Gratidão a Deus
A gratidão a Deus é atitude que transforma a vida. Reconhecer que toda boa dádiva vem de Deus nos leva a louvar, servir e viver com alegria e propósito.
Tudo vem de Deus
Toda boa dádiva vem do alto. Agradecer a Deus é reconhecer que Ele é a fonte de toda bênção e sustento.
ସେନ୍ତାରି ସିକିଆ ଦେଉମନ୍ ବୁଲ୍ ସିକିଆ ଦେଲାଇନି । କାଇକେବଇଲେ କାଦି ଆରି ପର୍ମେସର୍ ତିଆର୍କଲା ସବୁ ବିସଇ ନିକଆଚେ । ଆରି କାଇ ରକାମର୍ କାଦି ମିସା ନିଚ୍ବାର୍ ନାଇ । ତାର୍ ବାଦୁଲେ ସବୁ କାଦି ନିକ ବଲି ମାନିକରି ତାକେ ଦନିଅବାଦ୍ ଦେବାର୍ ଆଚେ ।
ସେନ୍ତାରି ସିକିଆ ଦେଉମନ୍ ବୁଲ୍ ସିକିଆ ଦେଲାଇନି । କାଇକେବଇଲେ କାଦି ଆରି ପର୍ମେସର୍ ତିଆର୍କଲା ସବୁ ବିସଇ ନିକଆଚେ । ଆରି କାଇ ରକାମର୍ କାଦି ମିସା ନିଚ୍ବାର୍ ନାଇ । ତାର୍ ବାଦୁଲେ ସବୁ କାଦି ନିକ ବଲି ମାନିକରି ତାକେ ଦନିଅବାଦ୍ ଦେବାର୍ ଆଚେ । କାଇକେବଇଲେ ପର୍ମେସର୍ କଇରଇବା ବାକିଅ ଆରି ଆମର୍ ପାର୍ତନା ବିସଇ ସବୁ ସୁକଲ୍ ଅଇଆଚେ ।
ଆମର୍ ମାପ୍ରୁ ଜିସୁ କିରିସ୍ଟକେ ମୁଇ ଦନିଅବାଦ୍ ଦେଲିନି । ସେ ମକେ ବପୁ ଦେଲାଆଚେ । ତାର୍ ମୁଆଟେ ଗଟେକ୍ ବିସ୍ବାସ୍ ସଙ୍ଗ୍ ରଇବା ଗତି ଦାଙ୍ଗ୍ଡା ଇସାବେ ଏଜ୍ଲା ଆରି ତାକେ ସେବା କର୍ବାକେ ମକେ ବାଚ୍ଲା ।
ପର୍ତୁମ୍ ବିସଇ ତମ୍କେ ଡାଟ୍ସଙ୍ଗ୍ କଇଲିନି, ସେଟା ଅଇଲାନି ସବୁର୍ଟାନେଅନି ମୁକିଅ ବିସଇ । ସବୁ ଲକ୍ମନର୍ପାଇ ପର୍ମେସର୍କେ ଗୁଆରି କରା । ସେମନର୍ପାଇ ପାର୍ତନା କରି ମଜାଇ ଉଆ ଆରି ସେମନର୍ ପାଇ ତାକେ ଦନିଅବାଦ୍ ଦିଆସ୍ ।
ବାବା ପର୍ମେସର୍ ଉଜଲର୍ ରାଇଜେ ତାର୍ ଲକ୍ମନର୍ ପାଇ ଜାଇଟା ଟୁଲିଆଇ ଆଚେ, ତେଇ ମିସ୍ବାକେ ସେ ତମ୍କେ ବାଚ୍ଲା ଆଚେ । ସେଟାର୍ପାଇଁ ସାର୍ଦା ସଙ୍ଗ୍ ତାକେ ଦନିଅବାଦ୍ ଦେଇସା ।
କିରିସ୍ଟର୍ ବିସଇ ବିସ୍ବାସ୍ କରିରଇବା କବର୍ ଡାଟ୍ସଙ୍ଗ୍ ଦାରିରୁଆ । ତାର୍ ବିସଇ ଅଦିକ୍ ଅଦିକ୍ ସିକା ଆରି ବିସ୍ବାସେ ଡାଟ୍ ଉଆ । ଜେନ୍ତିକି ତମ୍କେ ସିକାଇଲାପାରା, ପର୍ମେସର୍କେ ଦନିଅବାଦ୍ ଦେଇତେରୁଆ ।
ତମେ ସବୁଲକ୍ ଗଟେକ୍ ଗାଗ୍ଡେ ରଇବା ବିନ୍ ବିନ୍ଟା ଅଇଲାର୍ ପାଇ, କର୍ବା ସବୁ କାମେ କିରିସ୍ଟ ତମ୍କେ ବାଟ୍ ଦେକାଅ । ସେ ତମ୍କେ ସାନ୍ତି ଦେଲା ଆଚେ । ତମେ ସାନ୍ତି ସଙ୍ଗ୍ ରଇବାକେ ସେ ତମ୍କେ ବାଚ୍ଲାଆଚେ । ଆରି ପର୍ମେସର୍କେ ଦନିଅବାଦ୍ ଦେଇତେରୁଆ ।
Louvor e gratidão
Louvai ao Senhor e dai-lhe graças! Ele fez maravilhas e é digno de todo louvor e agradecimento.
