Alimento
O alimento é provisão de Deus para o corpo e a alma. Jesus disse: Eu sou o pão da vida. A Bíblia ensina a receber com gratidão, partilhar com generosidade e confiar no Provedor.
O pão da vida
Jesus disse: Eu sou o pão da vida. Quem vem a mim nunca terá fome. O alimento espiritual sacia plenamente.
ତାର୍ ପଚେ ଜିସୁ ସେମନ୍କେ କଇଲା, "ମୁଇ ସେ ଜିବନର୍ କାଦି । ଜନ୍ ଲକ୍ ମର୍ ଲଗେ ଆଇସି, ସେ କେବେ ମିସା ବୁକେ ନ ରଏ । ଆରି କେ ମକେ ବିସ୍ବାସ୍ କର୍ସି ତାକେ କେବେ ମିସା ସସ୍ ନ ଲାଗେ ।
ଜନ୍ କାଦି ନସିଜାଇସି, ସେ କାଦିର୍ ପାଇ ଏତେକ୍ କସ୍ଟ କରାନାଇ, ମାତର୍ ଜନ୍ଟା ନ ନସେ, ସେଟା ନ ସାର୍ବା ଜିବନ୍ ଦେଇସି, ସେଟାର୍ ପାଇ କସ୍ଟ କରା । ଏ କାଦି ନର୍ପିଲା ମୁଇ ଦେବି । କାଇକେ ବଇଲେ, ସେଟାର୍ପାଇଁ ବାବା ପର୍ମେସର୍ ମକେ ଅଦିକାର୍ ଦେଲାଆଚେ ।
ମାତର୍ ଜିସୁ କଇଲା, "ସାସ୍ତରେ ଲେକାଆଚେ ମୁନୁସ୍ ଅବ୍କା ରୁଟି କାଇକରି ନ ବଁଚେ, ମାତର୍ ପର୍ମେସରର୍ ଟଣ୍ଡେ ଅନି ବାରଇବା ସବୁ ବାକିଅ ଟାନେ ବଁଚ୍ସି ।"
ଜନ୍ ଲକ୍ମନ୍ ପର୍ମେସରର୍ ମନ୍ କଲା ଇସାବେ କାମ୍ କର୍ବାକେ ଆସା କର୍ବାଇ, ତାକର୍ କେଡେକ୍ ନିକ କରମ୍,
କାଇକେବଇଲେ ପର୍ମେସର୍ ସେମନ୍କେ ସାର୍ଦା କୁରାଇସି ।
ମାତର୍ ତମେ ତାର୍ ରାଇଜ୍ ଆରି ସେ ତମର୍ଟାନେଅନି କାଇଟା ମନ୍ କଲାନି, ସେ ବିସଇ କଜା । ସେନ୍ତାର୍ କଲେ, ସେ ତମ୍କେ ଲଡାକେ ଆଇବା ସବୁ ବିସଇ ଜାଗାଇ ଦେଇସି ।
ଏଟାର୍ପାଇ ମୁଇ ତମ୍କେ କଇଲିନି, ବଁଚ୍ବାକେ କାଇଟା କାଇବୁବେ ? ଆରି ଗାଗଡର୍ ପାଇ କାଇଟା ପିନ୍ଦ୍ବୁ ? ବଲି ବାବି ଚିନ୍ତା କରାନାଇ । କାଦିର୍ତେଇଅନି ଜିବନ୍, ଆରି ବସ୍ତର୍ ତେଇଅନି ଗାଗଡ୍ ମୁକିଅ ଆଚେ ।
ଏବେ ଜନମ୍ ଅଇଲା କଅଁଲା ପିଲାମନ୍ ଦୁଦ୍ କାଇବାକେ ଜେନ୍ତାରି ମନ୍ କର୍ବାଇ, ସେନ୍ତାରିସେ ତମେ ଆତ୍ମାର୍ ଦୁଦ୍ କାଇବାକେ ମନ୍ କରା । ସେଟା ଅଇଲାନି ପର୍ମେସରର୍ ସତ୍ ବାକିଅ । ସେଟା କାଇବାକେ ମନ୍ କଲେ, ତମର୍ ମୁକ୍ତି ସିଦ୍ ଅଇବାଜାକ ତମେ ବିସ୍ବାସେ ଅଦିକ୍ ଅଦିକ୍ ବଡି ଆଇସା ।
Provisão divina
Deus provê alimento em abundância. Ele multiplica pães e peixes, enche os famintos e supre toda necessidade.
