Arca de noé
A arca de Noé é história de salvação e fidelidade. Deus instruiu Noé a construir a arca para salvar sua família e os animais do dilúvio — exemplo supremo de obediência e fé.
ସେଟାର୍ ପାଇ ପର୍ମେସର୍ ନଅକେ କଇଲା , ଆମର୍ ଲଗେ ଗୁଲାଇ ଜଗତର୍ ନର୍ ଆରି ଜନ୍ତ୍ଜିଆତର୍ ମର୍ବା ବେଲା କେଟ୍ଲାବେ , କାଇକେ ବଇଲେ ସେମନର୍ ଲଗେ ଅନି ପୁର୍ତିବି କାରାପ୍ କାମେ ପୁରାପୁରୁନ୍ ଅଇଆଚେ ,ଆରି ଦେକା ,ଆମେ ପୁର୍ତିବି ସଙ୍ଗ୍ ସେମନ୍କେ ମରାଇ ଦେବି । ତମେ ନିଜର୍ ପାଇ ବଲି ଦେବ୍ଦାରୁ କାଟ୍ ସଙ୍ଗେ ଗଟେକ୍ ଜାଜ୍ ତିଆର୍ କର୍, ସେ ବିତ୍ରେ ବିନ୍ବିନ୍ ବାକ୍ରା ତିଆର୍ କରି ସେ ବିତ୍ରେ ଆରି ବାଇରର୍ ମଉଡ୍ ବାଟେ ଲାକ୍ ସଙ୍ଗେ ଲିପା, ସେଟା ଏ ରକାମ୍ ତିଆର୍ କର୍ସା, ଲମା ତିନିସ ଆତ୍, ଅସାର୍ ପଚାସ୍ ଆତ୍, ଉଁଚା ତିରିସ୍ ଆତ୍ ଅଇସି । ଉପ୍ରେ ଅନି ଗଟେ ଆତ୍ ଚାଡି ଜର୍କା ଚାଡା, ଆରି ସିତି ଦୁଆର୍ ଚାଡା , ଗଟେକ୍ ଦୁଇଟା ଆରି ତିନ୍ଟା ଉପ୍ରେ ଉପ୍ରେ ତିଆର୍ କରା ।
ତାର୍ ପଚେ ପର୍ମେସର୍ ନଅକେ କଇଲା ,ତମେ ଗରର୍ ସବୁଲକ୍ ଜାଜ୍ଲଗେ ପୁରା , କାଇକେ ବଇଲେ ଏ ଜୁଗର୍ ଲକ୍ମନର୍ ବିତ୍ରେ ତୁଇ ମର୍ ମୁଆଟେ ଦରମ୍ ଲକ୍ ବଲି ଦେକିଆଚି ।
ସେଟାର୍ ପାଇ ବଡ୍ ବାଉପବନ୍ ଆଇଲାକେ ନଅ ଆରି ତାର୍ ମାଇଁଜି ପିଲା ଆରି ବୁଆରି ମନ୍ ଜାଜ୍ବିତ୍ରେ ପୁର୍ଲାଇ । ଆରି ନଅର୍ ଲଗେ ପର୍ମେସରର୍ ଆଗିଆଁ ଅନୁସାରେ ସୁକଲ୍ ଆରି ଅସୁକଲ୍ ଜନ୍ତ୍ଜିଆତ୍ମନ୍ ଆରି ବୁଏଁ କାଇ ପେଟ୍ସଙ୍ଗେ ରାଙ୍ଗ୍ବା ଜନ୍ତ୍ ଜିଆତ୍ମନ୍ ଜଡା ଜଡା ଅଇ ନଅର୍ ଲଗେ ଜାଇ ଜାଜ୍ ବିତ୍ରେ ପୁର୍ଲାଇ । ଆରି ସାତ୍ଦିନ୍ ଗାଲାପଚେ ପୁର୍ତିବି ଲଗେ ବଡ୍ ବାଉପବନ୍ ଆରାମ୍ ଅଇଲା ।
