Aprender
Aprender é vocação do discípulo. Jesus disse: aprendei de mim. A Bíblia convida a aprender com humildade, perseverança e disposição — sentados aos pés do Mestre.
Aprender de Jesus
Tomai sobre vós o meu jugo e aprendei de mim. O Espírito Santo nos ensinará todas as coisas e nos recordará tudo.
ମର୍ ଜୁଆଡି ବଇ ମର୍ଟାନେଅନି ସିକା । କାଇକେବଇଲେ ମୁଇ ନିଜେ ସୁଆଲ୍ ଆରି ମର୍ ମନ୍ କୁଉଁଲ୍ ଅଇଲାର୍ ଲାଗି ତମେ ମର୍ଲଗେ ପୁଣ୍ଡ୍ସା । ମୁଇ ତମର୍ ଉପ୍ରେ ଜନ୍ ଜୁଆଡି ସଙ୍ଗଇବି ସେଟା ତମ୍କେ ବଇବାକେ ସଅଜ୍ ଅଇସି । ଆରି ତମ୍କେ ଜନ୍ ବଜ୍ ଦେବି, ସେଟା ମିସା ବେସି ଉସାସ୍ ।"
ତେବେ ତମେ ଦେସ୍ମନ୍କେ ରଇବା ସବୁ ବାସାର୍ ଲକ୍ମନର୍ ଲଗେ ଜାଇ, ସେମନ୍କେ ମର୍ ସିସ୍ କରାଆ । ବାବା, ପଅ ଆରି ସୁକଲ୍ ଆତ୍ମାର୍ ନାଉଁଦାରି ସେମନ୍କେ ଡୁବନ୍ ଦିଆସ୍ । ଆରି ମୁଇ ଜନ୍ ସବୁ ସିକିଆ ଦେଇଆଚି, ସେଟା ମାନା ବଲି ସିକାଆ । ଆରି ମନେ ରଅ, କାଲ୍ କାଲ୍ ଜୁଗ୍ ଜୁଗ୍ ମୁଇ ସବୁବେଲେ ତମର୍ ସଙ୍ଗ୍ ରଇବି ।"
ମାତର୍ ପର୍ମେସର୍ ଜନ୍ ସାଇଜକାରିଆ ସୁକଲ୍ ଆତ୍ମାକେ ମର୍ ନାଉଁ ଦାରି ତମର୍ ଲଗେ ପାଟାଇସି, ସେ ତମ୍କେ ସବୁ ବିସଇ ସିକାଇଦେଇସି ଆରି ମୁଇ ଜନ୍ ଜନ୍ କାତା କଇଲିଆଚି ସେଟା ସବୁ ତମ୍କେ ଏତାଇ ଦେଇସି ।
ଜିସୁ ସେମନ୍କେ କଇଲା, "ମୁଇ ସିକାଇଦେବା ଏ ସିକିଆ ମର୍ ନିଜର୍ଟାନେ ଅନି ନଏଁ, ମାତର୍ ମକେ ପାଟାଇରଇବା ପର୍ମେସରର୍ ତେଇଅନି ଆସିଆଚେ ।
ମାତର୍ ତମେ ନାଡାଇ ନ ଉଆସ୍ । କାଇକେବଇଲେ କିରିସ୍ଟ ତାର୍ ସୁକଲ୍ଆତ୍ମା ତମ୍କେ ଦେଇଆଚେ । ସେ ସୁକଲ୍ଆତ୍ମା ଏବେ ମିସା ତମର୍ ବିତ୍ରେ ଆଚେ । ତେବର୍ପାଇ କେ ମିସା ବିନ୍ ଲକ୍ ତମ୍କେ ସିକାଇବାକେ ଲଡାନାଇ । ସୁକଲ୍ଆତ୍ମା ତମ୍କେ ସବୁ ବିସଇର୍ ସତ୍ ସିକାଇସି । ତେଇ ସେ ଜନ୍ଟା ସିକାଇସି, ସେଟା ପୁରାପୁରୁନ୍ ସତ୍ । ତେଇ କାଇ ବୁଲ୍ ବିସଇ ନ ରଏ । ତେବର୍ପାଇ ମୁଇ ତମ୍କେ କଇଲିନି, କିରିସ୍ଟର୍ ସଙ୍ଗ୍ ମିସିରୁଆ ।
Ensino e sabedoria
O temor do Senhor é o princípio do saber. A disciplina do Senhor forma o caráter e abre caminhos de entendimento.
