3 ସବୁ ରକାମର୍ ଦୁକ୍ କସ୍ଟ ମୁର୍ଚି କରି ସାର୍ଦା ଅଇଲୁନି, କାଇକେବଇଲେ ତେରେପେତେ ନ ଅଇ କସ୍ଟ ମୁରଚ୍ଲେ, ମନେ ସାଆସ୍ ଆଇସି । 4 ସାଆସ୍ ଦାରି ରଇଲେ ପରମେସର୍ ସାର୍ଦା ଅଇସି । ତାର୍ ସାର୍ଦାଇଅନି ଆସା ଆଇସି । 5 ଏ ଆସା ଆମ୍କେ ମୁର୍ମୁରା ଅଇବାକେ ନ ଦେଏ, କାଇକେ ବଇଲେ ପରମେସର୍ ଆମ୍କେ ସୁକଲ୍ଆତ୍ମା ଦେଇ କରି ଆମର୍ ମନେ ତାର୍ ଆଲାଦ୍ ବର୍ତି କରିଦେଲାଆଚେ । ସୁକଲ୍ଆତ୍ମା ଆମର୍ ପାଇ ରଇବା ପର୍ମେସରର୍ ଦାନ୍ ।
Publicidade