ପର୍ମେସରର୍ ଆଗିଆଁ ଅନୁସାରେ ସବୁ ରକାମର୍ ଜନ୍ତ୍ଜିଆତ୍ ମାଇଁ ଆଣ୍ଡ୍ରା ମାଇ ଆଣ୍ଡ୍ରା ଅଇ ଜାଜ୍ ବିତ୍ରେ ପୁର୍ଲାଇ , ତାର୍ପଚେ ସବୁବେଲର୍ ମାପ୍ରୁ ସେ ଜାଜର୍ କାପାଟ୍ ଡାବି ଦେଲା ।
ତାର୍ ପଚେ ଚାଲିସ୍ ଦିନ୍ ଜାକ ପୁର୍ତିବି ତେଇ ବଡ୍ ବାଉ ପବନ୍ ଅଇଲା ଆରି ପାନିପବନ୍ ବେସି ଅଇକରି ଜାଜ୍ ବୁଏଁ ଚାଡିକରି ପାନି ଉପ୍ରେ ପଇଁଲା । ଆରି ପୁର୍ତିବି ଲଗେ ବେସି ବାଉପବନ୍ ଅଇ ପାନି ବଡି ବଡି ଗାଲାକେ ଜାଜ୍ ପାନି ଉପ୍ରେ ବଙ୍ଗଲ୍ଲା।
ଏ ରକାମ୍ ପୁର୍ତିବି ଉପ୍ରେ ଜିବନ୍ ରଇଲା ସବୁଜାକ ମରି ଗାଲାଇ , ଆରି, ନର୍ଲକ୍, ଜନ୍ତ୍, ବୁଏଁ ରାଙ୍ଗ୍ବାଜନ୍ତ୍, କେଚର୍ ଚଡଇ, ସବୁଜାକ ପୁର୍ତିବି ତେଇ ରଇବା ସବୁଜାକ ମରି ଗାଲାଇ,ଗଟେ ନଅ ଆରି ଜାଜ୍ ବିତ୍ରେ ରଇବା ତାର୍ ଗରର୍ ଲକ୍ ସବୁ ବଁଚ୍ଲାଇ ।
ତାର୍ ପଚେ ପୁର୍ତିବି ଲଗେ ଅନି ପାନି ବଇ ଜାଇ ସଏ ପଚାସ୍ ଦିନର୍ ସାରାସାରି ଦିନେ ଚାଡି ଗାଲା , ତାର୍ପଚେ ସାତ୍ମାସର୍ ସତ୍ର ଦିନେ ଆରାରାଟ୍ ଡଙ୍ଗର୍ ଉପ୍ରେ ଜାଜ୍ ତେବ୍ଲା।
ତାର୍ପଚେ ଚାଲିସ୍ ଦିନ୍ ଗାଲା ପଚେ ନଅ ତିଆର୍ କଲା ଜାଜ୍ର୍ ଜର୍କା ଉଗାଡି ଦେଲା, ତାର୍ପଚେ ଗଟେକ୍ କୁଆକେ ଉଡାଇ ଦେଲା। ପୁର୍ତିବିର୍ ପାନି ଆଟ୍ବା ଜାକ ସେ ଏନେ ତେନେ ଉଡି ବୁଲ୍ତେ ରଇଲା । ଆରି ତରେକ୍ ନଅ ବୁଏଁ ପାନି ଆଟ୍ଲା କି ନାଇ ବଲିକରି ଜାନ୍ବାକେ ଗଟେକ୍ ପରୁଆକେ ଉଡାଇ ଦେଲା । ସେଡ୍କିବେଲେ ପୁର୍ତିବିତେଇ ପାନି ବର୍ତି ରଇଲାକେ ପରୁଆ ନିଜର୍ ଗଡ୍ ମାଣ୍ଡ୍ବାକେ ଜାଗା ନ ମିଲ୍ଲାକେ ଜାଜ୍ଲଗେ ଲେଉଟି ଆଇଲା, ସେଟାର୍ ପାଇ ସେ ଆତ୍ଲାମାଇ ତାକେ ଦାରି ଜାଜ୍ ବିତ୍ରେ ନିଜର୍ ପାକେ ଆନ୍ଲା । ଆରି ସାତ୍ଦିନ୍ ଗାଲାପଚେ ନଅ ସେ ପରୁଆକେ ଆରି ତରେକ୍ ଜାଜ୍ ବିତ୍ରେ ଅନି ଉଡାଇ ଦେଲା । ତାର୍ପଚେ ପରୁଆ ସଞ୍ଜ୍ବେଲାଇ ତାର୍ଲଗେ ବାଉଡି ଆଇଲା, ଆରି ଦେକ୍ଲା , ତାର୍ ଟଣ୍ଡେ ଜିତ୍ ଗଚର୍ ନୁଆ ପତର୍ ରଇଲା । ସେଟାର୍ ପାଇ ପୁର୍ତିବିର୍ ପାନି ଆଁଟି ଆଇଲାନି ବଲି କରି , ନଅ ଜାନ୍ଲା , ଆରି ସାତ୍ଦିନ୍ ଗାଲାପଚେ ନଅ ସେ ପରୁଆକେ ଆରି ତରେକ୍ ଉଡାଇଲା, ମାତର୍ ସେ ଆର୍ତରେକ୍ ତାର୍ଲଗେ ବାଉଡି ଆସେନାଇ ।
