5 ଜନ୍ ଲକ୍ମନ୍ ମୁନୁସର୍ ଚଲାଚଲ୍ତି ଇସାବେ ଜିଉନା କାଉନା କର୍ତେରଇବାଇ, ସେମନ୍ ନିଜର୍ ଗାଗଡର୍ ମନ୍ କର୍ବାଟା ଚିନ୍ତା କର୍ତେରଇବାଇ । ମାତର୍ ଜନ୍ ଲକ୍ମନ୍ ସୁକଲ୍ଆତ୍ମାର୍ ଚାଲ୍ନା ଇସାବେ କାମ୍କର୍ବାଇ, ସେମନ୍ ସୁକଲ୍ଆତ୍ମା ଜନ୍ ବିସଇ କର୍ବାକେ ମନ୍ କୁରାଇସି, ସେଟା କର୍ବାଇ । 6 ମୁନୁସର୍ ଚଲାଚଲ୍ତି ଇସାବେ ଗାଲେ ମରନର୍ ଦସା ଅଇସି, ସୁକଲ୍ଆତ୍ମାର୍ ଚାଲ୍ନା ଇସାବେ ଗାଲେ ଜିବନ୍ ଆରି ସାନ୍ତି ମିଲ୍ସି । 7 ଜଦି ଗଟେକ୍ ଲକ୍ ତାର୍ ଗାଗଡର୍ ମନ୍ କଲା ଇସାବେ ଚଲାଚଲ୍ତି କର୍ସି, ସେ ପରମେସରର୍ ବିରଦି ଅଇସି । କାଇକେ ବଇଲେ ସେ ପରମେସରର୍ ନିୟମ୍ ମାନେ ନାଇ, ସେ ସେଟା କର୍ବାକେ ନାପାରେ । 8 ଜନ୍ ଲକ୍ମନ୍ ମୁନୁସର୍ ଚଲାଚଲ୍ତି ଇସାବେ କାମ୍ କଲାଇନି, ସେମନ୍ ପର୍ମେସର୍କେ ସାର୍ଦା କରିନାପାରତ୍ ।
Publicidade
Publicidade