20 ମାତର୍ ମୁଇ ତମ୍କେ କଇବି, "ଏ ମଇତର୍ ପରମେସରର୍ କାତା ନାଇ ବଲ୍ବାକେ ତମେ କେ ?" ଗଟେକ୍ ଆଣ୍ଡି ମକେ କାଇକେ ଏନ୍ତିକରି ଗଡ୍ଲୁସ୍ ବଲି କୁମାର୍କେ ପାଚାରି ନାପାରେ । 21 ନିଜର୍ ମନ୍ କଲା ଇସାବେ ମାଟି ଚକ୍ଟିକରି ଆଣ୍ଡି ଗଟେକ୍ ତିଆର୍ କର୍ବାକେ କୁମାରର୍ ସବୁ ଅଦିକାର୍ ଆଚେ । ଗଟେକ୍ ଚକଟ୍ଲା ମାଟି ବେଲାଇଅନି ଦୁଇ ରକାମର୍ ଆଣ୍ଡି ତିଆର୍ କର୍ସି । ତେଇଅନି ଗଟେକ୍କେ ପରବ୍ ଦିନ୍ମନ୍କେ ବାଇବାଇ । ଆରି ଗଟେକ୍ ଉଜର୍ ଦିନ୍ମନ୍କେ ବାଇବାଇ । ତେଇ ତାର୍ ସବୁ ଅଦିକାର୍ ଆଚେ ।
Publicidade