Arca de noé
A arca de Noé é história de salvação e fidelidade. Deus instruiu Noé a construir a arca para salvar sua família e os animais do dilúvio — exemplo supremo de obediência e fé.
ସେତାକେ ଇସ୍ୱର୍ ନହକେ କୟ୍ଲା, "ମଃର୍ ଜାଣ୍ତିଏ ସଃବୁ ଜିବ୍ଜଃତୁର୍ ସେସ୍ କାଳ୍ କେଟି ଆଚେ; କାୟିତାକ୍ ବଃଲେକ୍ ସେମଃନାର୍ ଗିନେ ହୁର୍ତିବି କଃରାପ୍ କାମେ ହୁର୍ନ୍ ଅୟି ଆଚେ, ଆରେକ୍ ଜାଣା, ମୁଁୟ୍ ହୁର୍ତିବିକେ ନାସ୍ କଃରିନ୍ଦ୍।" ତୁୟ୍ ଗପର୍ ଗଃଚାର୍ କାଟ୍ ତଃୟ୍ ଗଟେକ୍ ଜାଜ୍ ବଃନାଉ ସେତାର୍ ବିତ୍ରେ ବିନ୍ବିନ୍ ବଃକ୍ରା କଃରି ଆରେକ୍ ସେବିତ୍ରେ ହଃଦାବାଟ୍ ଲାକ୍ ସଃଙ୍ଗ୍ ଲିହା। ସେରି ଇ ରଃକମେ ହାଜ୍ସି ତିନିସଅ ଆତ୍ ଡେଙ୍ଗ୍, ଅଃସାର୍ ପଚାସ୍ ଆତ୍, ଉଚ୍ ତିରିସ୍ ଆତ୍। ଉହ୍ରେ ଗଟ୍ ଆତ୍ ଚାଡି ଜର୍କା ବଃନାଉସି; ଆରେକ୍ ସେତି ଦୁଇ ତାଲା ଆର୍ ତିନି ତାଲା ବଃନାଉସି।
ଜିଅବା ନହକେ କୟ୍ଲା, "ତୁୟ୍ ତର୍ ଗଃର୍ କୁଟୁମାର୍ ଲକ୍କେ ଜାଜ୍ ବିତ୍ରେ ହୁରାଉ; କାୟିତାକ୍ବଃଲେକ୍ ଇକାଳାର୍ ଲକ୍ମଃନ୍କାର୍ ବିତ୍ରେ ମୁଁୟ୍ ମର୍ ଆକିୟେ ତକେ ଦଃର୍ମି ଦଃକିଆଚି।"
ତଃବେ ହାଣି ବୁଡାଉତା ତଃୟ୍ହୁଣି ରଃକ୍ୟା ହାଉଁକେ ନହ ଆର୍ ତାର୍ ଡକୁର୍ସି ଆର୍ ହୟିସି ବୁଆର୍ସି ମଃନ୍ ଜାଜ୍ ବିତ୍ରେ ହୁରାୟ୍ଲା। ଆରେକ୍ ନହକେ ମାପୁରାର୍ ଆଦେସ୍ ହଃର୍କାରେ ନିର୍ମୁଳ୍ ହସୁ ଆର୍ ବିଟାଳ୍ ଚେଳେ ଜାତି ଆର୍ ବୁୟେଁ ରାଙ୍ଗ୍ତା ଜିବ୍ ଜଃତୁମଃନ୍ ଜଳା ଜଳା ଅୟି ନହର୍ ଚଃମେ ଜାୟ୍ ଜାଜ୍ ବିତ୍ରେ ହୁର୍ଲାୟ୍। ଆର୍ ସାତ୍ ଦିନ୍ ହଃଚେ ହୁର୍ତିବି ହାଣିୟେ ବୁଡୁକ୍ ଆରୁମ୍ ଅୟ୍ଲି।
