Sinais do fim dos tempos
A Bíblia descreve sinais que precederão a volta de Jesus. Guerras, falsos mestres, sinais cósmicos e a pregação do evangelho a todas as nações — tudo aponta para o fim dos tempos.
Sinais proféticos
Este evangelho do Reino será pregado em todo o mundo e então virá o fim. Os sinais dos últimos tempos já se manifestam.
ଅ଼ଡ଼େ ବାରେ ଲ଼କୁ ନ଼କିତା ସା଼କି ଆ଼ହାଲିତାକି, ମାହାପୂରୁ ରା଼ଜିତି ଈ ନେହିଁ କାବ୍ରୁ ବାରେ ଦାର୍ତିତା ୱେ଼ପ୍କିଆ଼ନେ, ଡା଼ୟୁ ଜୁଗୁ ରା଼ନେ ।"
ମାଣ୍ସି ମୀର୍ଏସି ୱା଼ନାୟି
"ସାମା ଏଚିବେ଼ଲାତି କସ୍ତ ଡା଼ୟୁ ଦେବୁଣିଏ ୱେ଼ଡ଼ା ଆନ୍ଦେରି ଆ଼ନେ, ଅ଼ଡ଼େ ଲେ଼ଞ୍ଜୁ ଉଜେଡ଼ି ହୀଏ, ଅ଼ଡ଼େ ହା଼ଗୁଟି ହୁକାୟାଁ ତର୍ଗିନୁ, ଇଞ୍ଜାଁ ହା଼ଗୁ ଲାକତି ବା଼ଡ଼୍ୟୁ ବାରେ ୱୀଡିନେ । ଏଚିବେ଼ଲା ହା଼ଗୁ ଲାକଟି ମାଣ୍ସି ମୀର୍ଏଣି ସିନା ତ଼ଞ୍ଜାଆ଼ନେ, ଇଞ୍ଜାଁ ମାଣ୍ସି ମୀର୍ଏଣାଇଁ କାଜା ବା଼ଡ଼୍ୟୁ ଅ଼ଡ଼େ ଗା଼ୱୁରମିଗାଟି ଉଜେଡ଼ି ତଲେ ହା଼ଗୁତି ଦୂନ୍ଦ୍ରାଟି ୱା଼ନାଣି ମେସାହାଁ ଦାର୍ତିତି ବାରେ କୂଡ଼ାତି ଲ଼କୁ ହା଼ରେକା ଦୁକୁତଲେ ଡ଼ୀନେରି । ଅ଼ଡ଼େ ଏ଼ୱାସି ତୀତ୍ରି ମ଼ହ୍ରି ହା଼ଡାତଲେ ତାନି ଦୂତୁୟାଁଣି ପାଣ୍ତିନେସି ଇଞ୍ଜାଁ ଏ଼ୱାରି ଦାର୍ତି ମୁଟ୍ପେତି ହାନ୍ଦିଟିଏ ହା଼ଗୁଲାକତି ମୁଟ୍ପେ ହାନ୍ଦି ପାତେକା ସା଼ରିୱାକିଟି ତାନି ଆ଼ଚାମାନି ଲ଼କୁଣି ରୁଣ୍ତା କିନେରି ।"
ଈଦାଆଁତାକି ଜାଗ୍ରାତା ଆ଼ହାଁ ମାଞ୍ଜୁ, ଏ଼ନାଆଁତାକି ଇଚିହିଁ ମୀ ପ୍ରବୁ ଆମିନି ଦିନା ୱା଼ନେସି, ଏ଼ଦାଆଁ ମୀରୁ ପୁଞ୍ଜାହିଲଅତେରି । ସାମା ଈଦାଆଁ ପୁଞ୍ଜାମାଞ୍ଜୁ, ଆମିନି ନେ଼କେରିତା ସ଼ରୁ ୱା଼ନେସି, ଏ଼ଦାଆଁ ସା଼ୱୁକାରି ପୁଞ୍ଜାମାଚିହିଁମା, ଜାଗ୍ରାତା ଆ଼ହାଁ ତାନି ଇଲୁତି କାତି ତୂତ୍ହାଲି ହୀଆତେସିମା । ଏ଼ଦାଆଁତାକି ମୀରୁ ଜିକେଏ କା଼ଚାହାଁ ମାଞ୍ଜୁ, ଇଚିହିଁ ଆମିନି ବେ଼ଲାତା ମୀରୁ ଅଣ୍ପା ହିଲଅତେରି, ଏ଼ ବେ଼ଲାତା ମାଣ୍ସି ମୀର୍ଏସି ୱା଼ନେସି ।