ନଅର୍ ବଇସ୍ ଚଅସ ଏକ୍ ବରସ୍ ପର୍ତୁମ୍ ମାସର୍ ପର୍ତୁମ୍ ଦିନେ ପୁର୍ତିବି ଉପ୍ରେ ଅନି ପାନି ସୁକିଗାଲା, ସେବେଲେ ନଅ ଜାଜର୍ ଚାଉନି ଉଗାଡି ଦେକ୍ଲା ଜେ, ବୁଇଁ ସୁକିଜାଇ ରିଲାଟା ଦେକ୍ଲା ।
ତାର୍ପଚେ ପର୍ମେସର୍ ନଅକେ କଇଲା, ତୁଇ ତର୍ ମାଇଜିକେ ଆରି ପିଲା ଆରି ବୁଆରି ମନ୍କେ ସଙ୍ଗେନେଇ କରି ଜାଜ୍ଲଗେ ଅନି ବାରଇ ଜାଆ। ଆରି ନିଜର୍ ସଙ୍ଗେ ରଇବା ସବୁ ଜିବ୍ଜନ୍ତୁକେ ବାଇରେ ନେ, ସେମନ୍ ପୁର୍ତିବିକେ ପୁରାପୁରୁନ୍ କରତ୍, ଆରି ପୁର୍ତିବିତେଇ ପିଲାଟକି ମନ୍ ଆରି ବେସି ଲକ୍ ଉଆ ।
ଆରିତରେକ୍ ପର୍ମେସର୍ ନଅକେ ଆରି ତାର୍ ସଙ୍ଗେ ରଇଲା ପିଲାମନ୍କେ କଇଲା, ଦେକା, ତମର୍ ସଙ୍ଗ୍ ଆରି ତମର୍ ଆଗ୍କେ ଆଇବା ବଁସ୍ ସଙ୍ଗ୍ ଆରି ତମର୍ ସଙ୍ଗେ ଆରି ସବୁ ଜନ୍ତ୍ଜିଆତ୍ ସଙ୍ଗେ, ଆରି ଜାଜେ ଅନି ବାରଇଲା ଗାଅଁର୍ ଆରି ବନର୍ ଜନ୍ତ୍ ଆରି ଚଡଇ ସଙ୍ଗେ ପୁର୍ତିବିର୍ ସବୁ ଜିବ୍ଜନ୍ତୁ ସଙ୍ଗେ ମୁଇ ନିଜର୍ ନିଅମ୍ ତିଆର୍ କରି ଆଚି। ଆମେ ତମର୍ ସଙ୍ଗେ ଏ ନିଅମ୍ ତିର୍ କର୍ବୁ, ସବୁ ଜନ୍ତ୍ମନ୍ ବଡ୍ ବାଉ ପବନ୍ ଆଇଲେ ମରି ନ ଜାଅତ୍ ଆରି ପୁର୍ତିବିକେ ବିନାସ୍ କର୍ବାକେ ଆରି ବଡ୍ ବର୍ସା ନ ମାରେ ।
ଆମେ ମେଗେ ନିଜର୍ ଇନ୍ଦ୍ରଦୁନୁ ତିଆର୍ କରି ଆଚୁ, ସେଟା ପୁର୍ତିବି ସଙ୍ଗେ ଆମର୍ ରାଜି ନାମାର୍ ଚିନ୍ ଅଇସି,
ନଅର୍ ବିସଇ ବାବିଦେକା । ତାର୍ ବିସ୍ବାସର୍ ଲାଗି ପଚ୍କେ ଅଇବା ବିସଇ ପର୍ମେସର୍ ତାକେ ଜାଗ୍ରତ୍ କରାଇଲାକେ, ସେ କାତା, ସେ ଏଲାକରେ ନାଇ । ତାର୍ ଆଗ୍ତୁ ସେ ସେନ୍ତାରିଟା କାଇଟା ନ ଦେକିରଇଲେ ମିସା, ସେ ବିସ୍ବାସ୍ କଲା । ତାର୍ପଚେ ସେ ଆରି ତାର୍ କୁଟୁମ୍ ରକିଆ ପାଇବାକେ ଗଟେକ୍ ବଡ୍ ଡଙ୍ଗା ତିଆର୍ କଲା । ତାର୍ ବିସ୍ବାସର୍ ଲାଗି ପର୍ମେସର୍ ତାକେ ଦରମ୍ ଲକ୍ ବଲି ଏଜ୍ଲା, ମାତର୍ ବିନ୍ଲକ୍ମନ୍କେ ଦସି କଲା ।
