5 ସେନ୍ତାରିସେ, ବିନ୍ଦିନ୍ ମନର୍ଟାନେଅନି କନ୍ଆଲେ ଗଟେକ୍ଦିନ୍ ସୁବ୍ଦିନ୍ ବଲି କେତେ ଲକ୍ ବାବ୍ବାଇ । ବିନ୍ ଲକ୍ମନ୍ ସବୁଦିନ୍ ସମାନ୍ ବଲି ବାବ୍ବାଇ । କନ୍ଟା ଟିକ୍ ରଇସି ବଲି ଲକ୍ମନ୍ ନିଜେ ନିଜେ ବିଚାର୍ କର୍ବାର୍ ଆଚେ । 6 ଜନ୍ ଲକ୍ମନ୍ ବିନ୍ଦିନ୍ ମନର୍ଟାନେଅନି ଗଟେକ୍ ଦିନ୍ ସୁବ୍ ବଲି ବାବ୍ବାଇ, ସେମନ୍ ପର୍ମେସର୍କେ ସାର୍ଦା କରାଇବାକେ ସେନ୍ତାରି ବାବ୍ବାଇ । ସେନ୍ତାରିସେ, ଜନ୍ଲକ୍ମନ୍ ସବୁ ରକାମ୍ କାଦି କାଇବାଇ, ସେଟା ପର୍ମେସର୍କେ ସାର୍ଦା କରାଇବାକେ କର୍ବାଇ ଆରି ସେଟାର୍ପାଇଁ ତାକେ ଦନିଅବାଦ୍ ଦେବାଇ । ଆରି ଜନ୍ଲକ୍ମନ୍ ଅବ୍କା ସାଗ୍ଡାଲ୍ କାଇବାଇ, ସେମନ୍ ସେଟା ପର୍ମେସର୍ ସାର୍ଦା ଅଇସି ବଲି କାଇଲାଇନି ଆରି ସେମନ୍ ମିସା ତାକେ ଦନିଅବାଦ୍ ଦେଲାଇନି ।
Publicidade
Publicidade