ନା଼ନୁ ମିଙ୍ଗେ ହୀହାମାଞ୍ଜାନି ହୁକୁମି ବାରେ ମା଼ନୱି ଆ଼ହାଲି ଜା଼ପ୍ହାନା ଏ଼ୱାରାଇଁ ନା଼ ସୀସୁୟାଁ କିଦୁ; ମେହ୍ଦୁ ଜୁଗୁ ରା଼ନି ପାତେକା ନା଼ନୁ ବାରେବେ଼ଲା ମୀ ତଲେ ମାଞ୍ଜେ ମାଞ୍ଜାଇଁ ।"
ଆମ୍ବାଆସି ଈ ଦିନା ଅ଼ଡ଼େ ବେ଼ଲାତି ପୁନଅସି
ସାମା ଏ଼ ଦିନା କି କା଼ଲାତି କାତା ଆମ୍ବାଆରି ପୁନଅରି, ଲାକପୂରୁତି ଦୂତୁୟାଁ କି ମୀର୍ଏସି ଜିକେଏ ପୁନଅସି, ୱାର୍ଇ ଆ଼ବାଦେଁ ପୁନେସି ।
Os últimos dias
Nos últimos dias virão tempos difíceis, homens amantes de si mesmos. Mas derramarei o meu Espírito sobre toda a carne.
ରା଼ନି ଦିନାତି କାତା
ସାମା ଈଦାଆଁ ପୁଞ୍ଜାମାଞ୍ଜୁ, ରା଼ନି ଦିନାତା ନା଼ସା ଆ଼ନି ଦିନା ୱା଼ନେ; ଇଚିହିଁ ଲ଼କୁ ତା଼ମ୍ବୁ ଜାହାରାଇଁ ଅଣ୍ପା କଡିନେରି, ଦ଼ନ ଜୂପ୍କା, ଜୀୱୁତା ବଡପଣ, ଆଙ୍କାରା, ନିନ୍ଦା କିନେରି, ତାଲି ତାଞ୍ଜି କାତା ଆହ୍ଅରି, ରା଼ହାଁ ଆ଼ଆଗାଟାରି, ଦାର୍ମୁ ହିଲାଆ ଗାଟାରି, ଜୀୱୁ ନ଼ଆଗାଟାରି, ଆଣ୍ତ୍ୱି ଆ଼ନାୟି ହିଲାଆ ଗାଟାରି, ଲାଗେଏ କାତା ୱେସାନା ଲ଼କୁଣି ନା଼ଡ଼ିକିନାରି, ଦେବୁଣିଏ କ଼ପା ଆ଼ନାରି, ବା଼ଡ଼୍ୟୁ ତ଼ସାହାଁ ଆଜି କିନାରି, ନେହିଁ କାତାତି ଅ଼ପାଆଗାଟାରି ଆ଼ନେରି; ଅ଼ଡ଼େ ଏ଼ୱାରି ହୀରୁ ଦା଼ଃଆନାରି, ଡା଼ୟୁ ଏ଼ସ୍କି ଅଣ୍ପାଆ ଗାଟାରି, ବଡପଣ ଗାଟାରି ଆ଼ନେରି, ଅ଼ଡ଼େ ମାହାପୂରୁ ଜୀୱୁ ନ଼ନାରି ଆ଼ଆନା ଦାର୍ତିତି ରା଼ହାଁତି ଜୀୱୁ ନ଼ନାରି ଆ଼ନେରି; ଏ଼ୱାରି ମାହାପୂରୁତି ଆଜିନି ମେ଼ରା ଆହ୍ନେରି ସାମା ଏମ୍ବାତି ବା଼ଡ଼୍ୟୁତି ଆସାଲି କୂନେରି; ଇଲେତି ଲ଼କୁ ତା଼ଣାଟି ହେକ ମାନାମୁ ।
‘ମାହାପୂରୁ ୱେସିମାନେସି ରା଼ନି ଦିନାତା ଈ ବାରେ ଗଟୱି ଆ଼ନେ,
ନା଼ନୁ ବାରେ ଲ଼କୁତାକି ନା଼ ଜୀୱୁ ପାଣ୍ତାଇଁ,
