Ajuda
Deus é nosso auxílio e socorro em todo tempo. Ele não dorme nem cochila. O Senhor é nosso ajudador — não precisamos temer o que o homem possa nos fazer.
କାୟିତାକ୍ ବଃଲେକ୍ ମୁଁୟ୍ ତର୍ ଜୁଗ୍ଜୁଗାର୍ ମାପୁର୍, ତର୍ କାତା ଆତ୍ ଦରି କୟ୍ନ୍ଦ୍, ଡିର୍ନାୟ୍; ମୁଁୟ୍ ତକେ ଉହ୍କାର୍ କଃରିନ୍ଦ୍।
"ଏ ତାକ୍ଲା ଆର୍ ବଜ୍ ବୟ୍ଲା ଲକ୍ମଃନ୍, ମର୍ ତଃୟ୍ ଆସା, ମୁଁୟ୍ ତୁମିମଃନ୍କେ ବିସାଉଁକ୍ ଦଃୟ୍ନ୍ଦ୍ ।
ଆରେକ୍ ମୁୟ୍ ଉବାକ୍ ଗଃଉଆରି କଃରିନ୍ଦ୍ ଆର୍ ତୁମାର୍ ସଃଙ୍ଗ୍ ସଃବୁ ଦିନ୍ ରେଉଁକେ ସେ ତୁମିକେ ଆରେକ୍ ଗଟ୍ ଉହ୍କାର୍ କାରିକେ ହଃଟାୟ୍ଦ୍ ।
ଆର୍ ସେ ହଃର୍କାରେ ଆତ୍ମା ହେଁ ଅଃମିମଃନାର୍ ଦୁର୍ବୁଳେ ଉହ୍କାର୍ କଃରେଦ୍, କାୟିତାକ୍ବଃଲେକ୍ କାୟିରି ପାର୍ତ୍ନା କଃର୍ତା ଲଳା, ସେରି ଅଃମିମଃନ୍ ନଃଜାଣୁ, ସେତାର୍ଗିନେ ଆତ୍ମା ନିଜେ କୟ୍ ନଃଉତା ବାସାୟ୍ ଅଃମାର୍ ଗିନେ ସଃବୁବଃଳ୍ ଗଃଉଆରି କଃରେଦ୍ । ଆରେକ୍ ଜେ ଅଃମିମଃନାର୍ ମଃନ୍ ବିତ୍ରାର୍ ଜାଣେଦ୍, ସେ ଆତ୍ମାର୍ ବାବ୍ କାୟିରି ସେରି ଜାଣେଦ୍, କାୟିତାକ୍ବଃଲେକ୍ ଇସ୍ୱରାର୍ ଇଚା ହଃର୍କାରେ ଦଃର୍ମି ଲକାର୍ ଗିନେ ଗଃଉଆରି କଃରେଦ୍ ।
ତୁମି ହୁରାହୁରି ଇସ୍ୱର୍ ତଃୟି ଆସ୍ର କଃରା ଆର୍ ତୁମିମଃନ୍ ନିଜାର୍ ନିଜାର୍ ବିଚାରେ ଚାଲାନାୟି। ନିଜାର୍ ସଃବୁ ତାର୍ ନାଉଦଃରି କଃରା; ସେତି ସେ ତୁମାର୍ ସଃବୁ କାମ୍ ସଃଳ୍କ୍ କଃରେଦ୍।
ତୁମିମଃନାର୍ ସଃବୁ ଚିତାର୍ ବଜ୍ ଇସ୍ୱରାର୍ ଉହ୍ରେ ଚାଡିଦିଆସ୍, ବଃଲେକ୍ ସେ ତୁମିମଃନାର୍ ଗିନେ ଚିତା କଃରୁଲା ।