Expressões de gratidão
Dar graças com oração e súplica. A gratidão se expressa em palavras, atos e atitudes que glorificam a Deus.
କାଇ ବିସଇ ନେଇକରି ମିସା ଚିନ୍ତା କରି ଦାନ୍ଦା ଉଆନାଇ । ତାର୍ ବାଦୁଲେ ସବୁ ଗଟ୍ନା ଅଇଲା ବେଲେ, ତମ୍କେ ଜାଇଟା ଲଡା ଆଚେ, ସେ ବିସଇ ପର୍ମେସର୍କେ ଗୁଆରି କରା । ଆରି ପାର୍ତନା କଲାବେଲେ, ତାକେ ଦନିଅବାଦ୍ ମିସା ଦିଆସ୍ ।
ଆମର୍ ମାପ୍ରୁ ଜିସୁକିରିସ୍ଟର୍ ନାଉଁଦାରି ସବୁବେଲେ ସବୁ ବିସଇର୍ପାଇ ବାବା ପର୍ମେସର୍କେ ଦନିଅବାଦ୍ ଦିଆସ୍ ।
ସେନ୍ତାରିସେ ଜନ୍ଟାକି ଲଡାକେ ନ ଆଇବା ଗୁନ୍ଚଲନ୍, କି କାରାପ୍ କାତା, ଲାଜ୍ କର୍ବା କାତା କି ଟାପ୍ରା କାତା ତମର୍ଟାନେ ନ ଡିସ । ଏଟାମନ୍ ତମର୍ଟାନେ ରଇବାଟା ଟିକ୍ ନଏ । ତାର୍ବାଦୁଲେ ତମେ ପର୍ମେସର୍କେ ଦନିଅବାଦ୍ ଦେବା କାତା କୁଆ ।
ସେ ତମ୍କେ ସାଉକାର୍ କୁରାଇସି । ଜେନ୍ତାରି କି ତମେ ସବୁବେଲେ ଜବର୍ ଦେଇପାରାସ୍ । କାଇକେବଇଲେ ଆମର୍ଟାନେଅନି ପାଇରଇବା, ତମେ ଦେଲା ଦାନର୍ପାଇ ବେସି ଲକ୍ ପର୍ମେସର୍କେ ଦନିଅବାଦ୍ ଦେବାଇ ।
ତେବର୍ପାଇ ଜେତ୍କି ସବୁ ସାଦ୍ନା ବାନ୍ଦ୍ନା ଆଇଲାନି, ସେ ସବୁ ବିସଇ ତମର୍ ମଙ୍ଗଲର୍ପାଇ ସେ ଅଇଲାନି । ପର୍ମେସରର୍ ଜିବନ୍ ଦୁକାଇଲାଟା ଅଦିକ୍ ଅଦିକ୍ ଅଇକରି ଲକ୍ମନର୍ଟାନେ କେଟ୍ସି, ଆରି ସେମନ୍ ସବୁଲକ୍ ତାକେ ଦନିଅବାଦ୍ ଦେବାଇ ।
ସବୁ ସୁକ୍ ଦୁକ୍ ବେଲେ ମାପ୍ରୁକେ ଦନିଅବାଦ୍ ଦିଆସ୍ । କାଇକେବଇଲେ କିରିସ୍ଟ ଜିସୁର୍ ସଙ୍ଗ୍ ମିସିକରି ଜିଉନା କାଉନା କଲାସ୍ନି ବଲି ପର୍ମେସର୍ ତମର୍ଟାନେ ଅନି ମାଙ୍ଗ୍ଲାନି ।
ସେମନ୍ ଏନ୍ତାରି କଇଲାଇ "ମାପ୍ରୁ ପର୍ମେସର୍ ସବୁର୍ଟାନେଅନି ଉପ୍ରେ ଆଚେ । ସେ ସବୁବେଲେ ରଇଲା ଆରି ରଇସି ମିସା । ତର୍ ବଡ୍ ବପୁ ସଙ୍ଗ୍ ତୁଇ ସାସନ୍ କର୍ବାକେ ଆରାମ୍ କଲୁସ୍ । ଆରାମ୍ କଲାର୍ପାଇ ଆମେ ତକେ ଜୁଆର୍ କଲୁନି ।