ଏଚେଟିଏ ମୀ ମୀର୍କା ମା଼ସ୍କା ମାହାପୂରୁ ଅଣ୍ପୁତି ବ଼ଲୁ ୱେହ୍ନେରି,
ମୀ ଦାଂଗ୍ଣାୟାଁ କାବା ଆ଼ନାଣି ମେହ୍ନେରି,
ଅ଼ଡ଼େ ମୀ ବୁଡ଼୍ହାୟାଁ ହାପାନା ହେଣ୍ନେରି ।
ହାଅ, ଏ଼ କା଼ଲାତା ନା଼ ହ଼ଲିୟାଙ୍ଗା ଇଞ୍ଜାଁ ହ଼ଲେଣିସିକା ଲାକ,
ନା଼ନୁ ନା଼ ଜୀୱୁତି ଏ଼ୱାରି ଲାକ ୱା଼କ୍ଇଁ,
ଏଚେଟିଏ ଏ଼ୱାରି ମାହାପୂରୁ ଅଣ୍ପୁତି ବ଼ଲୁ ୱେହ୍ନେରି ।
ନା଼ନୁ ହା଼ଗୁ ଲାକ କାବାଆ଼ନି କାମା;
ଅ଼ଡ଼େ ଡ଼଼ଇ ଦାର୍ତିତା କାବାଆ଼ନି ସିନାୟାଁ,
ଏମ୍ବାଆଁ ନେତେରି, ହିଚୁ ଇଞ୍ଜାଁ ହା଼ରେକା ବ଼ୟିଁ ତ଼ହ୍ଇଁ;
ପ୍ରବୁତି କାଜା ଗା଼ୱୁରମି ଦିନା ୱା଼ନି ନ଼କେଏ,
ୱେ଼ଡ଼ା ଆନ୍ଦେରି ଆ଼ନେ,
ଅ଼ଡ଼େ ଲେ଼ଞ୍ଜୁ ନେତେରିଲେହେଁ ଆ଼ନେ ।
ଅ଼ଡ଼େ ଇଲେକିହିଁ ଆ଼ନେ, ଆମ୍ବାଆସି ପ୍ରବୁ ଦ଼ରୁ ଆସାହାଁ ପ୍ରା଼ତାନା କିନେସି, ଏ଼ୱାସି ଗେଲ୍ପି ଆ଼ନେସି ।’"
ରା଼ନି ବେ଼ଲା
"ଏଚିବେ଼ଲାତା ମୀ ଲ଼କୁତି ମୀର୍କାଣି ସା଼ୟେମି କିନି କାଜା ଦୂତୁ ମିକାୟେଲ ନିନେ, ଅ଼ଡ଼େ ମାଣ୍ସି କୂଡ଼ାତି ତୀରିତି କା଼ଲାଟିଏ ଏ଼ କା଼ଲା ପାତେକା ଏ଼ନିଲେହେଁତି କସ୍ତତି ଦିନା ଏଚେଲା ଆ଼ହାହିଲେଏ, ଇଲେତି କସ୍ତତି କା଼ଲା ୱା଼ନେ, ଅ଼ଡ଼େ ମୀ କୂଡ଼ାତି ଏମିନି ବାରେତି ଦ଼ର୍କା ପତିତା ରା଼ସ୍କି ଆ଼ହାମାନେ, ଏ଼ୱାରି ବାରେ ଏ଼ ବେ଼ଲାତା ଗେଲ୍ପି ଆ଼ନେରି। ଇଞ୍ଜାଁ ଦାର୍ତିତି ଦୂଡ଼ିତା ଆମିନିଗାଟାରି ଡୂରିନେରି, ଏ଼ୱାରି ବିତ୍ରାଟି ହା଼ରେକା ତେଃଏଲିନେରି; ଏଚର ଜା଼ଣା କା଼ଲେଏତି ଜୀୱୁ ଅ଼ଡ଼େ କଚେକା ଲାଜା ଇଞ୍ଜାଁ କା଼ଲେଏତି ଡଣ୍ତ ବେଟାଆ଼ହାଲି ତାକି ନିଙ୍ଗିନେରି। ଆମ୍ବାଆରି ବୁଦିଗାଟାରି, ଏ଼ୱାରି ହା଼ଗୁତି ଉଜେଡ଼ି ସମାନା ଅ଼ଡ଼େ ଆମ୍ବାଆରି ହା଼ରେକା ଲ଼କୁଣି ଦାର୍ମୁତି ଜିରୁତା ୱେଟ୍ହା ତାନେରି, ଏ଼ୱାରି ହୁକାୟାଁ ସମାନା କା଼ଲେଏ ତାକି ଉଜେଡ଼ି ଆ଼ନେରି।"
Esperança e prontidão
O dia do Senhor virá como ladrão. Mas nós não somos das trevas — estejamos sóbrios, vigiliando e esperando.
