ଆତ୍ମାଇ ଜିବନ୍ ରଇବାଟା
1 ତେବେ ଆମେ ଜେତ୍କି ଲକ୍ ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ଆଚୁ, ଆମର୍ପାଇଁ ଆରି ପର୍ମେସରର୍ ଡଣ୍ଡ୍ ନାଇ । 2 ଜିସୁ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ ସୁକଲ୍ଆତ୍ମା ଆମ୍କେ ନୁଆ ଜିବନ୍ ଦେଲାଆଚେ । ତେଇଅନି, ପାପ୍ କଲେ ମର୍ବା ନିୟମେଅନି, ଆମ୍କେ ମୁକ୍ଲାଇ ଆଚେ । 3 ସେ ଆମର୍ ଗୁନ୍ଚଲନ୍ ନିକ ନ ରଇଲାକେ, ମସା ଦେଇରଇବା ରିତିନିତି ମାନୁ ନାଇ । ତେଇ ନିୟମ୍ ସାଇଜ କରି ନାପାର୍ଲା । ମାତର୍ ସେଟା ପର୍ମେସର୍ କରିଆଚେ । ସେ ଆମର୍ ପାରା ପାପିମନର୍ ଗଟେକ୍ ଗାଗଡ୍ ଦାରାଇ ତାର୍ ପଅକେ ପାଟାଇଲା । ଆରି ସେ ଏନ୍ତାରିକରି ଆମର୍ ଉପ୍ରେ ରଇବା ପାପର୍ ସାସନ୍ କୁରୁପ୍ନାସ୍ କଲା । 4 ଆମେ ଜେନ୍ତାରି କି ନିୟମର୍ ସବୁ ଆଦେସ୍ ମାନିକରି ରଇବୁ, ସେଟାର୍ ପାଇ ପର୍ମେସର୍ ଏନ୍ତି କଲାଆଚେ । ଆମେ ଏବେ ମୁନୁସର୍ ଚଲାଚଲ୍ତି ନ କରି ସୁକଲ୍ଆତ୍ମାର୍ ବାଟେ ଇଣ୍ଡ୍ଲେସେ ଏନ୍ତି କରିଅଇସି ।