ପରମେସର୍ ସଙ୍ଗ୍ ମିସିବିଡିରଇବାଟା
1 ଏବେ ଆମେ ବିସ୍ବାସ୍ କଲାର୍ ପାଇ ପରମେସର୍ ଦେକ୍ବା ଇସାବେ ଦରମ୍ ଲକ୍ ବଲାଇଅଇଲୁ ଆଚୁ ଆରି ମାପ୍ରୁ ଜିସୁ କିରିସ୍ଟର ଲାଗି ପରମେସର୍ ସଙ୍ଗ୍ ସାନ୍ତି ସଙ୍ଗ୍ ଆଚୁ । 2 କାଇକେବଇଲେ ଆମେ ବିସ୍ବାସ୍ କଲାର୍ ପାଇସେ ତାର୍ ଜିବନ୍ ଦୁକାଇଲାଟାନେ ଆମ୍କେ ଆନି ଆଚେ । ଜନ୍ତେଇ କି ଏବେ ଆମେ ଆଚୁ । ଆମେ ବେସି ସାର୍ଦା ସଙ୍ଗ୍ ବଡ୍ପନର୍ କାତା କଇବୁ । କାଇକେବଇଲେ ପରମେସରର୍ ଡାକ୍ପୁଟାର୍ତେଇ ମିସ୍ବୁ ବଲି ଆମ୍କେ ଆସା ଆଚେ ।