20 କାଇକେବଇଲେ ପରମେସର୍ ତିଆର୍ କରିରଇବା ସବୁଜାକ, ଅବିସାପେ ପୁରୁନ୍ ଅଇଲାଆଚେ । ଜନ୍ବାଟେ ଜିବାର୍ ରଇଲା ସେ ବାଟେ ନ ଜାଇ, ବିନ୍ ବାଟେ ଗାଲାଆଚେ । ମାତର୍ ଏଟା ତାର୍ ନିଜର୍ ମନ୍ କଲା ଇସାବେ ଅଏନାଇ । ପର୍ମେସର୍ ମନ୍ କଲାକେସେ ଅଇଲା । ଏଲେମିସା ତାର୍ ଆସା ରଇଲା, 21 ଜେନ୍ତିକି ଗଟେକ୍ ଦିନେ କୁଇଜିବାଟାନେ ଅନି ମୁକ୍ଲିକରି ପର୍ମେସରର୍ କୁଟୁମର୍ ଡାକ୍ପୁଟାଇ ମିସ୍ବୁ ।
Publicidade