Homem
A Bíblia fala sobre o homem como criação de Deus — feito à sua imagem e semelhança, mas também frágil, mortal e necessitado de redenção.
Criado à imagem de Deus
Deus criou o homem à sua imagem. Mas pelo pecado, o homem caiu e passou a depender da graça para ser restaurado.
ତାର୍ପଚେ ପର୍ମେସର୍ କଇଲା, ମର୍ ନିଜର୍ ବାନିମୁର୍ତି ପାରା ଆରି ନିଜର୍ ପାରା କରି ଗଟେକ୍ ନର୍କେ ତିଆର୍ କର୍ବି। ସେମନ୍ ପାନି ତେଇ ଜିଇବା ମାଚ୍ ମନ୍କେ ଆରି ଉଡି ବୁଲ୍ବା ଚଡଇ ମନ୍କେ ଆରି ପସୁମନ୍କେ ଆରି ସବୁ ପୁର୍ତିବିର୍ ବୁଏଁ ପେଟ୍ ସଙ୍ଗ୍ ରାଙ୍ଗ୍ବା ଜିବ୍ଜନ୍ତୁ ସବୁକେ ସାସନ୍ କର୍ସି। ସବୁ ଦିନର୍ ପର୍ମେସର୍ ନିଜର୍ ବାନିମୁର୍ତି ସଙ୍ଗ୍ ନର୍ ଜାତିକେ ତିଆର୍ କଲା, ପର୍ମେସର୍ ତାର୍ ନିଜର୍ ବାନି ମୁର୍ତି ପାରା ତାକେ ମୁନୁସ୍ ଆରି ମାଇଜି କରି ପର୍ମେସର୍ ସେମନ୍କେ ତିଆର୍ କଲା ।
ଗଟେକ୍ଦିନ୍ ସଞ୍ଜ୍ବେଲାଇ ଏଦନ୍ବାଡେ ବୁଲ୍ତେ ରଇବାବେଲେ ସବୁବେଲର୍ ମାପ୍ରୁ ପର୍ମେସରର୍ ଡାକ୍ବା ସବଦ୍ ସୁନିକରି ଆଦମ୍ ଆରି ତାର୍ ମାଇଁଜି ଅବା ପର୍ମେସରର୍ ତେଇଅନି ଉଦିଆନ୍ ବାଡର୍ ଗଚ୍ମନର୍ ମଜାଇ ଲୁଚିଦେଲାଇ ।
ପର୍ତମେ ଗଟେକ୍ ଲକ୍ସେ ପାପ୍ କରିରଇଲା । ଆରି ପାପର୍ ଲାଗି ମରନ୍ ଆଇଲା । ସବୁ ଲକ୍ ପାପ୍ କଲାର୍ ପାଇ ମରନ୍ ସବୁ ମୁନୁସ୍ ଜାତିକେ ଡାବିଅଇଲା ।
ଜେନ୍ତାରିକି ଲେକା ଅଇଲାଆଚେ, ପର୍ତୁମ୍ ମୁନୁସ୍ ଜେ କି ଆଦମ୍, ତାକେ ତିଆର୍ କରି ଜିବନ୍ ଦେଇରଇଲା, ମାତର୍ ସାରାସାରିପଚର୍ ଆଦମ୍ ନ ସାର୍ବା ଜିବନ୍ ଦେବା ଆତ୍ମା ଅଇଲା । ମାତର୍ ଆତ୍ମାର୍ ଗାଗଡ୍ ପର୍ତୁମ୍ ନ ଆସେ । ଚୁଚାଇ ଗାଗଡ୍ ଆଇସି, ତାର୍ପଚେ ଆତ୍ମାର୍ ଗାଗଡ୍ । ପର୍ତୁମ୍ ଆଦମ୍ ମାଟିସଙ୍ଗ୍ ତିଆର୍ ଅଇ ଏ ଦର୍ତନି ଆଇଲା । ମାତର୍ ପଚର୍ ଆଦମ୍ ସର୍ଗେ ଅନି ଆଇଲା । ଜନ୍ ଲକ୍ମନ୍ ଏ ଦର୍ତନିର୍, ସେମନ୍ ଜେ କି ମାଟି ସଙ୍ଗ୍ ତିଆର୍ ଅଇରଇଲା, ତାର୍ପାରା । ଆରି ଜନ୍ ଲକ୍ ସର୍ଗର୍, ଜେ କି ସର୍ଗେ ଅନି ଆଇଲା, ତାର୍ପାରା । ଜେନ୍ତିକି ଆମେ ଜନ୍ଲକ୍ ମାଟିସଙ୍ଗ୍ ତିଆର୍ ଅଇରଇଲା, ତାର୍ ବାନିମୁର୍ତି ଆଚୁ, ସେନ୍ତାରିସେ ଜେ ସର୍ଗେଅନି ଆଇଲା ତାର୍ ପାରା ବାନିମୁର୍ତି ଦାର୍ବୁ ।
Fragilidade humana
O homem nascido de mulher é de poucos dias e cheio de inquietação. Deus conhece nossa fragilidade e cuida de nós.
