15 ଜଦି ଗଟେକ୍ ବିସ୍ବାସି ବାଇ କି ବଇନିକେ, ସେ ଦିନର୍ ପାଇ କାଇବାକେ କି ପିନ୍ଦ୍ବାକେ ନ ରଇଲେ, 16 ତମର୍ ବିତ୍ରେ କେଆଲେ ଗଟେକ୍ ଲକ୍ ତାର୍ ଲଗେ ଜାଇ, ତକେ ପେଟ୍କେ କାଦି ଆରି ଗାଗଡ୍କେ ଲୁଗା ମିଲ ବଲି କଇସା । ତମେ ତାକେ ଲଡାକେ ଲାଗ୍ବାଟା ନ ଦେଇ ଏନ୍ତାରି କଇଲେ କାଇ ଲାବ୍ ? 17 ସେନ୍ତାରିସେ ଗଟେକ୍ ବିସ୍ବାସ୍ କର୍ବା ଲକ୍ ତାର୍ ବିସ୍ବାସ୍ ସଙ୍ଗ୍ ନିକ କାମ୍ ମିସା ନ ଡିସ୍ଲେ ତାର୍ ବିସ୍ବାସ୍ ମରିଗାଲା ଆଚେ ।
Publicidade
Publicidade