ବିସ୍ବାସ୍ କରି ଦରମ୍ ବଲାଇଅଇବାଟା
21 ମାତର୍ ଏବେ ଲକ୍ମନ୍ ତାର୍ ମୁଆଟେ ଦରମ୍ ବଲି ଏଜାଇ ଅଇବାକେ, ପରମେସର୍ ଜନ୍ଟା ଜଜ୍ନା କରି ରଇଲା, ସେଟା ସେ ଆମ୍କେ ଜାନାଇଦେଲାଆଚେ । ମାତର୍ ଏଟା ନିୟମ୍ ମାନ୍ଲାକେ ଅଏନାଇ । ଏ ଜଜ୍ନା ମସାର୍ ନିୟମେ ଆରି ବିନ୍ ବବିସତ୍ବକ୍ତାମନର୍ ଟାନେ ମିସା ରଇଲା । 22 ୩:୨୨ ଗାଲାତିୟ ୨:୧୬ଉଜେ ଜିସୁକିରିସ୍ଟକେ ବିସ୍ବାସ୍ କଲାକେ ଏବେ ଆମେ ପରମେସରର୍ ଦେକ୍ବା ଇସାବେ ଦରମ୍ ଲକ୍ ବଲାଇ ଅଇଆଚୁ । ପରମେସର୍ କେତେ ଲକ୍କେ ଆଲାଦ୍ କରି ଆରି କେତେକ୍ ଲକ୍କେ ଗିନ୍ କରେନାଇ । କିରିସ୍ଟକେ ବିସ୍ବାସ୍କର୍ବା ସବୁ ଲକ୍ମନ୍କେ ଏ ଅଦିକାର ଦେଲାଆଚେ ।