟାନେଅନି ବଡ୍ ବଲି ବାବ୍ବାର୍ ନାଇ । ସେନ୍ତାରିସେ ଜନ୍ଲକ୍ମନ୍ ଅବ୍କା ସାଗ୍ଡାଲ୍ସେ କାଇବାଇ, ସେମନ୍ ଆମେ ସବୁରକାମର୍ କାଦିକାଇବା ଲକ୍ମନର୍ଟାନେଅନି ବଡ୍ ବଲି ବାବ୍ବାର୍ନାଇ । କାଇକେବଇଲେ ପର୍ମେସର୍ ଦୁଇ ଦଲର୍ ଲକ୍ମନ୍କେ ମିସା ବାଚ୍ଲା ଆଚେ । 4 ବିନ୍ ଲକର୍ ଦାଙ୍ଗ୍ଡାମନ୍କେ ଆମେ ବିଚାର୍ କର୍ବାର୍ ନାଇ । କାଇକେବଇଲେ ସେମନ୍ କର୍ବା କାମ୍ କଲାଇ ଆଚତ୍ କି ନାଇ ବଲି ତାକର୍ ସାଉକାର୍ ଦେକ୍ସି । ଆରି ପର୍ମେସର୍ ଜନ୍ଟା ମନ୍ କଲାନି, ସେମନ୍ ସେଟା କର୍ବାଇ । କାଇକେବଇଲେ ପର୍ମେସର୍ ସେମନ୍କେ ସାଇଜ କଲାନି ।
Publicidade
Romanos 14
ବିନ୍ଲକର୍ ଦସ୍ ଦାରାନାଇ
Veja também
Publicidade