Família de Deus
A família de Deus transcende laços de sangue. Em Cristo, somos adotados como filhos, irmãos uns dos outros e membros de uma família eterna — a Igreja.
Adotados por Deus
Recebemos o espírito de adoção pelo qual clamamos: Abba, Pai! Se filhos, também herdeiros — herdeiros de Deus e co-herdeiros com Cristo.
କାୟିତାକ୍ବଃଲେକ୍ ଇସ୍ୱର୍ ଦିଲା ସେ ଆତ୍ମା ତୁମିମଃନ୍କେ ଗତି ତଃୟ୍ ହୁଣି ମୁକ୍ତି କଃରିଆଚେ, ତୁମି ଆରେକ୍ ଡିର୍ତା ଲଳାନାୟ୍ । ମଃତର୍ ପବିତ୍ର ଆତ୍ମା ତୁମିମଃନ୍କେ ଇସ୍ୱରାର୍ ହିଲା ଅଃଉତାର୍ ଅଃଦିକାର୍ ଦଃୟି ଆଚେ । ସେତାର୍ ଗିନେ ଅଃମି ଅଃବେ ଇସ୍ୱର୍କେ "ଉବା" ବଃଲି କଃଉଁଲୁ । ଅଃମିମଃନ୍ ଇସ୍ୱରାର୍ ହୟିସି ବଃଲି ସେ ଆତ୍ମା ନିଜେ ଅଃମିମଃନାର୍ ଆତ୍ମା ସଃଙ୍ଗ୍ ସାକି ଦେଉଁଲି । ବଃଲେକ୍ ଅଃମିମଃନ୍ ଇସ୍ୱରାର୍ ହିଲା, ତାର୍ ଲକ୍ମଃନାର୍ ଗିନେ ଇସ୍ୱର୍ ଜୁୟି ଆସିର୍ବାଦ୍ ସଃଙ୍ଗାୟ୍ ଆଚେ ସେତି ହେଁ ଅଃମି ଅଃଦିକାର୍ ହାଉଁନ୍ଦ୍ । ଆରେକ୍ କ୍ରିସ୍ଟର୍ ଗିନେ ଇସ୍ୱର୍ ଜାୟ୍ରି ସଃବୁ ସଃଙ୍ଗାୟ୍ ଆଚେ ସେରି ହେଁ ଅଃମାର୍ ଅଃଦିକାର୍ ଆଚେ ଜଦି ଅଃମିମଃନ୍ ଜିସୁର୍ ଦୁକ୍ ବଗେ ହେଁ ବାଗିଦାର୍ ଅଃଉଁଲୁ, ତେବେ ତାର୍ ଜଃଜ୍ମାନେ ହେଁ ଅଃଦିକାରି ଅଃଉଁନ୍ଦ୍ ।
ମଃତର୍ ବେଳା ହୁର୍ଲାକେ ଇସ୍ୱର୍ ଅଃହ୍ଣାର୍ ତଃୟ୍ ହୁଣି ତାର୍ ନିଜାର୍ ହୟ୍ସିକ୍ ହଃଟାୟ୍ଲା, ସେ ମାୟ୍ଜି ହୁଣି ଜଃଲମ୍ ଅୟି ମସାର୍ ବିଦିର୍ ତଃଳେ ଅୟ୍ଲା । ଜଃନ୍କଃରି ସେ ମଲ୍ ଦଃୟି ମସାର୍ ବିଦି ତଃଳାର୍ ଲକ୍ମଃନ୍କେ ମୁକ୍ଳାୟ୍ଦ୍, ଆରେକ୍ ଅଃମିମଃନ୍ ହୟ୍ସିର୍ ଅଃଦିକାର୍ ହାଉନ୍ଦ୍ ।
