Comunidade
A comunidade cristã é essencial para o crescimento da fé. A Bíblia ensina que fomos criados para viver em comunhão — edificando-nos, encorajando-nos e servindo uns aos outros.
Viver em unidade
Os que creram eram um coração e uma alma. A comunidade primitiva partilhava tudo e vivia em harmonia e alegria.
ବିସ୍ବାସିମନ୍ ନିଜର୍ ନିଜର୍ ସଁମ୍ପତିକେ ବାଗ୍ ମିସ୍ବାଟା
ସବୁ ବିସ୍ବାସିମନ୍ ଗଟେକ୍ ବିସଇ ଚିନ୍ତା କରି ମନ୍ କଲାଇ । କେ ମିସା ନିଜର୍ ସଁମ୍ପତି ନିଜର୍ ବଲି ଦାବି ନ କର୍ତେ ରଇଲାଇ । ତାକର୍ଟାନେ ଜେତ୍କି ରଇଲା ସେଟା ସବୁଲକ୍ ସମାନ୍ କରି ବାଟାସାଟା କର୍ତେ ରଇଲାଇ ।
ସେମନ୍ ପେରିତ୍ମନ୍ ସିକାଇଲା ବିସଇ ମାନ୍ଲାଇ । ମିସିବିଡି ରଇବାକେ, ମିସିକରି କାଇବାକେ, ଆରି ପାର୍ତନା କର୍ବାକେ ।
ସବୁଦିନ୍ ପାର୍ତନା କର୍ବା ମନ୍ଦିରେ ଗଟେକ୍ ଦଲ୍ଅଇ ମିସ୍ତେରଇଲାଇ । ଗରେ ଗରେ ମିସିବିଡି କାଇତେରଇଲାଇ । ସାର୍ଦାସଙ୍ଗ୍ ରଇକରି, ମନେ କାଇଟା ନ ବାବି ଦିଆନିଆ ଅଇତେରଇଲାଇ । ସେମନ୍ ପର୍ମେସର୍କେ ଡାକ୍ପୁଟା କର୍ତେରଇଲାଇ ଆରି ଜିରୁସାଲେମର୍ ସବୁଲକ୍ ସେମନ୍କେ ନିକ ବଲି ବାବ୍ତେରଇଲାଇ । ମାପ୍ରୁ ଜନ୍ ଲକ୍ମନ୍କେ ମୁକ୍ତି କର୍ତେରଇଲା, ଦିନ୍କେ ଦିନ୍ ସେମନର୍ ଦଲେ ମିସାଇତେରଇଲା ।
ସେମନ୍ ତର୍କେତର୍ ଗଟେକ୍ ଦଲ୍ ଇସାବେ ପାର୍ତନା କର୍ବାକେ ରୁଣ୍ଡ୍ତେ ରଇଲାଇ । ଆରି ସେମନର୍ସଙ୍ଗ୍ ଜିସୁର୍ ଆୟା ମରିୟମ୍, ବିନ୍ ମାଇଜିମନ୍ ଆରି ଜିସୁର୍ ବାଇମନ୍ ମିସା ମିସ୍ତେରଇଲାଇ ।
ପିତର୍ ବନ୍ଦିଗରେ ରଇଲାବେଲେ ଜିରୁସାଲେମେ ରଇବା ମଣ୍ଡଲିର୍ ବିସ୍ବାସିମନ୍ ଗଟେକ୍ ଅଇକରି ତାର୍ପାଇ ପର୍ମେସର୍କେ ପାର୍ତନା କର୍ତେରଇଲାଇ ।
କାଇକେ ବଇଲେ ଜନ୍ତି ଦୁଇ କି ତିନ୍ ଲକ୍ ରୁଣ୍ଡିକରି ମର୍ ନାଉଁ ଦାର୍ବାଇ, ତେଇ ମୁଇ ଆଚି ।"
Edificação mútua
Vivam em harmonia uns com os outros. Não haja divisões entre vós. A comunidade cresce quando cada membro contribui.