ଏ ବନ୍ଦି ଆତ୍ମାମନ୍ ପୁର୍ବେ ନଅର୍ ବେଲେ ପର୍ମେସରର୍ କାତା ନ ମାନ୍ଲାଟାମନ୍ । ସେଡ୍କିବେଲେ ନଅ ବଡ୍ ଡଙ୍ଗା ତିଆର୍ କର୍ତେରଇଲା । ତାର୍ କାତା ଲକ୍ମନ୍ ବିସ୍ବାସ୍ କର୍ବାଇ ବଲି ପର୍ମେସର୍ ମୁର୍ଚିକରି ରଇଲା । କାଇକେବଇଲେ, ଏକାଇ ଆଟ୍ ଲକ୍ସେ ସେ ପାନିତେଇ ବୁଡତ୍ନାଇ । ସେମନ୍ ଡଙ୍ଗାଇ ଚଗିରଇଲାଇ ଆରି ରକିଆ ପାଇଲାଇ । ସେ ପାନି ଆମର୍ ଡୁବନ୍ ବିସଇ ଜାନାଇଲାନି । ତମେ ଡୁବନ୍ ନେଲାକେ ତମର୍ ଗାଗଡର୍ ମୁର୍କି ଦଇଅଇଲାର୍ ପାଇ ନଏଁ, ମାତର୍ ଗଟେକ୍ ନିକ ବିବେକ୍ ସଙ୍ଗ୍ ପର୍ମେସର୍କେ ଦେଇରଇଲା କାତାର୍ ଲାଗି ତମ୍କେ ମୁକ୍ତି କର୍ସି । ଜିସୁ କିରିସ୍ଟ ମଲାତେଇଅନି ଜିବନ୍ ଅଇକରି ଉଟ୍ଲାକେ ଏଟା ଅଇସି । ସେ ସର୍ଗେ ବାଉଡି ଜାଇ ପର୍ମେସରର୍ ଉଜାବାଟେ ଆଚେ । ସର୍ଗେ ରଇବା ସବୁ ଦୁତ୍, ଅଦିକାର୍ ଆରି ବପୁ ଉପ୍ରେ ସେ ସାସନ୍ କଲାନି ।
ନଅର୍ ବେଲେ ଜେନ୍ତାରି ଗଟିରଇଲା, ସମାନ୍ ସେନ୍ତାରିସେ ନର୍ପିଲା ମୁଇ ଆଇବା ବେଲା ମିସା । ପୁର୍ତିବି ଉପ୍ରେ ପାନି ବର୍ତି ଅଇବାବେଲେ ଅନି ନଅ ପାନିଜାଜେ ପୁର୍ବା ଜାକ, ଲକ୍ମନ୍ କାଆ ପିଇ ଅଇ ବିବା କାମେ ତେରେପେତେ ଅଇରଇଲାଇ । ପାନିତେଇ ସେମନ୍ ବଅଁଲି ଜିବା ଜାକ, କାଇଟା ଅଇଲାନି, ଜାନି ନ ରଇଲାଇ । ନର୍ପିଲା ମୁଇ ଆଇବା ବେଲେ ସମାନ୍ ସେନ୍ତାରି ଅଇସି । ସେ ବେଲାଇ ପଦାଇ ପାଇଟି କର୍ତେ ରଇବା ଦୁଇ ଲକର୍ ବିତ୍ରେ ଅନି ଗଟେକ୍ ଲକ୍କେ ବାଚ୍ବାଇ ଆରି ଗଟେକ୍ ଲକ୍କେ ଚାଡିଦେବାଇ । ଗର୍ତେରଇବା ଦୁଇଟା ମାଇଜି ମନର୍ ବିତ୍ରେ ଅନି ଗଟେକ୍ ଲକ୍ ବାଚି ଅଇସି ଆରି ଗଟେକ୍ ଲକ୍ ରଇଜାଇସି ।