ଆର୍ ତୁମିମଃନ୍ ହୟିସି ଜିସି, ଇତାର୍ ଗିନେ ଇସ୍ୱର୍ ଅଃହ୍ଣାର୍ ଚଃମେ ହୁଣି ନିଜାର୍ ହୟ୍ସିର୍ ଆତ୍ମାକେ ଅଃମିମଃନାର୍ ମଃନେ ହଃଟାୟ୍ଲା, ସେ ପବିତ୍ର ଆତ୍ମା ମିସି ଉବା ମର୍ ଉବା ବଃଲି କୁଦ୍ତି । ଇତାକ୍ ତୁମି ଆର୍ ଗତିଦଃଙ୍ଗ୍ଳା ନାୟ୍, ମଃତର୍ ହୟିସି ଜିସି, ଆରେକ୍ ଜଦି ହୟିସି ଜିସି ତଃବେ ଇସ୍ୱରାର୍ ଅଃଦିକାରାର୍ ହଃଚେ ଅଃଦିକାରି ।
କାୟିତାକ୍ବଃଲେକ୍ ତୁମିମଃନ୍ ସଃବୁ ଜିସୁ କ୍ରିସ୍ଟର୍ ତଃୟ୍ ବିସ୍ୱାସ୍ ତଃୟ୍ ଇସ୍ୱରାର୍ ହୟିସି ଜିସି ଅୟି ଆଚାସ୍ । ଜଃବେ ତୁମିମଃନ୍ ଜଃତେକ୍ ଲକ୍ କ୍ରିସ୍ଟର୍ ଗିନେ ବାପ୍ତିସମ୍ ହାୟ୍ଁ ଆଚାସ୍, ତୁମିମଃନ୍ ସଃବୁ କ୍ରିସ୍ଟକେ ବଃସ୍ତର୍ ହର୍ ହୁଙ୍ଗ୍ରି ଆଚାସ୍ । ଜିଉଦି କି ଗ୍ରିସ୍ ଗତିଦଃଙ୍ଗ୍ଳା କି ମୁକୁଳ୍ଲାର୍ ଅଃଣ୍ଡ୍ରା କି ମାଇଜି, ତୁମିମଃନ୍କାର୍ ବିତ୍ରେ କାୟିହେଁ ବିନ୍ ନାୟ୍, କାୟିତାକ୍ବଃଲେକ୍ କ୍ରିସ୍ଟ ଜିସୁର୍ ତଃୟ୍ ତୁମିମଃନ୍ ଗଟେକ୍ ।
ଆର୍ ଜିସୁ କ୍ରିସ୍ଟର୍ ଲାଗି ସେ ନିଜାର୍ ଗିନେ ହୟିସି କଃରୁକେ ନିଜାର୍ ଇଚା ହଃର୍କାରେ ଅଃମିମଃନ୍କେ ଲାଡେ ଆଗେହୁଣି ତିର୍ କଃଲା । ଇରି ତାର୍ ଦଃୟାର୍ ଜଃଜ୍ମାନାର୍ ପ୍ରସଂସା ଗିନେ ଅୟିଆଚେ; ସେ ଦଃୟା ସେ ଲାଡାର୍ ମାନାୟକେ ଦଃୟି ଅଃମିମଃନ୍କେ ଦାନ୍ ଦଃୟି ଆଚେ ।
ଜିସୁର୍ ଲାଡ୍
ଇତାର୍ ଗିନେ ଜୁୟି ଉବାର୍ ତଃୟ୍ହୁଣି ସଃର୍ଗ୍ ଆର୍ ହୁର୍ତିବିର୍ ଉବାର୍ ସଃବୁ କୁଳ୍ବଃଉଁସାର୍ ନାଉ ହାଉଁ ହାରିନ୍ଦ୍ । ଜାର୍ ତଃୟ୍ହୁଣି ସଃବୁ କୁଟୁମ୍ ସଃର୍ଗେ ଆର୍ ହୁର୍ତିଏ ତାର୍ ନାଉ ଆଣି ତାର୍ ହାଦେ ମାଣ୍ଡିକୁଟା ଦଃୟି ପାର୍ତ୍ନା କଃରୁଲେ,
ମଃତର୍ ଜଃତେକ୍ ଲକ୍ ତାକ୍ ଦଃର୍ଲାୟ୍, ବଃଲେକ୍ ତାର୍ ନାଉଁଏ ସଃତ୍ କଃଲାୟି ସେମଃନ୍କେ ସେ ଇସ୍ୱରାର୍ ହିଲା ଅଃଉଁକେ ଅଃଦିକାର୍ ଦିଲା । ସେମଃନ୍ ବଃନିତଃୟ୍, ଗଃଗାଳାର୍ ଇଚାୟ୍ କି ମାନାୟ୍ର୍ ଇଚାୟ୍ ଜଃଲମ୍ ନଃଉତି, ମଃତର୍ ଇସ୍ୱରାର୍ ଇଚାୟ୍ ଜଃଲମ୍ ଅୟ୍ଲାୟ୍ ।
A comunidade de fé
Não abandonem a congregação. Somos um corpo em Cristo, membros uns dos outros, chamados a amar e a servir.
