A fé vem pelo ouvir
A fé vem pelo ouvir, e o ouvir pela Palavra de Cristo. Quando a Palavra é proclamada, a fé nasce nos corações. Ouvir a Deus é o primeiro passo para crer e seguir.
A fé vem pelo ouvir
A fé vem pelo ouvir, e o ouvir pela Palavra de Cristo. Quem ouve a Palavra crê e obtém a salvação eterna.
କାଇଟାବଇଲେ, ଜିଉଦି ଆରି ଜିଉଦି ନଇଲା ଲକର୍ ବିତ୍ରେ କାଇ ସାନ୍ ବଡ୍ ନାଇ । ସେଟାର୍ ପାଇ ସବୁ ଲକର୍ ତା ଗଟେକ୍ ମାପ୍ରୁ, ଆରି ଜେତ୍କି ଲକ୍ ତାକେ ପାର୍ତନା କର୍ବାଇ ସେ ସବୁ ଲକ୍କେ ମଙ୍ଗଲ୍ କର୍ସି । କାଇକେବଇଲେ "ଜେ ମିସା ମାପ୍ରୁର୍ ନାଉଁ ଦାରି ପାର୍ତନା କର୍ସି, ସେ ମୁକ୍ତି ପାଇସି ।"
ମାତର୍ ସେମନ୍ ତାକେ ବିସ୍ବାସ୍ ନ କଲେ, କେନ୍ତି ତାର୍ ନାଉଁ ଦାରି ପାର୍ତନା କର୍ବାଇ ? ଆରି ତାର୍ ବିସଇର୍ ସୁବ୍କବର୍ ନ ସୁନିରଇଲେ କେନ୍ତି ବିସ୍ବାସ୍ କର୍ବାଇ ? ଆରି ସେମନ୍କେ କବର୍ ନ ସୁନାଇଲେ, କେନ୍ତି ସୁନ୍ବାଇ ? ଆରି କବର୍ ନେଉକେ ନ ପାଟାଇଲେ କେନ୍ତି ଜାନାଇସି ? ଏ ବିସଇ ସାସ୍ତରେ ଲେକା ଆଚେ "ସୁବ୍କବର୍ ଜାନାଉମନ୍ ଆଇବାଟା, କେଡେ ସାର୍ଦାର୍ କାତା !" ମାତର୍ ସୁବ୍କବର୍ ଜାନାଇବାଟାନେ ସବୁ ଲକ୍ ମାନତ୍ ନାଇ । ସେଟାର୍ ପାଇ ଜିସାଇୟ ଲେକ୍ଲା ଆଚେ, "ଏ ମାପ୍ରୁ, ଆମେ କଇଲା କାତା ସୁନିକରି କେ ବିସ୍ବାସ୍ କରତ୍ନାଇ ।" ତେବର୍ପାଇ ସୁବ୍କବର୍ ସୁନ୍ବାଟାନେଅନି ବିସ୍ବାସ୍ ଅଇସି । ଆରି କିରିସ୍ଟକେ ଜାନାଇବାଟା ସେ ସୁବ୍କବର୍ ।
ଗଟେକ୍ କାତା ମକେ କଇଦେକାପନି, ମସାର୍ ନିୟମ୍ ମାନ୍ଲାକେ ତମେ ସୁକଲ୍ଆତ୍ମା ପାଇଆଚାସ୍ କି, ସୁବ୍କବର୍ ସୁନି ସେଟା ବିସ୍ବାସ୍ କଲାକେ ?
ତମେ ମିସା ଜେଡେବେଲେ ମୁକ୍ତି ପାଇବା,ଏ ସୁବ୍ କବରର୍ ସତ୍ କାତା ସୁନ୍ଲାସ୍, ସେ ବେଲେଅନି ପର୍ମେସରର୍ ଲକ୍ ଅଇଆଚାସ୍ । ତମେ କିରିସ୍ଟକେ ବିସ୍ବାସ୍ କଲାକେ, ପର୍ମେସର୍ ସେ ଦେଇରଇବା କାତା ଇସାବେ ସୁକଲ୍ ଆତ୍ମା ଦାନ୍ କରିଆଚେ । ଆରି ସେ ତମ୍କେ ଚିନ୍ କଲାଆଚେ । ପର୍ମେସର୍ ତାର୍ ଲକ୍ମନ୍କେ ଜେତ୍କି ବିସଇ ଦାନ୍ କର୍ବାକେ କାତା ଦେଲାଆଚେ, ସେ ସବୁଜାକ ଆମେ ମିଲାଇପାରୁ । ସୁକଲ୍ଆତ୍ମା ଆମର୍ବାଟେ ଟିଆଅଇସି । ପର୍ମେସର୍ ତାର୍ ଲକ୍ମନ୍କେ ପୁରାପୁରୁନ୍ ନିଜେ ମନ୍କରି ମୁକ୍ତି ଦେଇସି । ଏଟା ସତ୍ ବଲିକରି, ଆସା ପର୍ମେସର୍କେ ମଇମା କରୁ !
"ମୁଇ ତମ୍କେ ସତ୍ କଇଲିନି, ଜେ ମର୍ କାତା ସୁନି ମକେ ପାଟାଇଲା ପର୍ମେସର୍କେ ବିସ୍ବାସ୍ କର୍ସି, ସେ ନ ସାର୍ବା ଜିବନ୍ ପାଇସି । ଆରି ସେ ବିଚାର୍ନା କରାଇ ନ ଅଏ । କାଇକେବଇଲେ ସେ ମରନ୍କେ ଜିତି କରି ଜିବନ୍ ପାଇଆଚେ ।
ମୁଇ ତମ୍କେ ସତ୍ କଇଲିନି ଏନ୍ତି ଗଟେକ୍ ବେଲା ଆଇଲାନି, ସେ ବେଲା ଏବେ କେଟିଆଚେ । ଜେଡେବେଲା ମଲା ଲକ୍ମନ୍ ପର୍ମେସରର୍ ପିଲା ମର୍ କଁଟର୍ ସର୍ ସୁନ୍ବାଇ, ସେମନ୍ ଜିବନ୍ ଅଇ ଉଟ୍ବାଇ ।
ମକେ ପାଟାଇରଇବା ପର୍ମେସର୍ ମର୍ ଲଗେ ଡାକି ନ ଆନ୍ଲେ, କେ ମିସା ମର୍ ଲଗେ ଆସିନାପାରତ୍ । ଆରି ଜେ ଜେ ଆଇବାଇ, ସେମନ୍କେ ମୁଇ ସାରାସାରି ଦିନେ ମଲାଟାନେଅନି ଜିବନ୍ କରି ଉଟାଇବି । ବବିସତ୍ବକ୍ତାମନ୍ ଦରମ୍ ସାସ୍ତରେ ଲେକିଆଚତ୍, ପର୍ମେସର୍ଟାନେଅନିସେ ସବୁଲକ୍ ସିକ୍ବାଇ । କେ ମିସା ବାବାର୍ କାତା ସୁନି ତାର୍ ସିକିଆ ପାଇସି, ସେ ମର୍ଲଗେ ଆଇସି । କେ ମିସା ବାବାକେ ଦେକତ୍ନାଇ । ମୁଇ ପର୍ମେସରର୍ ତେଇଅନି ଆସିଆଚେ, ମୁଇସେ ବାବାକେ ଦେକିଆଚି । ମୁଇ ତମ୍କେ ସତ୍ କଇଲିନି, ଜନ୍ ଲକ୍ ମକେ ବିସ୍ବାସ୍ କର୍ସି, ସେ ନ ସାର୍ବା ଜିବନ୍ ପାଇସି ।
Ouvir e obedecer
Felizes os que ouvem a Palavra de Deus e a praticam. Quem tem ouvidos ouça o que o Espírito diz.
