Agradecimento pela vida
Agradecer pela vida é reconhecer que cada respiração é dom de Deus. Toda criatura que tem fôlego louve ao Senhor — porque Ele nos formou e nos sustenta com amor.
ଆମର୍ ମାପ୍ରୁ ଜିସୁକିରିସ୍ଟର୍ ନାଉଁଦାରି ସବୁବେଲେ ସବୁ ବିସଇର୍ପାଇ ବାବା ପର୍ମେସର୍କେ ଦନିଅବାଦ୍ ଦିଆସ୍ ।
ଆତ୍ମାର୍ ଆସିର୍ବାଦ୍
ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ବାବା ପର୍ମେସର୍ ଦନିଅବାଦ୍ ପାଅ । କାଇକେ ବଇଲେ ସେ ଆମ୍କେ କିରିସ୍ଟର୍ ସଙ୍ଗ୍ ମିସାଇକରି ସର୍ଗେ ରଇବା ସବୁଜାକ ଆତ୍ମାଇଅନି ମିଲାଇବା ଆସିର୍ବାଦ୍ ଦେଇଆଚେ ।
ପର୍ମେସରର୍ ବେସି ମୁଲିଅ ରଇବା ଦାନର୍ପାଇ ଆମେ ତାକେ ଦନିଅବାଦ୍ ଦେଉଁ ।
ବାବା ପର୍ମେସର୍ ଉଜଲର୍ ରାଇଜେ ତାର୍ ଲକ୍ମନର୍ ପାଇ ଜାଇଟା ଟୁଲିଆଇ ଆଚେ, ତେଇ ମିସ୍ବାକେ ସେ ତମ୍କେ ବାଚ୍ଲା ଆଚେ । ସେଟାର୍ପାଇଁ ସାର୍ଦା ସଙ୍ଗ୍ ତାକେ ଦନିଅବାଦ୍ ଦେଇସା । ସେ ଆମ୍କେ ଆନ୍ଦାରର୍ ବପୁତେଇଅନି ମୁକ୍ଲାଇକରି ତାର୍ ଆଲାଦର୍ ପଅର୍ ରାଇଜେ ଡାକିଆନିଆଚେ । ତାର୍ ପଅର୍ଲାଗି ସେ ଆମ୍କେ ମୁକ୍ଲାଇକରି ଆମର୍ ସବୁ ପାପ୍ କେମା କରିଦେଲାଆଚେ ।
କିରିସ୍ଟ ଆରି ତାର୍ କାମ୍
କିରିସ୍ଟ ନ ଡିସ୍ବା ପର୍ମେସରର୍ ସମାନ୍ ବାନିମୁର୍ତି ଆଚେ । ତିଆର୍ କରିରଇବା ସବୁର୍ ଉପ୍ରେ, ପର୍ତୁମ୍ ଜନମ୍ ଅଇଲା ପଅ ଇସାବେ, ତାର୍ ଅଦିକାର୍ ଆଚେ । କାଇକେବଇଲେ ପର୍ମେସର୍ ତାର୍ଟାନେଅନି ସବୁ ବିସଇ ତିଆର୍କଲା ଆଚେ । ଜଗତେ ରଇବାଟା ସବୁଜାକ, ସର୍ଗେ ରଇବାଟା ସବୁଜାକ, ଡିସ୍ବାଟା ଆରି ନ ଡିସ୍ବାଟା, ବପୁରଇ ସାସନ୍ କର୍ବା ଦୁତ୍ମନ୍ ଆରି ଆତ୍ମା ରଇବାଟାମନ୍ । କିରିସ୍ଟର୍ତେଇଅନି ସବୁ ବିସଇ ତିଆର୍ କରିରଇଲା ଆରି ତାର୍ଲାଗିସେ ସବୁ ବଁଚିଆଚତ୍ । କାଇଟା ତିଆର୍ ନ ଅଇତେ ସେ ରଇଲା, ଆରି ତାର୍ଟାନେ ସବୁ ବିସଇ ମିସିକରି ଚାଲ୍ତେରଇସି ।