ଆର୍ କେକେ ଜଃନ୍କଃରି ମଣ୍ଡ୍ଳିର୍ ପାର୍ତ୍ନା ଚାଡି ରେତି, ଅଃମିମଃନ୍ ସେବାନ୍ୟା କଃରୁ ନଃଚୁଆଁ, ମଃତର୍ ଏକ୍ଆରେକ୍କେ ସାସ୍ ଦେଉଁଆ, ମୁଳ୍କଃରି ଜଃଡେବଃଳ୍ ତୁମିମଃନ୍ ମାପୁରାର୍ ଦିନ୍ ଚଃମେ ଅୟି ଆସୁଲି ବଃଲି ଦଃକୁଲାସ୍ ।
ସାସନାର୍ ଗିନେ ତ ତୁମିମଃନ୍ ଦୁକ୍ ସଃମ୍ବାଳୁଲାସ୍; ଇସ୍ୱର୍ ତୁମିମଃନାର୍ ସଃଙ୍ଗ୍ ହଅ ହର୍ ବେବାର୍ କଃରୁଲା, କାୟିତାକ୍ବଃଲେକ୍ ଉବା ଜାକେ ସାସନ୍ ନଃକେରେ, ଇବାନ୍ୟା ହଅ କେଏ ଆଚେ ? ମଃତର୍ ଜୁୟି ସାସନାର୍ ସଃବୁ ବାଗ୍ହାୟ୍ଲାର୍, ଜଦି ତୁମିମଃନ୍ ସେତିର୍ ବାଗି ନାୟ୍, ତଃବେ ତୁମିମଃନ୍ ହଅ ନାୟ୍, ବିନ୍ ଅଃଣ୍ଡ୍ରା ତଃୟ୍ହୁଣି ଜଃଲମ୍ ଅୟ୍ଲା ହିଲା । ଆରେକ୍ ହେଁ, ଅଃମିମଃନାର୍ ସାସନ୍କାରି ଅଃମିମଃନାର୍ ଗଃଗାଳାର୍ ଉବାମଃନ୍କେ ଅଃମିମଃନ୍ ମାନ୍ତି କଃରୁଲୁ; ତଃବେ ଆତ୍ମିକ୍ ଉବାର୍ କଃତେକ୍ ଅଃଦିକ୍ କଃରି ତାର୍ ତଃଳେ ରଃୟ୍ ଜିବନ୍ ନଃହାଉଁ ? ଅଃମିମଃନାର୍ ଜଃଗତାର୍ ଉବାମଃନାର୍ ଆକାୟ୍ ଜାୟ୍ରି ନିକ ସେ ହଃର୍କାରେ ସେମଃନ୍ ଅଃଳକ୍ ଦିନାର୍ ଗିନେ ଅଃମିମଃନ୍କେ ସାସନ୍ କଃଲାୟି; ମଃତର୍ ଅଃମିମଃନ୍ ଜଃନ୍କଃରି ତାର୍ ପବିତ୍ର ତଃୟ୍ ବାଗିଦାରି ଅଃଉଁନ୍ଦ୍, ଇତାର୍ ଗିନେ ସେ ଅଃମିମଃନାର୍ ବଃଲାର୍ ଗିନେ ସାସନ୍ କଃରେଦ୍ ।