ଆରି, ଜିସୁ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି, ସରଗ୍ବାଟେ ମୁ କରି ଦନିଅବାଦ୍ ଦେଲା ଆରି ବାଙ୍ଗାଇକରି ସିସ୍ମନ୍କେ ବାଟାକଲା । ତେଇ ସବୁଲକ୍ ପେଟ୍ ପୁର୍ତେ କାଇଲାଇ ଆରି ସାନ୍ତି ଅଇଲାଇ । ପଚେ ସିସ୍ମନ୍ ତେଇ ଅଗ୍ଲି ରଇବା ବାଙ୍ଗାଇଲାଟାମନ୍ ବାର ଡାଲା ଉବ୍ରାଇଲାଇ ।
ଆରି ପର୍ମେସର୍ ଜେ କି ବୁନ୍ବାକେ ବିଅନ୍ ଆରି କାଇବାକେ କାଦି ଦେଇସି, । ସେ ତମ୍କେ ଜେତ୍କି ବିଅନ୍ ଦର୍କାର୍ ସେତ୍କି ଦେଇସି । ଆରି ସେଟା ବଡିକରି ବେସି ପସଲ୍ ଅଇସି । କାଇକେବଇଲେ ତମେ ଜବର୍ ଦେଲାସ୍ନି ।
ଜନ୍ ଲକ୍ ଦୁକି ସୁକି ଲକ୍ମନ୍କେ ଦାନ୍ ଦେଇସି, ସେ ଲକ୍ ଆସିର୍ବାଦ୍ ପାଇସି, ଆରି ଜେ ବିନ୍ ଲକ୍କେ ପାନି ଚିଚ୍ସି, ସେ ନିଜେ ପାନି ଚିଚି ଅଇସି ।
ମନ୍କେ ସାର୍ଦା ଲାଗ୍ଲା କାତା ମୁଁଉଁ ଚିକନ୍ ପାରା, ସେଟା ମନ୍କେ ସୁଆଦ୍ ଲାଗ୍ସି, ଗାଗଡ୍କେ ନିମାନ୍ ।
ଆରି ନିଇମିଆ ସେମନ୍କେ କଇଲା, ନିଜର୍ ନିଜର୍ ବାଟେ ଜାଆ, ନିକ ଜିନିସ୍ କାଆ, ଆରି ସୁଆଦ୍ ଜିନିସ୍ କାଆ, ଆରି, ଜାର୍ପାଇ କାଇଟାମିସା ରାନ୍ଦା ଅଏ ନାଇ, ତାର୍ପାଇ କଣ୍ଡେକ୍ ପାଟାଆ; କାଇକେବଇଲେ ଆଜିର୍ ଦିନ୍ ଆମର୍ ମାପ୍ରୁର୍ ନାଉଁରେ ସୁକଲ୍ ଦିନ୍, ତମେ ଦୁକ୍ ଉଆନାଇ; ଜେନ୍ତାରି କି ସବୁବେଲର୍ ମାପ୍ରୁର୍ ବିସଇ ସାର୍ଦା ଆରି ବପୁ ଅଇସି ।
Gratidão e moderação
Nada trouxemos para o mundo e nada levaremos. Tudo o que fizerdes, fazei para a glória de Deus — inclusive comer e beber.
