2 ବିବା ଅଇବା ବିସଇ ଦେକ୍ଲେ, ମୁନୁସ୍ ବଁଚି ରଇବା ଜାକ, ତାର୍ ମାଇଜି ସଙ୍ଗ୍ ବିବା ବାନ୍ଦନେ ବାନ୍ଦିଅଇରଇସି । ମାତର୍ ମୁନୁସ୍ ମରିଗାଲା ପଚେ ତାର୍ ମାଇଜି ଏ ନିୟମେଅନି ମୁକଲ୍ସି । 3 ସେ ବଁଚି ରଇଲା ବେଲେ, ତାର୍ ମାଇଜି ଜଦି ବିନ୍ ମୁନୁସ୍କେ ବିବା ଅଇସି, ତେବେ ତାକେ ଚାଡ୍ରି ବଲି କଇବାଇ, ମାତର୍ ମୁନୁସର୍ ମରନ୍ ପଚେ ବିନ୍ ମୁନୁସ୍କେ ବିବା ଅଇଲେ, ତାକେ ଆରି ଚାଡ୍ରି ବଲି ନ କଅତ୍ । ନିୟମ୍ ଇସାବେ ସେ ଗଟେକ୍ ମୁକ୍ଲି ରଇବା ମାଇଜି ।