ସେ ହର୍ ଅଃମି ଅଃନେକ୍ ମଃତର୍ କ୍ରିସ୍ଟର୍ ତଃୟ୍ ଗଟେକ୍ ଅୟି ଜଳି ଅୟି ଆଚୁ, ଅଃମି ଗଟେକ୍ ଗଃଗାଳ୍ ଆର୍ ଗଃଗାଳାର୍ ଅଃଙ୍ଗ୍ମଃନ୍ ହର୍ ଅଃମିମଃନ୍ ଏକ୍ ଆରେକ୍ ସଃଙ୍ଗ୍ ଜଳିଅୟ୍ ଆଚୁ ।
ଆର୍, ଗଟେକ୍ ଅଃଙ୍ଗ୍ ଦୁକ୍ବୟ୍ଗ୍ କଃଲେକ୍ ବିନ୍ ଅଃଙ୍ଗ୍ମଃନ୍ ତାର୍ ସଃଙ୍ଗ୍ ଦୁକ୍ବୟ୍ଗ୍ କଃର୍ତି, ଆର୍ ଗଟେକ୍ ଅଃଙ୍ଗ୍ ଜଃଜ୍ମାନ୍ ହାୟ୍ଲେକ୍ ବିନ୍ ଅଃଙ୍ଗ୍ମଃନ୍ ସଃର୍ଦା ଅଃଉତି ।
ବଃଲେକ୍ ତୁମିମଃନ୍ ଆର୍ ବିନ୍ଦେସାର୍ କି ହଃର୍ବାସି ନାୟ୍, ମଃତର୍ ସାଦୁମଃନାର୍ ସଃଙ୍ଗ୍ ରେତାର୍ ତାର୍ ରାଇଜାର୍ ଆର୍ ଇସ୍ୱରାର୍ ଗଃର୍ କୁଟୁମାର୍ । ତୁମିମଃନ୍ ପେରିତ୍ ଆର୍ ବାବ୍ବାଦି ମଃନାର୍ କୁନାଦି ଉହ୍ରେ ତିଆର୍ ଅୟି ଆଚାସ୍, କ୍ରିସ୍ଟ ଜିସୁ ସେତିର୍ ମୁଳ୍ଟେଳା । ତାର୍ ତଃୟ୍ ସଃବୁ ଗଃର୍ ଗଟ୍ତଃୟ୍ ଜଳି ଅୟ୍କଃରି ମାପୁର୍ ତଃୟ୍ ଗଟେକ୍ ପବିତ୍ର ମନ୍ଦିର୍ ହର୍ ବାଡାୟ୍ଦ୍ । ତାର୍ ତଃୟ୍ ତୁମିମଃନ୍ ହେଁ ଇସ୍ୱରାର୍ ଆତ୍ମାର୍ ବାସା କଃର୍ତାର୍ ଗିନେ ଗଟେକ୍ ତଃୟ୍ ହାଜି ଅୟି ଆଚାସ୍ ।
Quem é minha família?
Jesus disse: quem faz a vontade de Deus, esse é meu irmão e irmã. A família de Deus inclui todos os que creem.
