Beleza
A verdadeira beleza vem de dentro. A Bíblia ensina que o encanto é enganoso e a formosura é vã, mas a mulher que teme ao Senhor — essa sim merece louvor.
ସୁନ୍ଦୁରେ ହୁର୍ନ୍ଅୟ୍ ଦଃକାୟ୍ଅଃଉତା ମାୟ୍ଜି ଗୁର୍ନାର୍ ବିସୟ୍ ଆର୍ ମଲ୍ନୟ୍ଲାର୍; ମଃତର୍ ଜୁୟ୍ ମାୟ୍ଜି ଇସ୍ୱର୍କେ ମାନେଦ୍ ସେ ଦନ୍ୟ।
ଆର୍ ସୁନ୍ଦୁର୍କଃରି କସା ବାନ୍ଦ୍ତାର୍, ସନାର୍ ମାଳି, ସୁନ୍ଦୁର୍ ହଃଚ୍ୟା ହିନ୍ଦ୍ତାର୍, ଅଃନ୍କଃରି ଜୁୟି ହଃଦାର୍ ବେସ୍, ସେରି ତୁମିମଃନାର୍ ବେସ୍ ନଃଉଅ । ମଃନ୍ ବିତ୍ରାର୍ ଜୁୟି କଃଉଁଣା ଆର୍ ସାନ୍ତି ରିଲା ଗୁପ୍ତ ମଃନ୍ବାବ୍ ଇସ୍ୱରାର୍ ଆକାୟ୍ ବଃଡେ ମଲ୍, ସେରି ହଃକା ତୁମିମଃନାର୍ ନଃସ୍ଟ୍ ନଃଉତା ବେସ୍ ଅଃଉଅ ।
ମାୟ୍ଜିମଃନ୍କେ ହେଁ ମର୍ ଗଃଉଆରି ସେମଃନ୍ ବେସି ମଲାର୍ ଚଃଉଁରିକସା ଆର୍ ସନାମାଳି ଆର୍ ହିରା ହିନ୍ଦି ନିଜଃକେ ସୁନ୍ଦୁର୍ ନଃକେରି ନିକ କାମେ ଦଃର୍ମି ବାବେ ଜାଣା ହଃଳତ୍ । ଦଃର୍ମି ମାୟ୍ଜିମଃନ୍ ତାକାର୍ ଲଳା ହଃର୍କାରେ ନିକ କାମ୍ ସଃଙ୍ଗ୍ ଅଃହ୍ଣା ଅଃହ୍ଣାକ୍ ଜଃଗ୍ରାତ୍ କଃରତ୍ ।
ଇତାର୍ ହଃଚେ ଇସ୍ୱର୍ ଅଃହ୍ଣାର୍ ମୁର୍ତିୟେ ମାନାୟ୍କେ ଉବ୍ଜାଣ୍ କଃଲା; ଇସ୍ୱର୍ ନିଜାର୍ ମୁର୍ତିୟେ ସେ ମାନାୟ୍ ତିଆର୍ କଃଲା; ଅଃଣ୍ଡ୍ରା ଆର୍ ମାୟିଜି କଃରି ସେ ସେମଃନ୍କେ ତିଆର୍ କଃଲା।
କାୟିତାକ୍ ବଃଲେକ୍ ଅଃମିମଃନ୍ ଜୁୟ୍ରି ସେ ଗଃଳ୍ଲାର୍ ସଃବୁ ରଃକମ୍ ସଃତ୍କାମ୍ କଃରୁନ୍ଦ୍ ବଃଲି ଇସ୍ୱର୍ ଆଗ୍ତୁ ହୁଣି ତିର୍ କଃରିରିଲା, ଅଃମି କ୍ରିସ୍ଟ ଜିସୁର୍ ସଃଙ୍ଗ୍ ଚାଲାଚାଲ୍ତି କଃରି ମିସିରିଲାକେ ସେରି ସାଦୁନ୍ ଅୟିଆଚେ ।
ଉଟା ବେଳ୍ହର୍ ଉଜାଳ୍ ଅଃଉଆ, କାୟିତାକ୍ ବଃଲେକ୍ ତୁମାର୍ ଉଜାଳ୍ ଇତିଆଚେ ଆର୍ ମାପୁର୍ ସଃକ୍ତି ତୁମାର୍ ଉହ୍ରେ ଉଦିଆଚେ।
ରଃନ୍ ସୁକିଜାୟ୍ଦ୍, ହୁଲ୍ କମ୍ଞ୍ଜି ଜାୟ୍ଦ୍; ମଃତର୍ ଅଃମିମଃନାର୍ ଇସ୍ୱରାର୍ ବାକ୍ୟ ଜୁଗେ ଜୁଗେ ରଃୟ୍ଦ୍।
ସେତାର୍ ଗିନେ ଅଃମିମଃନ୍ କାନିକଃର୍ମ୍ ନଃଉଁ, ମଃତର୍ ଅଃମାର୍ ହଃଦାର୍ ମାନାୟ୍ ନଃସ୍ଟ୍ ଅୟିଲେକ୍ ହେଁ ଅଃମିମଃନାର୍ ମଃନ୍ ବିତ୍ରାର୍ ମାନାୟ୍ ଦିନ୍କେ ଦିନ୍ ନଃଉଆଁ ଅଃଉଁଲି ।
"ଇତାର୍ ଗିନେ ମୁଁୟ୍ ତୁମିମଃନ୍କେ କାଉଁଲେ, କାୟିରି କାଉଁନ୍ଦ୍ ଆର୍ କାୟିରି ହିଉଁନ୍ଦ୍, ଇବାନ୍ୟା ତୁମାର୍ ଜିବନାର୍ ଗିନେ, କି କାୟିରି ହିନ୍ଦୁନ୍, ଇବାନ୍ୟା ତୁମାର୍ ଗଃଗାଳାର୍ ଗିନେ ହେଁ ଚିତା କଃରାନାୟ୍ । କାଦି ତଃୟ୍ହୁଣି ଜିବନ୍ ଆର୍ ବଃସ୍ତର୍ ତଃୟ୍ହୁଣି ଗଃଗାଳ୍ କାୟି ବଃଡ୍ ନାୟ୍ ?