ମା଼ମ୍ବୁ ପ୍ରବୁତି ବ଼ଲୁଲେହେଁ ମିଙ୍ଗେ ଈଦାଆଁ ୱେସିମାଞ୍ଜାନମି, ମା଼ର ଏଚେକା ଲ଼କୁ ପ୍ରବୁତି ୱେଣ୍ଡେ ୱା଼ନି ଦିନା ପାତେକା ନୀଡାହାଁ ଡ଼ୟା ମାନାୟି, ମା଼ମ୍ବୁ ଏ଼ନିକିଁ ଜିକେଏ ହା଼ହାମାନି ଲ଼କୁତି ନ଼କିତା ହାଲଅମି । ଏଚେଟିଏ ପ୍ରବୁତି କାଜା ଦୂତୁତି ହୁକୁମି ହୀହାମାନି ହା଼ଡା ଅ଼ଡ଼େ ମାହାପୂରୁତି ତୀତ୍ରି ମ଼ହ୍ରି ହା଼ଡାତଲେ ଲାକପୂରୁଟି ରେ଼ଚା ୱା଼ନେସି, ଇଞ୍ଜାହାଁ କ୍ରୀସ୍ତଇଁ ନାମାହାଁ ହା଼ହାମାନାରି ଏ଼ୱାରି ନ଼କେଏ ନିଙ୍ଗିନେରି; ଅ଼ଡ଼େ ଡା଼ୟୁ ଏ଼ ଦିନା ନୀଡାମାନି ଲ଼କୁତାୟି ବାରେ, ଏ଼ୱାରିତଲେ ପ୍ରବୁଇଁ ବେଟାଆ଼ହାଲି ଦୂନ୍ଦ୍ରା ତଲେ ୱାର୍ଇ ହା଼ଗୁତା ଅ଼ୱିଆ଼ନାୟି ଏଲେକିହିଁଏ ମା଼ର ପ୍ରବୁ ତଲେ କା଼ଲାକା଼ଲା ତାକି ଡ଼ୟିନାୟି । ଏ଼ନାଆଁତାକି ଇଚିହିଁ ଈ ବାରେ କାତା ଆସାହାଁ ମୀରୁ ମୀରୁଏ ରଅତେରି ରଅଣାଇଁ ସା଼ସା ହୀୱି ଆ଼ଦୁ ।
ଏ଼ଦାଆଁତାକି ୱା଼ଦୁ ମା଼ର ଏଟ୍କାତାରି ଲେହେଁ ଇଦା କିଆପ, ମା଼ର ଜାଗ୍ରାତା ଆ଼ହାଁ ସେତ୍ନା ତଲେ ଡ଼ୟିନ । ଇଚିହିଁ ଆମ୍ବାଆରି ଇଦା କିନେରି, ଲା଼ଆଁୟାଁ ଇଦା କିନେରି, ଅ଼ଡ଼େ ଆମ୍ବାଆରି କା଼ଡ଼ୁ ହ଼ଚିନେରି ଲା଼ଆଁୟାଁ ହ଼ଚିନେରି, ସାମା ମା଼ର ମାଦେନାତି ମୀର୍କା ମା଼ସ୍କା ଆ଼ହାମାନାକି ଜୀୱୁ ନ଼ନି ଲେହେଁତି ନାମୁତି ବକ ପା଼ଟା ତୁର୍ହାଁ, ଗେଲ୍ପିଆ଼ନି ବା଼ର୍ସୁତି ଟ଼ପେରି ତା଼ର୍ୟୁଁତି ତୁର୍ହାଁ ଜାଗ୍ରାତା ତଲେ ଡ଼ୟିନ । ମାହାପୂରୁ ମାଙ୍ଗେ ତାନି କାର୍ବି ତାକି ଡଣ୍ତ ହିୟାଲି ଆ଼ଏ, ସାମା ମା଼ ପ୍ରବୁ ଜୀସୁ କ୍ରୀସ୍ତ ତା଼ଣାଟି ଗେଲ୍ପିଆୟାଲି ଆ଼ଚାମାଞ୍ଜାନେସି ।
