22 ବାକିଅ ଜନ୍ଟା କରା ବଲି କଇଲାନି, ସେଟା କରା । ଅବ୍କା ସୁନିକରି ରଇବା ଲକ୍ମନର୍ପାରା ଉଆ ନାଇ । ଏନ୍ତାରିକଲେ ତମେ ନିଜେ ନାଡାଇ ଅଇଲାସ୍ନି । 23 ଜନ୍ଲକ୍ ପର୍ମେସରର୍ ବାକିଅ ଅବ୍କା ସୁନ୍ସି, ମାତର୍ ତେଇର୍ କାତା ନ ନାମେ, ସେ ତାର୍ ମୁଏ ରଇବା ଆର୍ଲା, ଦର୍ପନେ ଦେକ୍ବା ଲକ୍ ପାରା । 24 ସେ ନିକ କରି ନିଜର୍ ଚାଁଇ ଦେକି ଅଇତେରଇସି । ମାତର୍ ତେଇଅନି ଉଟିଗାଲା ପଚେ ତାର୍ ବାନିମୁର୍ତି ପାସ୍ରି ଜାଇସି ।