କାଇକେବଇଲେ ଆମେ ଜନମ୍ ଅଇଲାବେଲେ ଚୁଚାଆତେ ଆଇଲୁ, ଆରି ଜେଡେବେଲେ ମର୍ବୁ, ଚୁଚା ଆତେସେ ଉଟିଜିବୁ । ତେବେ ଆମ୍କେ ଲଡାକେ ଆଇବା କାଦି ଆରି ପିନ୍ଦ୍ବାକେ ବସ୍ତର୍ ରଇଲେ ସେତ୍କିସଙ୍ଗ୍ ସୁସାରେ ରଇବାର୍ ଅଇସି ।
ତେବର୍ପାଇ ବାତ୍ କା, କି ପାନି କା, କି ଜାଇଟା ମିସା କରା, ପର୍ମେସର୍ ଡାକ୍ପୁଟା ପାଇବାକେ ସବୁ କରା ।
ସବୁଦିନ୍ ପାର୍ତନା କର୍ବା ମନ୍ଦିରେ ଗଟେକ୍ ଦଲ୍ଅଇ ମିସ୍ତେରଇଲାଇ । ଗରେ ଗରେ ମିସିବିଡି କାଇତେରଇଲାଇ । ସାର୍ଦାସଙ୍ଗ୍ ରଇକରି, ମନେ କାଇଟା ନ ବାବି ଦିଆନିଆ ଅଇତେରଇଲାଇ । ସେମନ୍ ପର୍ମେସର୍କେ ଡାକ୍ପୁଟା କର୍ତେରଇଲାଇ ଆରି ଜିରୁସାଲେମର୍ ସବୁଲକ୍ ସେମନ୍କେ ନିକ ବଲି ବାବ୍ତେରଇଲାଇ । ମାପ୍ରୁ ଜନ୍ ଲକ୍ମନ୍କେ ମୁକ୍ତି କର୍ତେରଇଲା, ଦିନ୍କେ ଦିନ୍ ସେମନର୍ ଦଲେ ମିସାଇତେରଇଲା ।
ଦେକା, ମୁଇ କାପାଟେ ଟିଆଅଇ ମାର୍ଲିନି । ଜେ ଜଦି ମର୍ ମାର୍ବା ସବଦ୍ ସୁନି କାପାଟ୍ ଉଗାଡ୍ଲେ ମୁଇ ବିତ୍ରେ ପୁର୍ବି ଆରି ସେମନର୍ ସଙ୍ଗ୍ କାଇବି ।
ଜନ୍ ଲକ୍ମନ୍ ସବୁଜାକ କାଇବାଇ, ସେମନ୍ ଆମେ ଅବ୍କା ସାଗ୍ଡାଲ୍ କାଇବା ଲକର୍ଟାନେଅନି ବଡ୍ ବଲି ବାବ୍ବାର୍ ନାଇ । ସେନ୍ତାରିସେ ଜନ୍ଲକ୍ମନ୍ ଅବ୍କା ସାଗ୍ଡାଲ୍ସେ କାଇବାଇ, ସେମନ୍ ଆମେ ସବୁରକାମର୍ କାଦିକାଇବା ଲକ୍ମନର୍ଟାନେଅନି ବଡ୍ ବଲି ବାବ୍ବାର୍ନାଇ । କାଇକେବଇଲେ ପର୍ମେସର୍ ଦୁଇ ଦଲର୍ ଲକ୍ମନ୍କେ ମିସା ବାଚ୍ଲା ଆଚେ ।
ତେବର୍ପାଇ ତମର୍ କାଇବା, ପିଇବା, ବିସଇ ଅ କି ତାକର୍ କେତେଟା ପରବ୍ଚନ୍ଦ୍ଟାନେ କି ଉଆଁସ୍ରାତି ବେଲେ କି ବିସ୍ରାମ୍ବାରେ ତମେ ମିସାସ୍ନାଇ, ବଲି କାକେ ବିଚାର୍ କର୍ବାକେ ଦିଆସ୍ନାଇ । ଏ ସବୁ ନିୟମ୍ ପର୍ମେସର୍ ଆମ୍କେ ଦେବିବଲି କାତାଦେଇରଇବା ବିସଇର୍ ଚିନ୍ । ଏ ସବୁ ନିୟମର୍ ଚିନ୍ କିରିସ୍ଟର୍ଟାନେ ପୁରାପୁରୁନ୍ ସିଦ୍ ଅଇସି ।
ପର୍ମେସର୍ ଆରି ତରେକ୍ କଇଲା,ଦେକା, ବୁଏଁ ରଇଲା ସବୁ ରକାମର୍ ଡାଲ୍ପତର୍ ଆରି ସବୁ ରକାମର୍ ପଲ୍ଦେବା ଗଚ୍ ତମ୍କେ ଦେଲୁ, ସେଟାସେ ତମର୍ କାଦି ଅଇସି।
ସବୁ ଇଣ୍ଡାବୁଲା ଅଇବା ଜନ୍ତ୍ମନ୍କେ ତମେ କାଇ ପାର୍ସା, ଆମେ ସବୁ ରଙ୍ଗର୍ ସାଗ୍ପାରା ଏଟାମନ୍ ସବୁଜାକ ତମ୍କେ ଦେଲୁ, ମାତର୍ ତମେ ଜିବନ୍ ବନି ମିସି ରଇବା ମାଉଁସ୍ କାଆ ନାଇ ।
ତିନ୍ ଆଟ୍ ସାର୍ବା ଜାକ ମୁଇ କାଇ ସୁଆଦ୍ କାଦି କାଇ ନାଇ, କି ମାଉସ୍ କି ଅଙ୍ଗୁର୍ ରସ୍ ମର୍ ଟଣ୍ଡେ ନେଇ ନାଇ, କି ମୁଇ କାଇ ଚିକନ୍ ଲାଗାଇ ଅଇନାଇ ।