କାଇକେ ବଇଲେ ଦରମ୍ସାସ୍ତରେ ଏନ୍ତି ଲେକାଅଇଆଚେ,
"ଏ ପର୍ମେସର୍, ମୁନୁସ୍ କେ ଜେ
ତମେ ତାର୍ପାଇ ଚିନ୍ତା କଲାସ୍ନି ?
ଆରି ମୁନୁସ୍ ଏତେକ୍ ଇନ୍ ଅଇଲେ ମିସା
ତାକେ ଜତନ୍ କଲାସ୍ନି ।
ନର୍ ଲକ୍ମନ୍ ସବୁବେଲର୍ ମାପ୍ରୁର୍ ଟାନେ ଅନି ଇଣ୍ଡ୍ବାଟା ନିମାନ୍ ଆଚେ; ତେବର୍ ପାଇଁ ଲକ୍ମନ୍ କେମ୍ତି କରି ନିଜର୍ ବାଟ୍କେ ବୁଜି ପାର୍ସି ?
Renovação e chamado
Despojados do velho homem e revestidos do novo, somos chamados a buscar a justiça, a piedade e o amor.
ଆଗ୍ତୁ ଜନ୍ ପୁର୍ନା ଚଲାଚଲ୍ତି କରି ତମେ ଜିଉନା କାଉନା କର୍ତେ ରଇଲାସ୍, ସେଟା ଚାଡ୍ବାକେ ତମ୍କେ ସିକାଇ ରଇଲାଇ । ତମର୍ ମନେ କାରାପ୍ ଚିନ୍ତା ଆଇବାଟା, ତମ୍କେ ନାଡାଇକରି ତମର୍ ଜିବନ୍ ନସାଇ ଦେଲାଇ । ତମେ ଚିନ୍ତା କର୍ବାଟା ପର୍ମେସର୍ ନୁଆକରି ବାଦ୍ଲାଇବାକେ ତାକେ ସର୍ପି ଦିଆସ୍ ବଲି ସିକାଇଲାଇ ଆଚତ୍ । ପର୍ମେସର୍ ତମ୍କେ ତାକର୍ ଗୁନ୍ଚଲନ୍ ପାରା ରଇବା ନୁଆ ଗୁନ୍ଚଲନ୍ ଦେଲାଆଚେ । ତେବର୍ପାଇ ସେ ରକାମ୍ ଚଲାଚଲ୍ତି କରା । ପୁରାପୁରୁନ୍ ଦରମ୍ ଅଇକରି ସୁକଲ୍ ଅଇରୁଆ ।
ସେ ଜିଉଦିମନ୍ ମାନିଆଇତେରଇବା ସବୁ ରିତିନିତି ନିୟମ୍ ବାଙ୍ଗାଇକରି, ଜିଉଦି ଆରି ଜିଉଦି ନଇଲା ଲକ୍ମନର୍ଟାନେଅନି ତାର୍ ସାଇଜ ପାଇତେରଇବା ଗଟେକ୍ ନୁଆ ମୁନୁସ୍ଜାତି ତିଆର୍ କଲାଆଚେ । ଏନ୍ତାରି କରି ଦୁଇ ଦଲ୍ ବିତ୍ରେ ସେ ସାନ୍ତି ଆନିଦେଇ ଆଚେ ।