ବିସ୍ବାସିମନ୍ ବେଗ୍ଲା ବେଗ୍ଲି ଅଇବାଟା
ଏ ମର୍ ବାଇବଇନିମନ୍, ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ନାଉଁ ଦାରି ମୁଇ ତମ୍କେ ବାବୁଜିଆ କଲିନି, ଜେନ୍ତିକି ତମେ ସବୁଲକ୍ ଗଟେକ୍ କାତାଇ ରାଜି ଉଆ, ଆରି ତମର୍ ତମର୍ ବିତ୍ରେ ବେଗ୍ଲା ବେଗ୍ଲି ଉଆନାଇ । ମାତର୍ ତମେ ଗଟେକ୍ ଦଲ୍, ଗଟେକ୍ ମନ୍ ଆରି ଗଟେକ୍ କାତାଇ ରାଜି ଉଆ ।
କାଇକେବଇଲେ ଆମେ ସବୁ ଜିଉଦି ଅଇଲେ କି ଜିଉଦି ନ ଅଇଲେ ମିସା, ଗତିଦାଙ୍ଗ୍ଡା ଅଇଲେ କି ନିଜର୍ ଇସାବେ ଚଲାଚଲ୍ତି କଲେ ମିସା ପର୍ମେସରର୍ ସେ ସମାନ୍ ଗଟେକ୍ ଆତ୍ମାର୍ ଲାଗି, ଗଟେକ୍ ଗାଗଡ୍ ଅଇବାକେ ଡୁବନ୍ ନେଇଆଚୁ । ଆରି ଏ ସମାନ୍ ସୁକଲ୍ ଆତ୍ମା ପାଇଆଚୁ ।
ଆମ୍କେ ସବୁଲକ୍କେ ଗାଗ୍ଡେ ବିନ୍ ବିନ୍ ବାଗ୍ ଆଚେ । ସେ ଗାଗଡର୍ ବିନ୍ ବିନ୍ ବାଗର୍, ବିନ୍ ବିନ୍ କାମ୍ ଆଚେ । ସେନ୍ତାରିସେ ଆମେ ଜେତ୍କି ଲକ୍ କିରିସ୍ଟତେଇ ମିସ୍ଲୁଆଚୁ, ଆମେ ତାର୍ ଗାଗଡ୍ ଅଇଲୁଆଚୁ । ଗାଗଡର୍ ଆତ୍ ଗଡ୍ ପାରା ଆମେ ସବୁ ଲକ୍ ମିସିଆଚୁ ।
ସବୁ ଲକ୍କେ ସମାନ୍ ଇସାବେ ଆଲାଦ୍ ଦେକାଆ । ଆଁକାର୍ ବୁଦି ଚାଡିକରି ସଲଦ୍ ଅଇ ସାନ୍ ସାନ୍ କାମ୍ କର୍ବାକେ ମିସା ରାଜି ଉଆ । ନିଜ୍କେ ଗିଆନ୍ ରଇବାଲକ୍ ବଲି ଦେକାଇ ଉଆନାଇ ।
ବିନ୍ଲକର୍ ଦସ୍ ଦାରାନାଇ
ଜଦି କେତେକ୍ ଲକ୍ କିରିସ୍ଟକେ ବିସ୍ବାସ୍ କଲାଇନି, ମାତର୍ ତାକର୍ ବିସ୍ବାସ୍ ଡାଁଟ୍ନାଇ, ସେମନ୍କେ ମିସା ଡାକି ମିସାଆ । ମାତର୍ ସେମନର୍ ଚିନ୍ତା କର୍ବାଟା ତମର୍ପାରା ନ ରଇଲେ, ତାକର୍ ସଙ୍ଗ୍ ଦଦାପେଲା ଉଆ ନାଇ ।
ପର୍ମେସର୍ସେ ଆମ୍କେ ମୁର୍ଚିରଇବାଟା ଆରି ସାର୍ଦା କରାଇବାଟା ଦେଇସି । ଆରି ଜିସୁକିରିସ୍ଟର୍ ବାଟେ ଇଣ୍ଡି କରି ସବୁର୍ ମନ୍ ଗଟେକ୍ ଅଇବାକେ ସାଇଜ କର ।
ପାଉଲର୍ ସାରାସାରି ଆଦେସ୍
ଏ ମର୍ ବାଇବଇନିମନ୍, ମୁଇ ତମ୍କେ ବାବୁଜିଆ କଲିନି, ତମେ ଜାଗ୍ରତ୍ ଅଇକରି ରୁଆ । ତମର୍ ବିସ୍ବାସ୍ ଆରି ଗଟେକ୍ ମନ୍ ଅଇରଇବାଟା ଜନ୍ ଲକ୍ମନ୍ ବେଗ୍ଲାଇବାକେ ଚେସ୍ଟା କଲାଇନି, ତାକର୍ଟାନେଅନି ଦୁରିକେ ରୁଆ । କାଇକେବଇଲେ, ତମେ ଜନ୍ ସିକିଆ ପାଇଆଚାସ୍, ତାର୍ ବିରଦ୍ କଲାଇନି ।
Amor e compromisso
Não deixemos de congregar. O vínculo perfeito é o amor — ele une a comunidade e produz frutos que duram.
ଆସା, ଆମେ ବିନ୍ ଲକ୍ମନ୍କେ ମନ୍ଦେଇ ସେମନ୍କେ ସାଇଜ କରୁ । ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କରି ନିକ କାମ୍ କରୁ । ଜେନ୍ତିକି ଆରି କେତେଲକ୍ କଲାଇନି, ଆମେ ମିସିବିଡି ରଇବା ବିସ୍ବାସି ବାଇବଇନି ମନର୍ ସଙ୍ଗ୍ ରୁଣ୍ଡ୍ବାକେ ଏଲା ନ କରୁ । ତାର୍ ବାଦୁଲେ ଆମର୍ ସଙ୍ଗାରିମନର୍ ବିସ୍ବାସ୍ ଡାଁଟ୍ କରାଉ । ଆମର୍ ମାପ୍ରୁ ଜିସୁ ଆରିତରେକ୍ ଆଇବା ଦିନ୍ ଲଗେ କେଟି ଆଇଲାନି ।
ଏ ସବୁ ବିସଇ କରି ତମର୍ ବିତ୍ରେ ଆଲାଦ୍ କରାକରି ଉଆ । ସେନ୍ତାର୍ଆଲେ ତମେ ଗଟେକ୍ମନ୍ ଅଇକରି ରଇବାଟା ସିଦ୍ ଅଇସି ।
ଜନ୍ଟା କି ଗଟେକ୍ ମନ୍ ଅଇକରି ରଇବାକେ ସୁକଲ୍ଆତ୍ମା ଆମ୍କେ ବାନ୍ଦିଆଚେ, ସେନ୍ତାରି ସାନ୍ତି ଅଇକରି ରୁଆ ।
ନିମାନ୍ କାମ୍ପାଇ ଦୁକ୍କସ୍ଟ
ସାରାସାରି ତମର୍ ସବୁଲକର୍ ମନ୍ ଗଟେକ୍ ଅ । ଦୁକ୍ସୁକ୍ ବେଲେ ତମର୍ ତମର୍ ବିତ୍ରେ ମିସିବିଡି ରୁଆ । ନିଜର୍ ନିଜର୍ ବିତ୍ରେ ଆଲାଦ୍ ଅଇକରି ସୁଆଲେ ରୁଆ ।
ଏ ମର୍ ଆଲାଦର୍ ମଇତର୍ମନ୍, ଜେନ୍ତିକି ପର୍ମେସର୍ ଆମ୍କେ ଏତେକ୍ ଆଲାଦ୍ କଲାର୍ପାଇ, ଆମେମିସା ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ସେନ୍ତାରି ଆଲାଦ୍ କର୍ବାର୍ ଆଚେ ।
ମାତର୍ ଆମେ ସତ୍ କାମ୍ କରି ଉଜଲେ ରଇବୁ ଜେନ୍ତାରି କି ପର୍ମେସର୍ ସବୁବେଲେ ଉଜଲେଆଚେ । ସେନ୍ତାର୍ ଆଲେ ଆମେ ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସଙ୍ଗ୍ ମିସିବିଡି ଆଚୁ । ଆରି ପର୍ମେସରର୍ ପଅ ଜିସୁର୍ ବନି ଆମର୍ ସବୁ ପାପ୍କେ ଦଇଦେଇସି ।
ସେଟାର୍ ପାଇ ଜିଉଦି ଆରି ଜିଉଦିନଇଲା ଲକ୍, ଗେନାଅଇଲା ଗତିଦାଙ୍ଗ୍ଡାଦାଙ୍ଗ୍ଡି କି ମୁକ୍ଲାଇଲା ଲକ୍, ମୁନୁସ୍ କି ମାଇଜି ବିତ୍ରେ, କାଇଟା ମିସା ବିନ୍ ନାଇ । ଆମେ ସବୁ ଲକ୍ ଜିସୁର୍ ସଙ୍ଗ୍ ମିସିକରି ଗଟେକ୍ ଅଇଆଚୁ । ଜଦି ତମେ କିରିସ୍ଟର୍ ଲକ୍, ତେବେ ତମେ ମିସା ଅବ୍ରାଆମର୍ କୁଟୁମର୍ ଆରି ପରମେସର୍ ଜାଇଟା ସପତ୍ କଲାଆଚେ, ସେଟା ମିଲାଇସା ।
ରାଣ୍ଡିଜୁଣ୍ଡିମନ୍କେ ସନ୍ମାନ୍ ଦେକାଇ ଜତନ୍ କର୍ ।
"ତମ୍କେ ସତ୍ କାତା କଇଲିନି, ଜନ୍ ଲକ୍ମନ୍ ମର୍ କବର୍ ନେବା ଲକ୍ମନ୍କେ ନାମ୍ବାଇ, ସେମନ୍ ମକେ ମିସା ନାମ୍ବାଇ, ଆରି ମକେ ପାଟାଇଲା ପର୍ମେସର୍କେ ମିସା ନାମ୍ବାଇ ।"