କା଼ଚିହିଁ ମାନାୟି
"ଏ଼ଦାଆଁତାକି ମୀରୁ ଜାଗ୍ରାତା ଆ଼ହାଁ ମାଞ୍ଜୁ, ଆ଼ଆତିହିଁ ତିନାଣି ଉନାଣି ଅ଼ଡ଼େ ବାତ୍କିନି ଅଣ୍ପୁ ମୀ ହିୟାଁତା ନେଞ୍ଜିନେ ଅ଼ଡ଼େ ଏ଼ ଦିନା ଦେବୁଣିଏ ପା଼ନ୍ଦାଲେହେଁ ମୀ ମୁହେଁ ୱା଼ନେ; ଏ଼ନିଇଚିହିଁ ଏ଼ଦି ପା଼ନ୍ଦା ଲେହେଁ ଦାର୍ତିତି ବାରେ ଜା଼ତିତି ଲ଼କୁ ମୁହେଁ ୱା଼ନେ । ସାମା ମୀରୁ ଏ଼ନିକିଁ ଈ ବାରେ ୱା଼ହିମାନି ଡଣ୍ତଟି ଗେଲ୍ପି ଆ଼ହାଲି ଅ଼ଡ଼େ ମାଣ୍ସି ମୀର୍ଏଣି ନ଼କିତା ନିଚାଲି ଆ଼ଡିଦେରି, ଏ଼ଦାଆଁତାକି ବାରେବେ଼ଲା କା଼ଚାହାଁ ପ୍ରା଼ତାନା କିହେ଼ମାଞ୍ଜୁ ।"
ସାମା ଏ଼ ଜୀୱୁତି ତାୟି ତାଙ୍ଗିସ୍କା, ମାହାପୂରୁ ନ଼କିତା ର଼ ଦିନା ର଼ ମା଼ଣା ବାର୍ସା ସମାନା ଅ଼ଡ଼େ ର଼ ମା଼ଣା ବାର୍ସା ର଼ ଦିନା ସମାନା; ଈ କାତାତି ଏଚେଲା ବା଼ଣା ଆ଼ଆଦୁ । ହା଼ରେକା ଲ଼କୁ ପ୍ରବୁ ୱେଣ୍ତେ ୱା଼ନି ଦିନା ମାନେୟିଏ ଇଞ୍ଜିଁ ଅଣ୍ପିନେରି, ସାମା ପ୍ରବୁ ତା଼ନୁ ଏଲେଇଞ୍ଜା ମାନାଣି ଏଚେଲାୱା ୱେ଼ଡ଼ା କିଅସି; ଏ଼ନିକିଁ ଆମ୍ବାଆରି ନା଼ସା ଆ଼ଅରି, ସାମା ବାରେଜା଼ଣା ମ଼ନ ୱେଟ୍ହା କଡିନେରି; ଈଦାଆଁ ଅଣ୍ପାହାଁ ଏ଼ୱାସି ମୀ ତାକି କାର୍ମା ମେସି ମାଞ୍ଜାନେସି ।