ଜିସୁ ସେ ଲକ୍ମଃନ୍କେ କୟ୍ଲା, "କେଏ ମର୍ ଆୟା, ଆର୍ କେଏ ମର୍ ବାୟ୍ମଃନ୍ ?" ଜିସୁ ସେତି ବଃସିରିଲା ଚାରିବେଳ୍ତାର୍ ଲକ୍କେ ଦଃକିକଃରି ସେ କୟ୍ଲା, "ଦଃକା ! ଇ ଲକ୍ମଃନ୍ ମର୍ ଆୟା ଆର୍ ବାୟ୍ମଃନ୍, ଜୁୟ୍ଲକ୍ ଇସ୍ୱରାର୍ ଇଚା ହୁରୁଣ୍ କଃରେଦ୍ ସେ ଲକ୍ ମର୍ ବାୟ୍, ବେଣି ଆର୍ ଆୟା ।"
ଗତିଦଃଙ୍ଗ୍ଳା ସଃବୁବଃଳ୍ ଗଃର୍ କୁଟୁମାର୍ ଲକ୍ ଅୟି ନଃରେୟ୍, ମଃତର୍ ହଅ ସଃବୁ ଦିନ୍ ଗଃରାର୍ ଲକ୍ ଅୟି ରଃୟ୍ଦ୍ ।
ଜିସୁ ସେମଃନ୍କେ କୟ୍ଲା, "ଇସ୍ୱର୍ ଜଦି ନିଜ୍କଃରି ତୁମାର୍ ଉବାଦି ଅୟ୍ରିଲେକ୍ ତୁମିମଃନ୍ ମକ୍ ଲାଡ୍ କଃଲାସ୍ ହୁଣି, ବଃଲେକ୍ ମୁୟ୍ ଇସ୍ୱର୍ ତଃୟ୍ହୁଣି ଆସି ଅଃବେ ଇତି ଆଚି, ମୁୟ୍ ମର୍ ଅଃଦିକାରେ ନାସି, ମଃତର୍ ଇସ୍ୱର୍ ମକେ ହଃଟାୟ୍ ଆଚେ ।
ବିସ୍ୱାସିମଃନାର୍ କଃର୍ତାକାମ୍
ତୁଇ ବୁଡାବୁଡିମଃନ୍କ୍ ଇନସ୍ତା କଃର୍ ନାୟ୍, ମଃତର୍ ଉବା ହର୍ ମାନ୍ତି କଃରା, ଆର୍ ଦଃଙ୍ଗ୍ଳାମଃନ୍କେ ବାୟ୍ ହର୍, ବୁଡାବୁଡିମଃନ୍କ୍ ଉବାଆୟା ହର୍ ଆର୍ ଦଃଙ୍ଗ୍ଳିମଃନ୍କେ ନିର୍ମୁଳ୍ ମଃନେ ବେଣି ହର୍ ବାବି କଃରି ସେରଃକମ୍ କଃର୍ ।
ଇସ୍ୱରାର୍ ହିଲାମଃନ୍
ଦଃକା ଉବା ଅଃମିମଃନ୍କେ କଃଡେକ୍ ଲାଡ୍ କଃରି ଆଚେ ଜେ, ଅଃମିମଃନ୍ ଇସ୍ୱରାର୍ ହିଲା ବଃଲି ଡାକେହୁଟୁନ୍ଦ୍, ଆର୍ ସଃତ୍କଃରି ଅଃମିମଃନ୍ ତାର୍ ହିଲାମଃନ୍, ଇତାର୍ ଗିନେ ଜଃଗତ୍ ଅଃମିମଃନ୍କେ ନଃଚିନୁଲି ବଃଲେକ୍ ସେରି ତାକ୍ ଚିନି ନଃରିଲି । ଏ ଲାଡାର୍ ବାୟ୍ବେଣିମଃନ୍ ଅଃବେ ଅଃମିମଃନ୍ ଇସ୍ୱରାର୍ ହିଲାମଃନ୍ ଆର୍ ଅଃମିମଃନ୍ କଃନ୍ ଅଃଉଁନ୍ଦ୍ ସେରି ଅଃବେ ହଃତେକ୍ ଜାଣା ନଃହେଳେତା ଅଃମିମଃନ୍ ଜାଣୁଲୁ ଜେ, ସେ ଜଃଡେବଃଳ୍ ଆସେଦ୍ ସଃଡେବଃଳ୍ ଅଃମିମଃନ୍ ତାର୍, ହର୍ ଅଃଉଁନ୍ଦ୍, ବଃଲେକ୍ ସେ ଜଃନ୍କାର୍ ଅଃମିମଃନ୍ ସେନ୍ହର୍ ତାକ୍ ଦଃକୁନ୍ଦ୍
ବଃଲେକ୍ ଅଃମିମଃନ୍ ସୁବିଦା ହଃର୍କାରେ ସଃବ୍କାର୍ ବଃଲେକ୍ ଗଟ୍ କୁଟୁମ୍ ଅୟ୍ଲା ବିସ୍ୱାସି ସଃବ୍କାର୍ ନିକ କଃରୁଆଁ ।