ଜିଅବାର୍ ଆଦେସ୍ ହଃର୍କାରେ ସଃବୁ ରଃକମାର୍ ଜିବ୍ ମାୟ୍ଅଃଣ୍ଡ୍ରା ସଃଙ୍ଗ୍ ଜାଜେ ହୁର୍ଲାୟ୍; ସଃଡେବଃଳ୍ ମାପୁର୍ ସେତିର୍ ଆଗ୍ ବାଟ୍ୟାର୍ କାହାଟ୍ ଡାହ୍ଲା।
ହଃଚେ ଚାଲିସ୍ ଦିନ୍ ଚାଲିସ୍ ରାତି ହଃତେକ୍ ହୁର୍ତିବି ହାଣିଏ ବୁଡ୍ଲି; ଆରେକ୍ ହାଣି ଉହ୍ରେ ଚଃଗି ଆୟ୍ଲି, ଜାଜ୍ ବୁୟିଁ ଚାଡି ହଃଉଁରୁକେ ଦଃର୍ଲି। ଆରେକ୍ ହୁର୍ତିବିଏ ଦିରେ ଦିରେ ହାଣି ଅଃପର୍ବଳ୍ ଅୟ୍ଲାକେ ଜାଜ୍ ହାଣି ଉହ୍ରେ ହଃଉଁର୍ଲି।
ଇ ହଃର୍କାରେ ହୁର୍ତିବି ଉହ୍ରେ ରେତାର୍ ସଃବୁ ଜିବ୍ କ୍ରୁପ୍ନାସ୍ ଅୟ୍ଲାୟ୍, ବଃଲେକ୍ ମାନାୟ୍ମଃନ୍, ହସୁ, ହେଟେ ରାଙ୍ଗ୍ତା ଜିବ୍, ଉହ୍ରେ ଉଡ୍ତା ଚେଳେମଃନ୍, ସଃବୁ ହୁର୍ତିବିଏ କ୍ରୁପ୍ନାସ୍ ଅୟ୍ଲାୟ୍; ଅଃବ୍କା ନହ ଆର୍ ଜାଜେ ରେତା ତାର୍ ସଃଙ୍ଗ୍ଉଆଡ଼ି ସଃବୁ ବାଚ୍ଲାୟ୍।
ତଃବେ ହୁର୍ତିବିଏ ହୁଣି ହାଣି ସଃବୁ ଗଃସ୍ରି ଜାୟ୍, ������ ଦିନାର୍ ହଃଚେ ହାଣି ସଃବୁ ଆଟ୍ଲି। ଇତାର୍ ହଃଚେ ସାତ୍ ମାସାର୍ ସଃତ୍ର ଦିନେ ଆରାରାଟ୍ ହର୍ବାତ୍ ଉହ୍ରେ ଜାଜ୍ ତେବିରିଲି।
ଚାଲିସ୍ ଦିନାର୍ ହଃଚେ ନହ ନିଜେ ହାଜ୍ଲା ଜାଜାର୍ କିଟ୍କି ଉଗାଳ୍ଲା, ଆର୍ ଗଟେକ୍ କାଉଆକେ ଉଡାଇଲା। ହୁର୍ତିବିର୍ ହାଣି ଆଟ୍ତା ହଃତେକ୍ ସେ ଏଣେ ତେଣେ ଉଡି ବୁଲ୍ଲି। ଆରେଗଟ୍ତର୍, ନହ ଦଃର୍ତିର୍ ହାଣି ଆଟ୍ଲିକି ନାୟ୍ ବଃଲି ଜାଣୁକେ ଗଃଟେକ୍ ହାଣ୍ଡ୍କା ଉଡାୟ୍ଲା; ସଃଡେବଃଳ୍ ହୁର୍ତିବିଏ ହାଣି ହୁର୍ନ୍ ଅୟ୍ରିଲି ଗିନେ ହାଣ୍ଡ୍କା ବଃସୁକେ ଟାଣ୍ ନଃହାୟ୍ ଜାଜ୍ ଚଃମେ ନହର୍ ଲଃଗେ ବାଉଳି ଆୟ୍ଲି; ତଃବେ ସେ ହାଣ୍ଡ୍କାକେ ଆତେ ଦଃରି ଜାଜ୍ ବିତ୍ରେ ନିଲା। ଆରେକ୍ ସାତ୍ ଦିନ୍ ଚାଡିକଃରି ସେ ହାଣ୍ଡ୍କାକେ ଆରେକ୍ ଗଟତର୍ ଜାଜେହୁଣି ଉଡାୟ୍ଲା। ତଃବେ ହାଣ୍ଡ୍କା ସଃଞ୍ଜ୍ ବେଳା ତାର୍ ଚଃମେ ବାଉଳି ଆୟ୍ଲି; ଆରେକ୍ ତାର୍ ଚଣ୍ଡାୟ୍ ଜିତ୍ ଗଃଚାର୍ ନଃଉଆଁ କଃଉଁଣା ହଃତାର୍ ରିଲି; ଇତାର୍ ଗିନେ ନହ ଜାଣ୍ଲା, ହୁର୍ତିବିଏ ହାଣି ଉଣା ଅୟି ଆଚେ। ଆରେକ୍ ସାତ୍ ଦିନାର୍ ହଃଚେ ସେ ଆରେଗଟ୍ତର୍ ସେ ହାଣ୍ଡ୍କାକେ ଉଡାୟ୍ଲା, ମଃତର୍ ସେ ହାଣ୍ଡ୍କା ଆରେକ୍ ତାର୍ ଚଃମେ ଲେଉଟି ନାୟ୍ଲିନି।
ନହର୍ ବଃୟ୍ସ୍ ଚଅସଅ ଏକ୍ ବଃର୍ସେ ହଃର୍ତୁମ୍ ଦିନ୍ ହୁର୍ତିବି ଉହ୍ରେ ହାଣି ଆଟ୍ଲି; ସଃଡେବଃଳ୍ ନହ ଜାଜାର୍ ଚାଉଣି କାଡି ଦଃକ୍ଲା; ବୁୟେଁ ସଃବୁ ହାଣି ଆଟିଆଚେ।
ଇତାର୍ ହଃଚେ ଇସ୍ୱର୍ ନହକେ କୟ୍ଲା, "ତୁୟ୍ ତର୍ ଡକୁର୍ଦି ଆର୍ ତର୍ ହୟ୍ଦିମଃନ୍ ବୁଆରିମଃନ୍କେ ସଃଙ୍ଗେ ନଃୟ୍ ଜାଜେ ହୁଣି ବାରାଉଆ। ଆରେକ୍ ନିଜାର୍ ସଃଙ୍ଗେ ରେତା ହସୁ, ହଃକି ଆର୍ ବୁୟେଁ ଚଃର୍ତା ଜିବ୍ଜଃତୁକେ ଜାଜେ ହୁଣି ବାର୍ କଃର୍; ସେମଃନ୍ ହୁର୍ତିବିକେ ହୁର୍ନ୍ କଃରତ୍, ଆରେକ୍ ହୁର୍ତିୟେ ବଃର୍ତି ଆର୍ ବୁତେକ୍ ବଃଉଁସ୍ ଅଃଉଅତ୍।"
ଇସ୍ୱର୍ ନହକେ ଆର୍ ତାର୍ ସଃଙ୍ଗୁଆଳି ହୟିସି ମଃନ୍କେ କୟ୍ଲା। "ଦଃକ୍," ତର୍ ସଃଙ୍ଗ୍ ଆର୍ ତର୍ ଆସୁଲା କାଳାର୍ ବଃଉଁସ୍ ସଃଙ୍ଗ୍ ଆର୍ ତର୍ ସଃଙ୍ଗ୍ ରେତାର୍ ସଃବୁ ଜିବ୍ଜଃତୁମଃନାର୍ ସଃଙ୍ଗ୍, ବଃଲେକ୍, ଜାଜେ ହୁଣି ହଃଦାୟି ବାରାୟ୍ଲାର୍ ହସୁ ଆର୍ ଚେଳେ ସଃବୁ ହୁର୍ତିବିଏ ରେତାର୍ ସଃବୁ ଜିବ୍ ସଃଙ୍ଗ୍ ମୁଁୟ୍ ମଃର୍ ନିୟମ୍ କଃରି ଆଚି। ମୁଁୟ୍ ତୁମାର୍ ସଃଙ୍ଗ୍ ଇ ନିୟମ୍ କଃରିଆଚି, ସଃବୁ ଜିବ୍ ହାଣିୟେ ବୁଡି କଃରି ଆରେକ୍ କୁର୍ପ୍ନାସ୍ ନଃଉତି; ଆରେକ୍ ହୁର୍ତିବିକେ ନାସ୍ କଃରୁକେ ଡଙ୍ଗୁର୍ ବୁଡାଉତା ହାଣି ନଃମାରେ।
ମୁଁୟ୍ ମେଗେ ଅଃର୍ଦାବାଲି ତାହୁନ୍ କଃରୁଲେ, ସେରି ହୁର୍ତିବି ସଃଙ୍ଗ୍ ମର୍ ନିୟମାର୍ ଚିନା ଅୟ୍ଦ୍।
