ବଡ୍ପନ୍ ବିସଇର୍ ଚେତ୍ନା
13 ତେବେ ମର୍ କାତା ସୁନା । ତମର୍ ବିତ୍ରେ ଜନ୍ ଲକ୍ମନ୍ ଏନ୍ତାରି କାତା ଅଇତେରଇସା, ଆଜି ନଇଲେ କାଲିକେ ଆମେ ଏ ନଅରେ କି ସେ ନଅରେ ଜିବୁ, ତେଇ ବର୍ସେକ୍ ରଇବୁ ଆରି ବେବାର୍ କରି ଡାବୁ ଅରଜ୍ବୁ । 14 ମାତର୍ କାଲିକେ କାଇଟା ଗଟ୍ସି, ସେଟା ତମେତା ନାଜାନାସ୍ ! ତମର୍ ଜିବନ୍ ଦୁଉଁରି ସମାନ୍, ଜନ୍ଟାକି ଚନେକର୍ ପାଇ ଡିସ୍ସି ଆରି ମାୟା ଅଇଜାଇସି । 15 ତାର୍ ବାଦୁଲେ ତମେ ମାପ୍ରୁ ମନ୍ କଲେ ଆମେ ଜିଇକରି ଏନ୍ତାରି ନଇଲେ ସେନ୍ତାରି କରୁ ବଲି କଇବାର୍ ଆଚେ । 16 ମାତର୍ ତମେ ସେନ୍ତାରି କରାସ୍ ନାଇ । ଆଁକ୍ରିଆମନ୍ ଆରି ବଡ୍ପନ୍ କାତା କଉଁମନ୍ । ଏନ୍ତାରି ବଡ୍ପନ୍ କାତା କଇବାଟା ବୁଲ୍ଆଚେ । ବେବାରି ଆରି ଗେନ୍ବା ଲକର୍ ଆତେ ଦିନ୍ସୁପତର୍ ରଇବାଟା
17 ଏତାଇ ରୁଆ । ଜେ ଜଦି ଏଟା ନିକ କାମ୍ ବଲି ଜାନେ, ମାତର୍ ସେଟା ନ କରେ ବଇଲେ, ପର୍ମେସର୍ ଦେକ୍ବା ଇସାବେ ସେ ଦସ୍ କଲାଆଚେ ।