Amor de casal
O amor de casal é celebrado na Bíblia como dom sagrado. O Cântico dos Cânticos exalta a beleza do amor conjugal — íntimo, exclusivo e forte como a morte.
ଇସ୍ୱର୍ କୟ୍ଲା, "ମାନାୟ୍ ଅଃବ୍କା ଗଟେକ୍ ଲକ୍ ରେତାର୍ ନିକ ନାୟ୍, ମୁୟ୍ ତାର୍ ଗିନେ ତାର୍ ରୁହ୍ ହର୍ ସଃଙ୍ଗ୍ଉଆଳି ମାୟ୍ଜି ହାଜିନ୍ଦ୍।"
ଆର୍ ଇସ୍ୱର୍ ଆଦମ୍ ତଃୟ୍ ହୁଣି ଜୁୟି ହଃଞ୍ଜ୍ରା ଆଡ୍ ନିଲା, ସେ ଆଡ୍ ସଃଙ୍ଗ୍ ଗଃଟେକ୍ ମାୟ୍ଜିଟକି ହାଜିକଃରି ଆଦମାର୍ ଚଃମେ ଆଣ୍ଲା। ସେତାକ୍ ଆଦମ୍ କୟ୍ଲା, "ଅଃବେ ଅୟ୍ଲି; ଇରି ମର୍ ଆଡାର୍ ଆଡ୍ ଆର୍ ମାସାର୍ ମାସ୍; ଇତାର୍ ନାଉ ଅୟ୍ଲି ମାୟ୍ଜି,କାୟିତାକ୍ ବଃଲେକ୍ ଅଃଣ୍ଡ୍ରା ମାନାୟ୍ ତଃୟ୍ ହୁଣି ଇରି ଆସି ଆଚେ।" ଇତାର୍ ଗିନେ ମାନାୟ୍ ନିଜାର୍ ଆୟା ଉବାକେ ଚାଡି ଅଃହ୍ଣାର୍ ମାୟ୍ଜି ସଃଙ୍ଗ୍ ଜତାୟ୍ ରଃୟ୍ଦ୍, ଆର୍ ସେମଃନ୍ ଗଟେ ଗଃଗାଳ୍ ଅଃଉତି।
ଜୁୟି ଲକ୍ ମାୟିଜି ହାୟିଦ୍ ସେ ନିକ ଜିନିସ୍ ହାୟିଦ୍, ସେ ଇସ୍ୱରାର୍ ତଃୟିହୁଣି ଦଃୟା ଅୟିଦ୍।
ତୁମାର୍ ଜଃର୍ନିୟା ଦନ୍ୟ ଅଃଉଅ; ଆର୍ ତୁମି ନିଜାର୍ ଦଃଙ୍ଗ୍ଡା ବଃଳାର୍ ଡକୁର୍ଦି ମଃନ୍କାର୍ ସଃଙ୍ଗ୍ ସଃର୍ଦା କଃରା। ସେ ଲାଡାର୍ ଚିତାଳ୍ ହର୍, ଆର୍ ସୁନ୍ଦୁର୍ ସଃମ୍ୱର୍, ତାର୍ ଉର୍ବୁକ୍ ସଃବୁବଃଳ୍ ମଃନ୍ହୁର୍ତ୍ କଃରେଦ୍। ଏ ମର୍ ହଅ,ବିନ୍ଲକାର୍ ଡକୁର୍ସି ସଃଙ୍ଗ୍ ତୁମି କାୟିତାକ୍ ଟାଣିଅଃଉଁଲିସ୍ ? ଅଃଲ୍ଗା ଲକାର୍ ଜଃଙ୍ଗ୍ କାୟିତାକ୍ ହଃଟଳୁଲାସ୍।
ଇତାକ୍ ସେମଃନ୍ ଆର୍ ବିନ୍ ନଃଉତି, ମଃତର୍ ଗଟେକ୍ ଅଃଉତି; ବଃଲେକ୍ ଜାୟ୍ରି ଇସ୍ୱର୍ ମିସାୟ୍ ଆଚେ, ମାନାୟ୍ ସେରି ଅଃଲ୍ଗା ଅଃଲ୍ଗା ନଃକେର ।"