ମାହାପୂରୁ ୱା଼ନି ଦିନା ର଼ ସ଼ରୁ ୱା଼ନି ଲେହେଁ ୱା଼ନେ, ଏ଼ ଦିନା ହା଼ଗୁପା଼କା କାଜା ହା଼ଡାତଲେ ମେଣ୍ଙ୍ଗାହାନେ, ଅ଼ଡ଼େ ଦାର୍ତିତା ମାନି ବାରେ ଦିଣ୍ସୁ ଗାଡି ୱେ଼ସାନା ରୂୟାହାନୁ, ଇଞ୍ଜାଁ ଦାର୍ତି ଅ଼ଡ଼େ ଏମ୍ବାଆଁ ମାନି ଆ଼ସ୍ତି ବାରେ ହିଚୁତା ଡ଼ୀଞ୍ଜାହାନେ । ଈ ବାରେ ଇଲେଆ଼ହିଁ ମେଣ୍ଙ୍ଗାହାନାକି, ମାହାପୂରୁତି ବିଚାରା ଦିନାତା ହା଼ଗୁପା଼କା ଡ଼ୀଞ୍ଜାହାଁ ମେଣ୍ଙ୍ଗାହାନେ ଅ଼ଡ଼େ ଦାର୍ତିତି ବାରେ ଦିଣ୍ସୁ ହା଼ରେକା ୱେସାନା ରୂୟାହାନେ, ପ୍ରବୁ ୱା଼ନି ଦିନା କା଼ପୁ କା଼ଚାଡ଼ୟିନି ଲ଼କୁ, ଏ଼ଦି ଏ଼ନିକିଁ ତବେ ୱା଼ନେ, ଈଦାଆଁତାକି ମୀରୁ ଜାଗ୍ରାତା ଆ଼ଦୁ, ଏ଼ ଦିନା ହା଼ଗୁ ଲାକ ମାନି ୱେ଼ଡ଼ା ଲେ଼ଞ୍ଜୁ ହୁକାୟାଁ ୱେ଼ସାହାନାକି ୱିର୍ଲାହାନୁ । ମା଼ର ମାହାପୂରୁ ଆ଼ଞ୍ଜାମାନି ଲେହେଁ ର଼ ପୁଃନି ହା଼ଗୁପା଼କା ଅ଼ଡ଼େ ପୁଃନି ଦାର୍ତିଇଁ କା଼ଚାମାନାୟି, ଆମିନି ଗାଟାୟି ଦାର୍ମୁତଲେ ବାସାଆ଼ନି ଟା଼ୟୁ ଆ଼ନେ ।
ମେହଦୁ ନା଼ନୁ ମିଙ୍ଗେ ର଼ ଡ଼ୁଗାମାନି କାତା ୱେସିମାଞ୍ଜାଇଁ, ମା଼ର ବାରେ ଜା଼ଣାତାୟି ହା଼ଆୟି, ସାମା ମା଼ର ବାଦ୍ଲୱି ଆ଼ନାୟି, ଦେବୁଣିଏ, କାନୁ ମିଟି କିନିଲେହେଁ, ଡା଼ୟୁତି ତୀତ୍ରି ମ଼ହ୍ରି କାଜା ହା଼ଡା ୱେଚିସାରେ ମା଼ର ବାରେତାୟି ଅ଼ର ୱା଼ଣା ଆ଼ନାୟି; ଇଚିହିଁ କମୁ ଡ଼ୀନେ ଅ଼ଡ଼େ ହା଼ତାରି ନା଼ସା ଆ଼ଆନା ନିଙ୍ଗିନେରି, ଅ଼ଡ଼େ ମା଼ର ବାଦ୍ଲୱି ଆ଼ନାୟି ।
ପୁଃନି ଗା଼ଡ଼ି କିନାୟି
ଇଚିହିଁ ମେହ୍ମୁ, ନା଼ନୁ ପୁଃନି ହା଼ଗୁପା଼କା ଅ଼ଡ଼େ ପୁଃନି ଦାର୍ତି ଗା଼ଡ଼ି କିଇଁ ଅ଼ଡ଼େ ତଲି କା଼ଲାତି କାତା ବାରେ ଅଣ୍ପିୱି ଆ଼ଏ, କି ମ଼ନତା ୱା଼ଏ। ସାମା ଏ଼ନାଆଁ ନା଼ନୁ ଗା଼ଡ଼ି କିଇଁ, ମୀରୁ କା଼ଲେଏ ଏମ୍ବାଆଁ ରା଼ହାଁ ଆ଼ଦୁ; ଇଚିହିଁ ମେହ୍ମୁ, ନା଼ନୁ ଜିରୁସାଲମତି ରା଼ହାଁ ଲେହେଁ ଅ଼ଡ଼େ ଏମ୍ବାତି ଲ଼କୁଣି ରା଼ହାଁତି ଲ଼କୁ କିହାଁ ଗା଼ଡ଼ି କିଇଁ। ଇଞ୍ଜାଁ, ନା଼ନୁ ଜିରୁସାଲମତା ରା଼ହାଁ କିଇଁ ଅ଼ଡ଼େ ମା଼ ଲ଼କୁ ତା଼ଣା ରା଼ହାଁ କିଇଁ; ଇଞ୍ଜାଁ, ଏମ୍ବାଆଁ ଡ଼ୀକିତି ହା଼ଡା, କି କିର୍ଡ଼ିନି ହା଼ଡା ୱେଣ୍ମ୍ବିଆ଼ଏ।
ପୁଃନି ହା଼ଗୁପା଼କା ଅ଼ଡ଼େ ପୁଃନି ଦାର୍ତି
ଏମ୍ବାଟିଏ ନା଼ନୁ ର଼ ପୁଃନି ହା଼ଗୁପା଼କା ଅ଼ଡ଼େ ପୁଃନି ଦାର୍ତି ମେସ୍ତେଏଁ, ଇଚିହିଁ ତଲିତି ହା଼ଗୁପା଼କା ଅ଼ଡ଼େ ତଲିତି ଦାର୍ତି ମେଣ୍ଙ୍ଗା ହାଜାମାଚେ, ଇଞ୍ଜାଁ ସାମ୍ଦୁରି ଅ଼ଡ଼େ ହିଲାଆତେ । ଅ଼ଡ଼େ ନା଼ନୁ ସୁଦୁ ଗା଼ଡ଼ା ଇଚିହିଁ ପୁଃନି ଜିରୁସାଲମତା ତାନି ବୀହା ଆ଼ନି ଡକ୍ରାଇଁ ବେଟାଆୟାଲି ତିୟାରା ଆ଼ହାମାନି ଡ଼ାଆ ମା଼ଙ୍ଗାଲେହେଁ ଲାକପୂରୁଟି ମାହାପୂରୁ ତା଼ଣାଟି ରେ଼ଚାୱାହି ମାଚାଣି ମେସ୍ତେଏଁ । ଅ଼ଡ଼େ ନା଼ନୁ ସିଂଗାସାଣିଟି ର଼ କାଜା ହା଼ଡା ଏଲେ ଇଞ୍ଜିମାଚାଣି ୱେଚେଏଁ, "ମେହ୍ଦୁ ମାଣ୍ସିୟାଁ ତା଼ଣା ମାହାପୂରୁତି ବାସାଟା଼ୟୁ ମାନେ, ଏ଼ୱାସି ଏ଼ୱାରିତଲେ ବାସା ଆ଼ନେସି, ଇଞ୍ଜାଁ ଏ଼ୱାରି ଏ଼ୱାଣି ଲ଼କୁ ଆ଼ନେରି, ଅ଼ଡ଼େ ମାହାପୂରୁ ତା଼ନୁଏ ଏ଼ୱାରିତଲେ ଡ଼ୟିନେସି, ଇଞ୍ଜାଁ ଏ଼ୱାରି କାନୁତି ବାରେ କାଣ୍ତ୍ରୁ ଜେ଼ଜାତୁହ୍ନେସି; ଏମ୍ବାଆଁ ହା଼କି ଅ଼ଡ଼େ ୱା଼ଏ; ଦୁକୁ, ଡ଼ୀକି, ଇଞ୍ଜାଁ ବୀସା ଅ଼ଡ଼େ ଡ଼ୟେଏ; ଇଚିହିଁ ପ୍ଣାଃଆୟି ବାରେ ମେଣ୍ଙ୍ଗା ହାଜାମାନେ ।"