ବିସ୍ୱାସ୍ ଗିନେ ନହ ସେ ବେଳା ହଃତେକ୍ ଜାଣାୟ୍ଲା ବିସୟେ ଆଦେସ୍ ହାୟ୍ଁ ବକ୍ତି ସଃଙ୍ଗ୍ ଅଃହ୍ଣାର୍ କୁଟୁମ୍କେ ମୁକ୍ତି କଃରୁକେ ଗଟେକ୍ ହାଣିଜାଜ୍ ତିଆର୍ କଃଲା, ଆରେକ୍ ସେ ବିସ୍ୱାସ୍ ଗିନେ ନହ ଜଃଗତ୍କେ ଦସି କଃରି ବିସ୍ୱାସ୍ ହଃର୍କାରେ ଦଃର୍ମି ଅଃଉଁ ହାର୍ଲା ।
ହୁର୍ବ୍ କାଳେ ନହର୍ ବଃଳ୍ ଜାଜ୍ ହାଜ୍ତା ବଃଳ୍, ଜଃଡେବଃଳ୍ ଇସ୍ୱର୍ ବେସିଦିନ୍ ସଃମ୍ବାଳିକଃରି ଜାଗ୍ତି ରିଲା, ସଃଡେବଃଳ ସେମଃନ୍ ଅଃମାନ୍ୟା ଅୟ୍ରିଲାୟ୍ । ସେ ଜାଜେ ହୁରିକଃରି ଅଃଳକ୍ ଲକ୍ ବଃଲେକ୍ ଅଃକାୟ୍ ଆଟ୍ ଲକ୍, ରାଜିବୁଡା ହାଣାୟ୍ହୁଣି ରଃକ୍ୟା ହାୟ୍ଲାୟ୍ । ବାପ୍ତିସମ୍ ସେରଃକମ୍, ବଃଲେକ୍ ଗଃଗାଳାର୍ ମେଳି ଦଃଉତାର୍ ନାୟ୍, ମଃତର୍ ଇସ୍ୱରାର୍ ହାକ୍ ନିର୍ମୁଳ୍ ଜିବନ୍ ହାଉଁକେ ପାର୍ତ୍ନା ଜିସୁ କ୍ରିସ୍ଟର୍ ଆରେକ୍ ଉଟ୍ଲାର୍ ଗିନେ ଅଃବେ ତୁମିମଃନ୍କେ ମୁକ୍ତି କଃରୁଲି । ସେ ଜିସୁ କ୍ରିସ୍ଟ ସଃର୍ଗେ ଜାୟ୍ ଇସ୍ୱରାର୍ କାତାବାଟ୍ୟା ବଃସିଆଚେ, ଆର୍ ଦୁତ୍ମଃନ୍, ଅଃଦିକାରିମଃନ୍ ଆର୍ ସଃକ୍ତିକାରିମଃନ୍ ତାର୍ ତଃଳେ ଆଚ୍ତି ।
ଆର୍ ନହର୍ ବଃଳ୍ ଜୁୟ୍ରଃକମ୍ ଗଃଟିରିଲି ନଃରାର୍ ହୟିସି ଆସ୍ତା ବଃଳ୍ହେଁ ସେରଃକମ୍ ଅୟ୍ଦ୍ । ହାଣି ମାରି ହୁର୍ତି ବୁଡ୍ତା ଆଗ୍ତୁ ନହ ଜାଜେ ହୁର୍ତା ଦିନ୍ ହଃତେକ୍ ଲକ୍ମଃନ୍ ଜଃନ୍କଃରି କାଉଆ ହିଉଆ ଆର୍ ବିବା କଃରୁକ୍ ଆର୍ ବିବା ଦେଉଁକେ ମାତି ରିଲାୟ୍ । ହୁର୍ ହାଣି ଆସି ସଃବୁଲକେ ବଳାୟ୍ ନଃନେତା ହଃତେକ୍ ଜଃନ୍କଃରି କାୟିରି ଅୟ୍ଦ୍, ସେରି କେଏ ଜାଣି ନଃରିଲାୟ୍, ନଃରାର୍ ହୟିସି ଆସ୍ତା ବଃଳ୍ ହେଁ ସେରଃକମ୍ ଅୟ୍ଦ୍ । ସଃଡେବଃଳ୍ ଦୁୟ୍ ଲକ୍ ତାସ୍ ହଃଦାୟି ରେତି, ଗଟେକ୍ ଲକ୍କେ ନିଆ ଅୟ୍ଦ୍ ଆର୍ ଗଟ୍ ଲକ୍କେ ଚାଡି ଦିଆ ଅୟ୍ଦ୍ । ଜଳେକ୍ ମାୟ୍ଜିମଃନ୍ ଜଃତାୟ୍ ରୁଚ୍ତି ରେତି, ଏକ୍ଲାକେ ନିଆ ଅୟ୍ଦ୍, ଆରେକ୍ ଏକ୍ଲାକେ ଚାଡି ଦିଆ ଅୟ୍ଦ୍ ।"