ଲାଡ୍ ଦୁକ୍ ସଃମ୍ବାଳ୍ତାର୍, ଲାଡ୍ ଉହ୍କାର୍ କଃର୍ତାର୍ । ଡାରା ନଃକେରେ, ଗଃର୍ବ୍ ନଃକେରେ, ଅଃକାର୍ ନଃକେରେ ମଃନେ ଲାଡ୍ ରିଲାର୍ ଗିନେ ରିସା ଜାତ୍ ନୟ୍, ନିଜେ ଲାବ୍ ହାଉଁକେ ଉପାୟ୍ ନଃକଜେ କାକ୍ରି ନୟ୍, ଉହ୍କାର୍ ହାୟ୍ଁ ନଃରିଲେକ୍ ହେଁ ମଃନେ ବେର୍ ନଃଦେରେ । ଅଃଦଃର୍ମେ ସଃର୍ଦା ନଃକେରେ ମଃତର୍ ସଃତ୍ ତଃୟ୍ ସଃର୍ଦା କଃରେଦ୍, ଲବଦ୍ ସଃବୁ ସଃମ୍ବାଳେଦ୍, ସଃବୁ ସଃତ୍ କଃରେଦ୍, ସଃବୁ ଆସା କଃରେଦ୍, ସଃବୁ କଃତାୟ୍ ସାସ୍ଦଃରି ରଃୟ୍ଦ୍ ।
ଅଃଣ୍ଡ୍ରାମଃନ୍ ହେଁ ନିଜାର୍ ନିଜାର୍ ମାୟ୍ଜିମଃନ୍କେ ନିଜାର୍ ନିଜାର୍ ଗଃଗାଳ୍ ହର୍ ଲାଡ୍ କଃର୍ତା ଦଃର୍କାର୍, ଜେ ନିଜାର୍ ମାୟ୍ଜିକ୍ ଲାଡ୍ କଃରେଦ୍, ସେ ନିଜ୍କେ ଲାଡ୍ କଃରେଦ୍ । କେଏ ହେଁ ନିଜାର୍ ଗଃଗାଳ୍କେ ଗିଣ୍ ନଃକେର୍ ମଃତର୍ ଗଃଗାଳାର୍ ହସ୍ହାଳ୍ କଃରେଦ୍ ଆର୍ ତାର୍ ଜଃତୁନ୍ କଃରେଦ୍, ସେନ୍କଃରି କ୍ରିସ୍ଟ ମଣ୍ଡ୍ଳିର୍ ଜଃତୁନ୍ ନେଉଁଲା ।
ମଃତର୍ ଇରି ତୁମିମଃନାର୍ ଗିନେ ହେଁ ଦଃର୍କାର୍, ସଃବୁ ଅଃଣ୍ଡ୍ରା ନିଜାର୍ ମାୟ୍ଜିକ୍ ଜିବନ୍ ହର୍ ଲାଡ୍ କଃର, ଆର୍ ସଃବୁ ମାୟ୍ଜିମଃନ୍ ନିଜାର୍ ଅଃଣ୍ଡ୍ରାକେ ମାନ୍ତି କଃର ।
ଆର୍ ଇ ଗୁଣ୍ ଉହ୍ରେ ଲାଡ୍କେ ହୁଙ୍ଗ୍ରା, ଇରି ସଃବୁ ସିଦ୍ କଃରି ଗଟେକ୍ କଃରେଦ୍ ।
ଏକ୍ଲା ଟାଣୁ ଦୁୟ୍ଲକ୍, ନିକା କାୟତାକ୍ବଃଲେକ୍ ସେମଃନ୍ ନିଜାର୍ କଃସ୍ଟାର୍ ବଃଲ୍ ହଃଳ୍ ହାଉତି। ସେମଃନ୍ ଅଦୁର୍ଲେକ୍, ଗଟେଲକ୍ ତାର୍ ସଃଙ୍ଗୁଆଡ଼ିକେ ଉଟାୟିଦ୍; ମଃତର୍ ଜେ ଅଦୁର୍ତାବଃଳ୍ ଗଟେଲକ୍ ହଃକା ରଃୟିଦ୍ ଆର୍ ତାକେ ଉଟାଉଁକ୍ କେଏ ନରେତି, ସେ ଦଃଣ୍ଡାର୍ ଜୟିଗ୍। ଆରେକ୍ ଦୁୟ୍ଲକ୍ ଗଟେ ଟାଣେ ସୟିଲେକ୍ ଉସୁମ୍ ଅଃଉତି; ମଃତର୍ ଏକ୍ଲାଲକ୍ କଃନ୍କଃରି ଉସୁମ୍ ଅଃଉଁହାରେ? ଜଃବେ କେଏ ଏକ୍ଲା ରେତାଲକେ ଆରାୟିଦ୍, ତଃବେ ଦୁୟ୍ ଲକ୍ ତାକେ ବିରଦ୍ କଃର୍ତି; ଆରେକ୍, ତିନିଗୁଣ୍ ଡର୍ ବେଗି ଚିଡି ନଃକେରେ।