10 କାଇକେବଇଲେ ଜେ ମିସା ସବୁ ନିଅମ ମାନିକରି ଗଟେକ୍ ନିୟମ୍ ଚାଡିଦେଲେ, କାଇ ନିୟମ୍ ନ ମାନ୍ଲା ଲକର୍ ପାରା ଦସିଅଇ ଡଣ୍ଡ୍ ପାଇସା । 11 କାଇକେବଇଲେ ପର୍ମେସର୍ କଇଲାଆଚେ "ତମେ ବେସିଆ କାମ୍ କର୍ବାର୍ନାଇ, ଆରି ନର୍ ମାର୍ବାର୍ ନାଇ" ବଲିକରି । ତେବେ ତମେ ଜଦି ବେସିଆ କାମ୍ ନ କରି, ଲକ୍ମନ୍କେ ମାର୍ସା, ତେବେ ତାର୍ ନିଅମ୍ ମାନାସ୍ ନାଇ । 12 ପର୍ମେସର୍ ବିଚାର୍ନା କର୍ସି ବଲି ଜାନିକରି ସେନ୍ତାରି କାତା କଇ କାମ୍ କରି ଦେକାଆ । ଜନ୍ ନିୟମ୍ ଆମ୍କେ ମୁକ୍ଲାଇସି, ସେ ନିୟମ୍ ଇସାବେ ଆମ୍କେ ବିଚାର୍ନା କର୍ସି ।
Publicidade
Publicidade