3 ସେନ୍ତାରିସେ ଡକ୍ରିମନ୍କେ ମିସା ସିକାଆ । ଜେନ୍ତିକି, ସେମନ୍ ସୁକଲ୍ ଚଲାଚଲ୍ତି କର୍ବାଇ । ତିପୁଲ୍ କାତା ନ କଇକରି, ମାତୁଆଲ୍ନିମନ୍ ନ ଅଇକରି, ତାର୍ ବାଦୁଲେ ବିନ୍ ଲକ୍ମନ୍କେ ନିକ ବିସଇ ସିକାଅତ୍ । 4 ଏନ୍ତାରି କଲେ ସେମନର୍ ଟାନେଅନି ଦାଙ୍ଗ୍ଡିମନ୍ ନିକ ଚଲାଚଲ୍ତି କର୍ବାଟା ସିକ୍ବାଇ । ସେମନ୍ ପର୍ତୁମ୍ ନିଜର୍ ମୁନୁସ୍କେ ଆରି ପିଲାଟକିମନ୍କେ ଆଲାଦ୍ କର୍ବାଟା ସିକତ୍ । 5 ନିଜେ ଜାଗ୍ରତ୍ ଅଇକରି ମୁନୁସ୍ମନ୍କେ ସୁକଲ୍ ଚଲାଚଲ୍ତି କରି, ନିଜର୍ ଗର୍ଦୁଆର୍ ଚାଲାଇକରି, ବିନ୍ ଲକ୍ମନ୍କେ ଦୟା ଦେକାଇକରି ଆରି ନିଜର୍ ମୁନୁସର୍ କାତା ମାନିକରି ରଇବାକେ ସିକା । ସେନ୍ତାର୍ କଲେ ପର୍ମେସର୍ ଆମ୍କେ ସର୍ପି ଦେଲା କବର୍ କେ ମିସା ନିନ୍ଦା ନ କରତ୍ ।
Publicidade
Publicidade