ସବୁବେଲର୍ ମାପ୍ରୁର୍ ବିସଇକେ ଡର୍ବାଟା ସେ ଗିଆନ୍ ଲଗେ ଅନି ଆରାମ୍; ମାତର୍ ବୁଦି ନ ରଇଲା ଲକ୍ ଗିଆନ୍ ଆରି ନିମାନ୍ ସିକିଆକେ ଗୁର୍ନା କର୍ବାଇ ।
ଏ ମର୍ ପିଲା, ସବୁବେଲର୍ ମାପ୍ରୁର୍ ସାସନ୍କେ ପାସର୍ ନାଇଁ ଆରି ତାର୍ ସାସନ୍ରେ ଅମାନିଅ ଅ ନାଇ । କାଇକେବଇଲେ ବାବା ତାର୍ ଲାଡର୍ ପିଲାକେ, ଜେନ୍ତି ମାରିଦାରି କରି ଡରାଇସି ସେ ରକାମ୍ ସବୁବେଲର୍ ମାପ୍ରୁ ତାର୍ ଲାଡର୍ ପିଲାକେ ସାସନ୍ କର୍ସି ।
ମୁଇଁ ତକେ ଗିଆନର୍ ବାଟେ ଇଣ୍ଡ୍ବାକେ ସିକିଆ ଦେଲିନି, ମୁଇଁ ତକେ ସତ୍ବାଟେ ଇଣ୍ଡ୍ବା ବିସୟରେ ସିକାଇଲିନି ।
ଜନ୍ ଲକ୍ କାତା ମାନ୍ସି, ସେ ଗିଆନ୍କେ ନିମାନ୍ ବଲ୍ ପାଇସି; ମାତର୍ ଜେ କାତା ନ ମାନେ, ସେ ପସୁ ସମାନ୍ ।
Comunidade de aprendizado
Ensinem e aconselhem-se mutuamente. A igreja é escola de Cristo — onde todos ensinam e todos aprendem juntos.
କିରିସ୍ଟର୍ ବାକିଅ ଦିଆନ୍କରି ଲାଗିରୁଆ । ତମର୍ ତମର୍ ବିତ୍ରେ ସିକିକରି ଜାଗ୍ରତ୍ ଅଇରୁଆ । ଏଟା ଗିଆନ୍ ସଙ୍ଗ୍ କରା । ଗିତ୍ ସଙ୍ଗିତା ବଇର୍ ଗିତ୍ମନ୍, ବିନ୍ ଗିତ୍ମନ୍ ଆରି ସୁକଲ୍ ଗିତ୍ମନ୍ କଇତେରୁଆ । ମନ୍ବିତ୍ରେ ଦନିଅବାଦ୍ କଇକରି ପର୍ମେସର୍କେ ଗିତ୍ କଇତେରୁଆ ।
ତେବେ ତମେ ଜେନ୍ତାରି କଲାସ୍ନି, ସେନ୍ତାରି ନିଜର୍ ଲକ୍ମନ୍କେ ଦୁକ୍ ସାରାଆ । ଆରି ସାଇଜ କର୍ତେରୁଆ ।
ଆରି ସେମନ୍ ସବୁ ଦିନ୍ ମନ୍ଦିରେ ଆରି ଲକ୍ମନର୍ ଗରେ ଗରେ ମସିଅ ଜିସୁର୍ ବିସଇର୍ ସୁବ୍କବର୍ ଜାନାଇଲାଇ ଆରି ସିକିଆ ଦେବାର୍ ଦାର୍ଲାଇ ।
ତମେ ଜାନିଆଚାସ୍, ଲକ୍ମନର୍ ଲଗେ କବର୍ ଜାନାଇଲାବେଲେ ଆରି ତମର୍ ଗର୍ମନ୍କେ ଉପ୍ଦେସ୍ ଦେଲାବେଲେ, ତମର୍ ଉପ୍କାର୍ ଅଇଲାପାରା କାଇ ବିସଇ ମିସା ଜାନାଇବାକେ ମୁଇ ଦୁଇମନିଆ ଅଇନାଇ ।"
ତମ୍କେ ମୁଇ ଜେତ୍କି ସବୁ ବିସଇ ସିକାଇରଇଲି, ଆରି ତମେ ମାନିରଇଲାସ୍ ସେଟା ସବୁ କର୍ତେରୁଆ । ମୁଇ ଜେତ୍କି ବିସଇ କଇତେରଇଲି, ସେଟା ସୁନ୍ତେରଇଲାସ୍ ଆରି ଜେତ୍କି ବିସଇ କର୍ତେରଇଲି, ସେଟା ଦେକିରଇଲାସ୍, ସେଟା ସବୁ କର୍ତେରୁଆ । ପର୍ମେସର୍ ତମର୍ସଙ୍ଗ୍ ରଇ ତମ୍କେ ସାନ୍ତି ଦେଇସି ।
ମାତର୍ ତିତସ୍ ତୁଇ ବିସ୍ବାସିମନ୍କେ ଜନ୍ ବିସଇ ସିକାଇଲୁସ୍ନି ସେଟା ଜିସୁକିରିସ୍ଟର୍ ସତ୍ ସିକିଆ ଇସାବେସେ ସିକା ।
Ouvir e praticar
Ensina-me a fazer a tua vontade. Guia-me pela tua verdade. O verdadeiro aprendiz pratica o que ouviu do Mestre.
ରାତିର୍ ବେଲେ ମୁଇଁ ମର୍ ଜିବନ୍ ପରାନ୍ ଦେଇକରି ତକେ ଏତାଇଲିନି; ଜେଡେବେଲେ ତୁଇ ପୁର୍ତିବିକେ ଆରି ତାର୍ ଲକ୍ମନର୍ ବିଚାର୍ନା କର୍ସି, ସେଡ୍କି ବେଲେ ସେ ସବୁଲକ୍ମନ୍ ଜାନ୍ବାଇଜେ ଦରମର୍ ସିକିଆ ବଇଲେ କାଇଟା ।