ମାତର୍ ଜିସୁ କଇଲା, "ନାଇ, ଜନ୍ ଲକ୍ମନ୍ ପର୍ମେସରର୍ ବାକିଅ ସୁନ୍ବାଇ ଆରି ସେଟା ମାନ୍ବାଇ, ସେମନ୍ ନିକ କରମର୍ ଲକ୍ ।"
ଜଦି ଜାକେ ନିକ ସଙ୍ଗ୍ ସୁନ୍ବାର୍ ଆଚେ, ସେ ନିକ ସଙ୍ଗ୍ ସୁନ ।"
ଜିସୁ ସେମନ୍କେ କଇଲା, "ତମେ ଏ ଦୁନିଆର୍ ଗୁଲାଇବାଟେ ଜାଇକରି ସବୁ ଲକ୍ମନ୍କେ ମର୍ ନିମାନ୍ କାତା କୁଆ ।
ଜିସାୟ ବବିସତ୍ବକ୍ତା କଇରଇବା ବାକିଅ ପୁରାପୁରୁନ୍ ଅଇଲା ।
ଏ ଲକ୍ମନ୍ ସୁନି ସୁନି ମିସା କାଇଟା ନ ବୁଜତ୍
ଦେକ୍ତେରଇବାଇ, ମାତର୍ ନ ଦେକ୍ଲା ପାରା ।
କାଇକେ ବଇଲେ ସେମନର୍ ବୁଦି ଉନା ।
ସେମନ୍ କାନେ ଚୁଟିଅଇ ଦେଇଆଚତ୍
ଆରି ଆଁକି ଲିମିଦେଇ ଆଚତ୍ ।
ସେନ୍ତାର୍ ନ ଅଇରଇଲେ ସେମନ୍ ଦେକିପାର୍ତାଇ,
ସୁନିପାର୍ତାଇ ଆରି ମର୍ ଲଗେ ବାଉଡି ଆଇତାଇ ।
ସେମନ୍କେ ମୁଇ ନିକ କରିଦେଇତି ।
"ତମେ କେଡେକ୍ ନିକ କରମର୍ ଲକ୍ ! ତମେ ଦେକି ପାର୍ଲାସ୍ନି ଆରି ସୁନି ପାର୍ଲାସ୍ନି !
ଗଟେକ୍ ଲକ୍କେ କାଇଟା ଅସୁକଲ୍ କର୍ସି
ତାର୍ପଚେ ଲକ୍ମନ୍କେ କଇଲା, "ମନ୍ ଦେଇ ସୁନା ଆରି ବୁଜ୍ବାକେ ଚେସ୍ଟା କରା ।
କାନ୍ ଡେରା ଆରି ଆମର୍ ଲଗେ ଆସା; ସୁନା, ତାର୍ପଚେ ତମର୍ ଜିବନ୍ ବଁଚ୍ସି; ଅରି, ଆମେ ତମର୍ ସଙ୍ଗ୍ ଗଟେକ୍ ସବୁବେଲେ ରଇବା ନିଅମ୍, ଆରି, ଦାଉଦର୍ ପାଇଁ ସତ୍ସଙ୍ଗ୍ ଦୟା ବିଚାର୍ କର୍ସି ।
ତାର୍ପଚେ ସେ କଇଲା, ଜାଆ ଆରି ସେ କୁଟୁମ୍କେ କୁଆ ତମେ ସତ୍ ବାବ୍ରେ ସୁନ୍ଲାସ୍ନି, ମାତର୍ ବୁଜାସ୍ ନାଇ ଦେକ୍ଲାସ୍ନି ମାତର୍ ନ ଦେକ୍ଲା ପାରା ଅଇଲାସ୍ନି। ଏ ଲକ୍ମନ୍ ନିଜର୍ ନିଜର୍ ଆକିଟାନେ ଦେକି ଆରି ନିଜର୍ କାନେ ସୁନି ଆରି ନିଜର୍ ମନ୍ପରାନ୍କେ ବୁଜିକରି ମନ୍କେ ନ ବାଉଡାଇ କରି ଜେନ୍ତିକି ନିମାନ୍ ନ ଅଅତ୍, ସେଟାର୍ପାଇଁ ତମେ ସେମନର୍ ମନ୍ପରାନ୍କେ ନିମାନ୍ ନ କର୍ ସେମନର୍ କାନ୍କେ ବଇରା କର୍ ଆରି ସେମନର୍ ଆଁକିକେ ଡାବି ଦେସ୍।
ଆମର୍ ପାଇ ମିସା ପାର୍ତନା କରା । ଜେନ୍ତିକି କିରିସ୍ଟର୍ ବିସଇଟାନେ ରଇବା ଏ ସୁବ୍କବର୍ ଆମେ ସବୁଲକ୍କେ ଜାନାଇପାର୍ବୁ । ଏ ସୁବ୍ କବର୍ ସେମନ୍ ଆଗ୍ତୁ ନାଜାନିରଇଲାଇ । ଏ ସୁବ୍କବର୍ ଜାନାଇଲାର୍ପାଇ ମୁଇ ଏବେ ବନ୍ଦିଗରେ ଆଚି ।