ମାତର୍ ଏ ତିମତି, ତୁଇ ଗଟେକ୍ ପର୍ମେସରର୍ ଲକ୍ । ତୁଇ ଏଟାମନ୍ ଚାଡିଦେସ୍ । ସତ୍ ବିସଇଆକା କର୍ବାକେ ବେସି ଆବଡ୍ ଅ । ପର୍ମେସର୍ ଜେନ୍ତି ମନ୍ କଲାନି, ସେନ୍ତାରି ଚଲାଚଲ୍ତି କର୍ । କିରିସ୍ଟକେ ବିସ୍ବାସ୍ କର୍ । ବିନ୍ ଲକ୍ମନ୍କେ ଆଲାଦ୍ କର୍ । ପର୍ମେସର୍ ତିଆର୍ଲାଟା ମାନ୍ବାକେ କେ ଚାଡ୍ନାଇ । ଲକ୍ମନର୍ ସଙ୍ଗ୍ ରିସା ଅ ନାଇ ।
ମୁଇ ଜେଡେବେଲେ ପିଲା ରଇଲି, ପିଲାମନ୍ କଇଲାପାରା କାତା ଅଇଲି ଆରି ପିଲାମନ୍ ଚିନ୍ତା କଲାପାରା ଚିନ୍ତା କର୍ତେରଇଲି ଆରି ସେମନ୍ ବାବ୍ଲା ପାରା ବାବ୍ତେରଇଲି । ମାତର୍ ମୁଇ ଏବେ ବୟସେ ବଡ୍ ଅଇଗାଲିଜେ ପିଲାମନର୍ ପାରା ଚଲାଚଲ୍ତି କର୍ବାଟା ଚାଡିଦେଲି ।
କାଇକେବଇଲେ ନର୍ଲକ୍ କାଇଟା କଲାନି କାଇଟା ନାଇଁ ସେଟା ସବୁବେଲର୍ ମାପ୍ରୁ ଦେକ୍ଲାନି ଆରି ସେ ତାର୍ ସବୁ ବାଟ୍ ସମାନ୍ କର୍ସି ।
ନିଜେ ବାବ୍ବାଟା ଲକର୍ ମନ୍ ବିତ୍ରର୍ଟା; ମାତର୍ ଜିବ୍ ଉତର୍ ଦେବାଟା ସବୁବେଲର୍ ମାପ୍ରୁର୍ ଟାନେ ଅନି ଅଇସି ।
A confiança errada
Maldito o homem que confia no homem. O homem de duplo ânimo é instável em todos os seus caminhos.
ସେ ରକାମ୍ ଲକ୍ ମାପ୍ରୁର୍ ଟାନେଅନି କାଇଟା ଆଲେ ପାଇବି ବଲିକରି ଆସା ନ କର । ସେ ତା, ଦୁଇମନିଆ ଲକ୍, ସେ କର୍ବା ସବୁ କାମ୍ଟାନେ ତବିର୍ ନ ରଏ ।
ତର୍ଟାନେଅନି ବୟସେ ବଡ୍ ରଇବା ଲକ୍କେ ଡାଟ୍ସଙ୍ଗ୍ ଦାକାପୁକା ଦେସ୍ନାଇ । ତାର୍ ବାଦୁଲେ ନିଜର୍ ବାବାକେ ବାବୁଜିଆ କଲାପାରା ସନ୍ମାନ୍ ସଙ୍ଗ୍ କର୍ । ବଇସେ ସାନ୍ ରଇଲା ଲକ୍ମନ୍କେ ନିଜର୍ ବାଇ ଇସାବେ କାତା ଅ ।