14 କେ ଜଦି ଜର୍ଦୁକା ଅଇ ରଇଲେ ସେ ମଣ୍ଡଲିର୍ ପାର୍ଚିନ୍ମନ୍କେ ଡାକାଆ, ସେମନ୍ ମାପ୍ରୁର୍ ନାଉଁଦାରି ଚିକନ୍ ରକଇ କରି ତାକେ ଲାଗାଇ, ପାର୍ତନା କର୍ବାଇ । 15 ବିସ୍ବାସ୍ ସଙ୍ଗ୍ ସରପ୍ଲା ପାର୍ତନା ଜରର୍ ଲକ୍କେ ନିମାନ୍ କରି ଉଟାଇସି । ଜଦିସେ ପାପ୍କରି ରଇସି ବଇଲେ ମାପ୍ରୁ ତାକେ କେମା କର୍ସି । ନିଜର୍ ନିଜର୍ ଲଗେ ପାପ୍ କଲାଟା ଜାନାଆ ଆରି ନିଜର୍ ନିଜର୍ ପାଇ ପାର୍ତନା କରା । ସେନ୍ତାର୍ କଲେ, ତମେ ନିକ ଅଇସା । 16 ଗଟେକ୍ ଦରମ୍ ଲକ୍ ପାର୍ତନା କଲାଟା ବେସି ବପୁ ରଇସି ଆରି ସେ ପାର୍ତନାର୍ ଉତର୍ ଦେକିଅଇସି ।
Publicidade
Publicidade